Categories: ଜାତୀୟ

ହେଲ୍ପ ଲାଇନକୁ ଫୋନ୍ କରି ମୋଦିଙ୍କ ନମ୍ବର ମାଗୁଛନ୍ତି ଲୋକେ

ନୂଆଦିଲ୍ଲୀ,୧ ।୨: ନିକଟରେ ଲୋକ ସଭା ଚାଲିଥିବା ବେଳେ ଏମ୍‌ପିମାନଙ୍କ ସୁବିଧା ପାଇଁ ୨୪/୭ ହେଲ୍ପ ଲାଇନ ଆରମ୍ଭ କରାଯାଇଥିଲା । ହେଲେ ଏହି ନମ୍ବରକୁ ଏମ୍‌ପିଙ୍କ ଅପେକ୍ଷା ସାଧାରଣ ଲୋକଙ୍କ କଲ୍ ଏବେ ଅଧିକ ପରିମାଣରେ ଆସୁଛି ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ମୋଦିଙ୍କ ପର୍ସନାଲ ଫୋନ୍ ନମ୍ବର ମାଗୁଛନ୍ତି । କେହି କହୁଛି ତାଙ୍କୁ ଭେଟିବା ପାଇଁ ନମ୍ବର ଆବଶ୍ୟକ ରହିଛି ତ ଆଉ କିଏ କହୁଛି ମୋଦିଙ୍କୁ କିଛି ପରାମର୍ଶ ଦେବାର ଅଛି । ହେଲ୍ପ ଲାଇନରେ କାମ କରୁଥିବା ଲୋକେ କୁହନ୍ତି ଲୋକ ସଭା ସମ୍ପର୍କରେ କେହି ତାଙ୍କୁ କିଛି ପଚାରୁ ନାହାଁନ୍ତି । କେବଳ ପ୍ରଧାନମନ୍ତ୍ରୀଙ୍କ ଫୋନ୍ ନମ୍ବର ମାଗୁଛନ୍ତି । ହେଲ୍ପ ଲାଇନ ପ୍ରୋଜେକ୍ଟରେ ସାମିଲ ଅଧିକାରୀ ନିଜ ନାଁ ପ୍ରକାଶ ନ କରି କହିଛନ୍ତି ଲୋକ ସଭା ଟେଲିଭିଜନ ଚ୍ୟାନେଲରେ କିଛିଥର ହେଲ୍ପ ଲାଇନ ନମ୍ବର ଦିଆଯିବା ପରେ ଏବେ ହେଲ୍ପ ଲାଇନ ନମ୍ବରକୁ ଲାଗାତାର କଲ୍ ଆସୁଛି । ଅଧିକାଂଶ କଲ୍ ଗ୍ରାମୀଣ ଅଞ୍ଚଳରୁ ଆସୁଛି । କେବେ କେବେ କେହି କହୁଛନ୍ତି ମୋତେ ପ୍ରଧାନମନ୍ତ୍ରୀଙ୍କ ଆପୋଏଣ୍ଟମେଣ୍ଟ ନେବାର ଅଛି ।

Share