ଦେଶ,ରାଜ୍ୟର ଉନ୍ନତି ଲାଗି ସଙ୍କଳ୍ପ ନେବାକୁ ଆହ୍ବାନ

ବାରିପଦା ଅଫିସ,୨୮।୧ ମୟୂରଭଞ୍ଜ ଜିଲା ବାରିପଦା ରିଜର୍ଭ ପୋଲିସ ପଡ଼ିଆଠାରେ ୭୩ତମ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ବିଭାଗର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଆଗାମୀ ଦିନରେ ଛାତ୍ରୀଛାତ୍ର, ଯୁବପିଢ଼ି ଓ ଜନସାଧାରଣ ରାଜ୍ୟ ତଥା ଦେଶର ଉନ୍ନତି ପାଇଁ ସଙ୍କଳ୍ପବଦ୍ଧ ହୋଇ କାର୍ଯ୍ୟ କରିବାକୁ ତାଙ୍କ ଉଦ୍‌ବୋଧନରେ ଆହ୍ବାନ ଦେଇଥିଲେ। ଜିଲାପାଳ ବିନୀତ ଭରଦ୍ୱାଜ, ଆରକ୍ଷୀ ଅଧୀକ୍ଷକ କେ.ଆର୍‌. ଦ୍ୟାନଦେଓ ଉପସ୍ଥିତ ଥିଲେ। ରିଜର୍ଭ ଆର୍ମ ପୋଲିସ, ଏସ୍‌ପିଓ ଏବଂ ଗୃହରକ୍ଷୀ ବାହିନୀ ଦଳ ସମ୍ମିଳିତ ଅଭିବାଦନ ଜଣାଇଥିଲେ ା ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ରୁଦ୍ରନାରାୟଣ ମହାନ୍ତି, ପ୍ରକାଶ ଚନ୍ଦ୍ର ବେହେରା, ହେମନ୍ତ କୁମାର ସିଂ, ପିଡି ଡିିଆରଡ଼ିଏ ପି.ଅନ୍ବେଷା ରେଡ୍ଡି, ଅତିରକ୍ତ ଆରକ୍ଷୀ ଅଧୀକ୍ଷକ ସୁରେଶ ଚନ୍ଦ୍ର ପାତ୍ର, ସଦର ଉପଜିଲାପାଳ ଅନ୍ୟା ଦାସ ଓ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ। ସେହିପରି ଜିଲାର
ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ସନ୍ଧ୍ୟାରେ ଅନଲାଇନ୍‌ ମାଧ୍ୟମରେ ଅନୁଷ୍ଠିତ ବକ୍ତୃତା ଓ କୁଇଜ୍‌ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ା