Categories: ଜାତୀୟ

ମୋଦିଙ୍କୁ ଜାତିର ପିତା କହିବା ତାଙ୍କ ପ୍ରତି ଅପମାନ ଜନକ: ସଞ୍ଜୟ ରାଉତ…

ମୁମ୍ବାଇ,୨୫।୧୨ : ମହାରାଷ୍ଟ୍ରର ଉପମୁଖ୍ୟ ଦେବେନ୍ଦ୍ର ଫଡନାଭିସଙ୍କ ସ୍ତ୍ରୀ ଅମୃତା ଫଡନାଭିସସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆ ଭାରତର ଜାତିର ପିତା ବୋଲି କହିବା ପ୍ରସଙ୍ଗ ନେଇ ବିବାଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଶିବସେନା ନେତା ତଥା ରାଜ୍ୟ ସଭା ସଦସ୍ୟ ସଞ୍ଜୟ ରାଉତ ରବିବାର ଦିନ ଶିବସେନା ମୁଖପତ୍ର ସାମାନାରେ ଏନେଇ ସମାଲୋଚନା କରିଛନ୍ତି। ଅମୃତା ଫଡନାଭିସଙ୍କ ମତ ସହ ସହମତ କି ବୋଲି ସେ ଭାଜପାକୁ ପଚାରିଛନ୍ତି। କାରଣ, ଏହା କହିବା ପିଏମ ମୋଦିଙ୍କ ପ୍ରତି ଅପମାନ।

ସେ କହିଛନ୍ତି, ନୂତନ ଭାରତରେ ଭୋକ, ଦାରିଦ୍ର୍ୟ, ବେକାରୀ ଏବଂ ଆତଙ୍କବାଦ ଆଦି ବିଭିନ୍ନ ସମସ୍ୟା ମୁଣ୍ଡ ଟେକୁଛି। ତେଣୁ ପ୍ରଧାନମନ୍ତ୍ରୀ ଙ୍କୁ ନୂଆ ଭାରତର ପିତା ବୋଲି କହିବା ତାଙ୍କ ନିଜ ପାଇଁ ଅପମାନ ହେବ। ବାସ୍ତବରେ ଅମୃତା ଫଡନାଭିସ ଏକ ସାକ୍ଷାତକାରରେ କହିଥିଲେ ଯେ’ଆମର ଜାତିର ଦୁଇ ପିତା ଅଛନ୍ତି। ନରେନ୍ଦ୍ର ମୋଦି ନୂତନ ଭାରତର ଜାତିର ପିତା ଏବଂ ମହାତ୍ମା ଗାନ୍ଧୀ ପୁରାତନ ଦେଶର ପିତା ଅଟନ୍ତି।

 

ଶିବସେନାର ଉଦ୍ଧବ ବାଲାସାହେବ ଠାକର ଦଳର ନେତା ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଯେ ଭାଜପାରେ କେହି ସ୍ବାଧୀନତା ସଂଗ୍ରାମୀ ବୀର ସାବରକର ଜାତିର ପିତା ବୋଲି କହୁନାହାନ୍ତି। ଆରଏସଏସ ସର୍ବଦା ସାବରକରକୁ ବିରୋଧ କରୁଥିଲା। ସାବରକର କଠୋର କାରାଗାରରେ ଥିଲେ। ଏବେ ଏହି ଲୋକମାନେ ଭାରତକୁ ପୁରୁଣା ଏବଂ ନୂତନରେ ବିଭକ୍ତ କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ନାତି ତୁଷାର ଗାନ୍ଧୀ ଏବଂ କଂଗ୍ରେସ ଅମୃତା ଫଡନାଭିସଙ୍କ ମନ୍ତବ୍ୟ ଉପରେ ମଧ୍ୟ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ରବିବାର ଦିନ ସାମାନାରେ ଲେଖାଯାଇଥିବା ଏକ ଆର୍ଟିକିଲରେ ରାଉତ ପ୍ରଶ୍ନ କରିଛନ୍ତି ଯେ ସ୍ବାଧୀନତା ସଂଗ୍ରାମୀଙ୍କ ଶହୀଦ ହେବା ଦ୍ୱାରା ମିଳିଥିବା ସ୍ବାଧୀନତାକୁ ଭାଜପା  ଗ୍ରହଣ କରୁନାହିଁ କି?

ସେ କରିଛନ୍ତି ଯେ ଜାତିର ପିତା ଆଖ୍ୟା ଦେଶବାସୀ ମହାତ୍ମା ଗାନ୍ଧୀଙ୍କୁ ଦେଇଛନ୍ତି। ଯଦିଓ ଶିବସେନା ପ୍ରତିଷ୍ଠାତା ସ୍ବର୍ଗତ ବାଲାସାହେବ ଠାକରେଙ୍କ ସମେତ ଅନେକ ରାଜନୈତିକ ବିରୋଧୀ ଏହାକୁ ବିରୋଧ କରିଥିଲେ, ଏଠାରେ ’ଜାତିର ପିତା’ କିମ୍ବା ’ସର୍ଦ୍ଦାର’ କିଏ ତାହା ନୁହେଁ। ପ୍ରଶ୍ନ ହେଉଛି ସ୍ବାଧୀନତା ସଂଗ୍ରାମରେ ଭାଜପାର ଅବଦାନ କ’ଣ? ସ୍ବାଧୀନତା ଆନ୍ଦୋଳନରେ ଭାଜପା ଏବଂ ଆରଏସଏସର କୌଣସି ଭୂମିକା ନାହିଁ ବୋଲି ରାଉତ ଅଭିଯୋଗ କରିଛନ୍ତି। ସେଥିପାଇଁ ତାଙ୍କୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରି କଂଗ୍ରେସ ସହ ଜଡିତ ମହାନ ବ୍ୟକ୍ତିଙ୍କ ପ୍ରତୀକ ଚୋରି କରିବାକୁ ପଡିଲା।

Share