Posted inଜାତୀୟ

ଆନ୍ଦୋଳନକାରୀଙ୍କୁ ଲାଠିମାଡ଼

ଚଣ୍ଡିଗଡ଼/ନୂଆଦିଲ୍ଲୀ,୧୪ା୨: ନିଜ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ନିଶ୍ଚିତ କରିବା ସକାଶେ ଆଇନ ପ୍ରଣୟନ ଦାବିରେ କୃଷକମାନେ ପ୍ରାୟ ୨୭ ମାସ ପରେ ମଙ୍ଗଳବାର ଦିଲ୍ଲୀ ସୀମାରେ ପୁଣି ଏକତ୍ରିତ ହୋଇଛନ୍ତି। ୨୬ କୃଷକ ସଙ୍ଗଠନ ପକ୍ଷରୁ ‘ଦିଲ୍ଲୀ ଚଲୋ’ ଆହ୍ବାନ ଦିଆଯାଇଥିବାରୁ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ମଧ୍ୟ ପ୍ରଦେଶର ଅନେକ ହଜାର ଚାଷୀ ଜାତୀୟ ରାଜଧାନୀ ଭିତରକୁ ପ୍ରବେଶ ଉଦ୍ୟମ କରିଛନ୍ତି। ସେମାନଙ୍କ ଉପରେ ପୋଲିସ ପ୍ରଶାସନ ପାଣି ବର୍ଷା ଓ ଲୁହବୁହା ବାଷ୍ପ ପ୍ରୟୋଗ କରିଛି। କୁରୁକ୍ଷେତ୍ର ସମେତ କେତେକ ସ୍ଥାନରେ ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ଲାଠିମାଡ଼ କରିଛି। ସଂଯୁକ୍ତ କିଷାନ ମୋର୍ଚ୍ଚା (ଅଣରାଜନୈତିକ) ଏବଂ କିଷାନ ମଜଦୁର ମୋର୍ଚ୍ଚା ପକ୍ଷରୁ ଫେବୃୟାରୀ ୧୬ରେ ‘ଭାରତ ବନ୍ଦ’ ଡାକରା ଦିଆଯାଇଥିବାରୁ ୧୪୪ ଧାରା ଜାରି ସହ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଇଛି। ଇତିମଧ୍ୟରେ କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି, ସମସ୍ତ ପକ୍ଷଙ୍କ ସହ ବିଚାରବିମର୍ଶ ନ କରି ଏମ୍‌ଏସ୍‌ପି ସମ୍ପର୍କିତ ଆଇନ ତରବରିଆ ଭାବେ ଅଣାଯାଇପାରିବ ନାହିଁ। ଏହି ପ୍ରସଙ୍ଗରେ ବିକ୍ଷୋଭକାରୀ କୃଷକମାନଙ୍କୁ ସରକାରଙ୍କ ସହ ଫଳପ୍ରଦ ଆଲୋଚନା କରିବାକୁ ସେ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷେ କଂଗ୍ରେସ କ୍ଷମତାକୁ ଆସିଲେ ‘କିଷାନ ନ୍ୟାୟ ଗ୍ୟାରେଣ୍ଟି’ ନାମରେ ଫସଲର ଏମ୍‌ଏସ୍‌ପି ପାଇଁ ନିଜ ବୈପ୍ଳବିକ ପ୍ରତିଶ୍ରୁତି ପାଳନ ପୂର୍ବକ ତୁରନ୍ତ ଆଇନ ଆଣିବ ବୋଲି ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। ୨୦୨୦ ସେପ୍ଟେମ୍ବରରେ କେନ୍ଦ୍ର ସରକାର କୃଷକଙ୍କ ଉତ୍ପାଦ ବ୍ୟାପାର ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସରଳୀକରଣ) ଆଇନ, କୃଷକ (ସଶକ୍ତୀକରଣ ଓ ପ୍ରୋତ୍ସାହନ) ମୂଲ୍ୟ ଆଶ୍ୱାସନା ଓ କୃଷି ସେବା ଚୁକ୍ତି ସମ୍ପର୍କିତ ଆଇନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ନାମରେ ୩ଟି କୃଷି ଆଇନ ଆଣିଥିଲେ। ଏହି ଆଇନରେ ଏମ୍‌ଏସ୍‌ପି ବ୍ୟବସ୍ଥା ନ ଥିବା ଏବଂ ଖାଦ୍ୟଶସ୍ୟ ଦର ନିର୍ଦ୍ଧାରଣ ଉପରେ ବୃହତ୍‌ ଶିଳ୍ପଗୋଷ୍ଠୀଙ୍କ ଏକଚାଟିଆ ଅଧିକାର ରହିବା ଆଶଙ୍କା କରି କୃଷକମାନେ ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ପ୍ରାୟ ବର୍ଷେ ଧରି ଆନ୍ଦୋଳନ ଚଳାଇଥିଲେ। କେନ୍ଦ୍ର ସରକାର ୨୦୨୧ ନଭେମ୍ବର ୧୯ରେ କୃଷକଙ୍କ ଦାବି ଆଗରେ ମୁଣ୍ଡ ନୁଅଁାଇ ୩ ବିବାଦୀୟ ଆଇନ ପ୍ରତ୍ୟାହାର ଘୋଷଣା କରିଥିଲେ। ଏଥିସହ ଏମ୍‌ଏସ୍‌ପି ଆଇନ ଆଣିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏମ୍‌ଏସ୍‌ପି ଉପରେ ଏ ପର୍ଯ୍ୟନ୍ତ କୌଣସି ଆଇନ ଅଣାଯାଇ ନ ଥିବାରୁ ପୁଣି ଥରେ କୃଷକ ଆନ୍ଦୋଳନ ମୁଣ୍ଡ ଟେକିଛି। ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ କିଷାନ ମଜଦୁର ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ‘ଦିଲ୍ଲୀ ଚଲୋ’ ଆହ୍ବାନକ୍ରମେ କୃଷି ପ୍ରଧାନ ରାଜ୍ୟଗୁଡ଼ିକରୁ ଚାଷୀମାନେ ଦିଲ୍ଲୀମୁହଁା ହୋଇଛନ୍ତି। ଏମ୍‌ଏସ୍‌ପି ଆଇନ, ଋଣଛାଡ଼ ଏବଂ ପୂର୍ବ ଆନ୍ଦୋଳନ ବେଳେ କୃଷକଙ୍କ ବିରୋଧରେ ରୁଜୁ ମାମଲା ପ୍ରତ୍ୟାହାର ସମେତ ଅନେକ ଦାବିକୁ ନେଇ ସେମାନେ ସରକାରଙ୍କ ଉପରେ ଚାପସୃଷ୍ଟି ପାଇଁ ବିକ୍ଷୋଭ ଚଳାଇଛନ୍ତି। ଟ୍ରାକ୍ଟର ଟ୍ରଲିଗୁଡ଼ିକରେ କୃଷକଙ୍କ ସହ ମହିଳାମାନେ ମଧ୍ୟ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଛନ୍ତି। ସେମାନଙ୍କୁ ରୋକିବା ପାଇଁ ମହିଳା ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପଞ୍ଜାବର ଫତେଗଡ଼ ସାହିବରେ ଶତାଧିକ ଟ୍ରାକ୍ଟରକୁ ଅଟକାଯାଇଛି। ପୋଲିସ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍‌ କରି ରାସ୍ତା ଅବରୋଧ କରିଥିବାବେଳେ ଅମୃତସରରୁ ବାହାରିଥିବା ଶୋଭାଯାତ୍ରାରେ ଏକ ଏକ୍ସାଭେଟର ରହିଛି। ବ୍ୟାରିକେଡ୍‌ଗୁଡ଼ିକୁ ଭାଙ୍ଗିବା ପାଇଁ ଏହାକୁ ବ୍ୟବହାର କରାଯିବ ବୋଲି ଚାଷୀମାନେ କହିଛନ୍ତି। ହରିୟାଣାରୁ ଦିଲ୍ଲୀ ଯାଇଥିବା ରାଜପଥରେ ମଧ୍ୟ ପୋଲିସ ବହୁ ସଂଖ୍ୟକ ଟ୍ରାକ୍ଟରକୁ ରୋକିଦେଇଛି। ରାଜଧାନୀର ପ୍ରମୁଖ ପ୍ରବେଶ ସ୍ଥଳଗୁଡ଼ିକରେ ଦିଲ୍ଲୀ ପୋଲିସ ବହୁସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ କରିଛି। ବ୍ୟାରିକେଡିଂ ସହ ଟ୍ରାକ୍ଟରର ଟାୟାର ଫାଟିବା ଭଳି କଣ୍ଟା ବିଛାଇଛି। ହରିୟାଣାର ଚାଷୀମାନେ ବ୍ୟାରିକେଡ୍‌ ଭାଙ୍ଗି ଘଜ୍ଜର ନଦୀ ବ୍ରିଜକୁ ଫିଙ୍ଗିଦେଇଛନ୍ତି। ସେମାନଙ୍କୁ ଘଉଡ଼ାଇବା ପାଇଁ ଡ୍ରୋନ୍‌ ସହାୟତାରେ ଲୁହବୁହା ବାଷ୍ପ ଛଡ଼ାଯାଇଛି। ଅନେକ ସ୍ଥାନରେ ଦଙ୍ଗାନିରୋଧୀ ଗାଡ଼ି ଓ ଓ୍ବାଟର କ୍ୟାନନ୍‌ ମୁତୟନ କରାଯାଇଛି। କେତେକ ସ୍ଥାନରେ ପୋଲିସ ଓ କୃଷକ ମୁହଁାମୁହିଁ ହୋଇଥିବା ଦେଖିବାକୁ ମିଳିଛି।
ପ୍ରକାଶ ଯେ, ସୋମବାର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପୀୟୂଷ ଗୋୟଲ ଚଣ୍ଡିଗଡ଼ରେ କୃଷକ ନେତାମାନଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ଉଭୟ ପକ୍ଷଙ୍କ ମଧ୍ୟରେ ସହମତି ପ୍ରକାଶ ନ ପାଇବାରୁ କୃଷକମାନେ ମଙ୍ଗଳବାରଠାରୁ ଆନ୍ଦୋଳନାମତ୍କ ପନ୍ଥା ଆପଣାଇଛନ୍ତି। ପୂର୍ବରୁ ୨୦୨୦ ସେପ୍ଟେମ୍ବରରୁ ୧୩ ମାସ ଧରି କୃଷକ ଆନ୍ଦୋଳନ ଚାଲିଥିଲା। ଆଗକୁ ସାଧାରଣ ନିର୍ବାଚନ ଥିବାରୁ କୃଷକମାନେ ସରକାରଙ୍କ ଉପରେ ଚାପ ସୃଷ୍ଟି ପାଇଁ ଯେତେ ଅଧିକ ଦିନ ସମ୍ଭବ ଆନ୍ଦୋଳନ ଜାରି ରଖିବାକୁ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ପଞ୍ଜାବର ଗୁର୍‌ଦାସପୁର ଚାଷୀ ହରଭଜନ ସିଂ କହିଛନ୍ତି, ଅନୂ୍ୟନ ୬ ମାସ ପାଇଁ ଆମେ ପ୍ରସ୍ତୁତ ହୋଇ ରହିଛୁ। ସାଙ୍ଗରେ ପର୍ଯ୍ୟାପ୍ତ ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଦିଲ୍ଲୀ ଯାଉଛୁ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?