Posted inଜାତୀୟ

ଆନ୍ଦୋଳନକାରୀଙ୍କୁ ଲାଠିମାଡ଼

ଚଣ୍ଡିଗଡ଼/ନୂଆଦିଲ୍ଲୀ,୧୪ା୨: ନିଜ ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ନିଶ୍ଚିତ କରିବା ସକାଶେ ଆଇନ ପ୍ରଣୟନ ଦାବିରେ କୃଷକମାନେ ପ୍ରାୟ ୨୭ ମାସ ପରେ ମଙ୍ଗଳବାର ଦିଲ୍ଲୀ ସୀମାରେ ପୁଣି ଏକତ୍ରିତ ହୋଇଛନ୍ତି। ୨୬ କୃଷକ ସଙ୍ଗଠନ ପକ୍ଷରୁ ‘ଦିଲ୍ଲୀ ଚଲୋ’ ଆହ୍ବାନ ଦିଆଯାଇଥିବାରୁ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ମଧ୍ୟ ପ୍ରଦେଶର ଅନେକ ହଜାର ଚାଷୀ ଜାତୀୟ ରାଜଧାନୀ ଭିତରକୁ ପ୍ରବେଶ ଉଦ୍ୟମ କରିଛନ୍ତି। ସେମାନଙ୍କ ଉପରେ ପୋଲିସ ପ୍ରଶାସନ ପାଣି ବର୍ଷା ଓ ଲୁହବୁହା ବାଷ୍ପ ପ୍ରୟୋଗ କରିଛି। କୁରୁକ୍ଷେତ୍ର ସମେତ କେତେକ ସ୍ଥାନରେ ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ଲାଠିମାଡ଼ କରିଛି। ସଂଯୁକ୍ତ କିଷାନ ମୋର୍ଚ୍ଚା (ଅଣରାଜନୈତିକ) ଏବଂ କିଷାନ ମଜଦୁର ମୋର୍ଚ୍ଚା ପକ୍ଷରୁ ଫେବୃୟାରୀ ୧୬ରେ ‘ଭାରତ ବନ୍ଦ’ ଡାକରା ଦିଆଯାଇଥିବାରୁ ୧୪୪ ଧାରା ଜାରି ସହ ସର୍ବାଧିକ ସତର୍କତା ଅବଲମ୍ବନ କରାଯାଇଛି। ଇତିମଧ୍ୟରେ କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି, ସମସ୍ତ ପକ୍ଷଙ୍କ ସହ ବିଚାରବିମର୍ଶ ନ କରି ଏମ୍‌ଏସ୍‌ପି ସମ୍ପର୍କିତ ଆଇନ ତରବରିଆ ଭାବେ ଅଣାଯାଇପାରିବ ନାହିଁ। ଏହି ପ୍ରସଙ୍ଗରେ ବିକ୍ଷୋଭକାରୀ କୃଷକମାନଙ୍କୁ ସରକାରଙ୍କ ସହ ଫଳପ୍ରଦ ଆଲୋଚନା କରିବାକୁ ସେ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷେ କଂଗ୍ରେସ କ୍ଷମତାକୁ ଆସିଲେ ‘କିଷାନ ନ୍ୟାୟ ଗ୍ୟାରେଣ୍ଟି’ ନାମରେ ଫସଲର ଏମ୍‌ଏସ୍‌ପି ପାଇଁ ନିଜ ବୈପ୍ଳବିକ ପ୍ରତିଶ୍ରୁତି ପାଳନ ପୂର୍ବକ ତୁରନ୍ତ ଆଇନ ଆଣିବ ବୋଲି ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। ୨୦୨୦ ସେପ୍ଟେମ୍ବରରେ କେନ୍ଦ୍ର ସରକାର କୃଷକଙ୍କ ଉତ୍ପାଦ ବ୍ୟାପାର ଓ ବାଣିଜ୍ୟ (ପ୍ରୋତ୍ସାହନ ଓ ସରଳୀକରଣ) ଆଇନ, କୃଷକ (ସଶକ୍ତୀକରଣ ଓ ପ୍ରୋତ୍ସାହନ) ମୂଲ୍ୟ ଆଶ୍ୱାସନା ଓ କୃଷି ସେବା ଚୁକ୍ତି ସମ୍ପର୍କିତ ଆଇନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ନାମରେ ୩ଟି କୃଷି ଆଇନ ଆଣିଥିଲେ। ଏହି ଆଇନରେ ଏମ୍‌ଏସ୍‌ପି ବ୍ୟବସ୍ଥା ନ ଥିବା ଏବଂ ଖାଦ୍ୟଶସ୍ୟ ଦର ନିର୍ଦ୍ଧାରଣ ଉପରେ ବୃହତ୍‌ ଶିଳ୍ପଗୋଷ୍ଠୀଙ୍କ ଏକଚାଟିଆ ଅଧିକାର ରହିବା ଆଶଙ୍କା କରି କୃଷକମାନେ ଦିଲ୍ଲୀର ସିଙ୍ଘୁ, ଟିକ୍ରି ଓ ଗାଜିପୁର ସୀମାରେ ପ୍ରାୟ ବର୍ଷେ ଧରି ଆନ୍ଦୋଳନ ଚଳାଇଥିଲେ। କେନ୍ଦ୍ର ସରକାର ୨୦୨୧ ନଭେମ୍ବର ୧୯ରେ କୃଷକଙ୍କ ଦାବି ଆଗରେ ମୁଣ୍ଡ ନୁଅଁାଇ ୩ ବିବାଦୀୟ ଆଇନ ପ୍ରତ୍ୟାହାର ଘୋଷଣା କରିଥିଲେ। ଏଥିସହ ଏମ୍‌ଏସ୍‌ପି ଆଇନ ଆଣିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏମ୍‌ଏସ୍‌ପି ଉପରେ ଏ ପର୍ଯ୍ୟନ୍ତ କୌଣସି ଆଇନ ଅଣାଯାଇ ନ ଥିବାରୁ ପୁଣି ଥରେ କୃଷକ ଆନ୍ଦୋଳନ ମୁଣ୍ଡ ଟେକିଛି। ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ କିଷାନ ମଜଦୁର ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ‘ଦିଲ୍ଲୀ ଚଲୋ’ ଆହ୍ବାନକ୍ରମେ କୃଷି ପ୍ରଧାନ ରାଜ୍ୟଗୁଡ଼ିକରୁ ଚାଷୀମାନେ ଦିଲ୍ଲୀମୁହଁା ହୋଇଛନ୍ତି। ଏମ୍‌ଏସ୍‌ପି ଆଇନ, ଋଣଛାଡ଼ ଏବଂ ପୂର୍ବ ଆନ୍ଦୋଳନ ବେଳେ କୃଷକଙ୍କ ବିରୋଧରେ ରୁଜୁ ମାମଲା ପ୍ରତ୍ୟାହାର ସମେତ ଅନେକ ଦାବିକୁ ନେଇ ସେମାନେ ସରକାରଙ୍କ ଉପରେ ଚାପସୃଷ୍ଟି ପାଇଁ ବିକ୍ଷୋଭ ଚଳାଇଛନ୍ତି। ଟ୍ରାକ୍ଟର ଟ୍ରଲିଗୁଡ଼ିକରେ କୃଷକଙ୍କ ସହ ମହିଳାମାନେ ମଧ୍ୟ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଛନ୍ତି। ସେମାନଙ୍କୁ ରୋକିବା ପାଇଁ ମହିଳା ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପଞ୍ଜାବର ଫତେଗଡ଼ ସାହିବରେ ଶତାଧିକ ଟ୍ରାକ୍ଟରକୁ ଅଟକାଯାଇଛି। ପୋଲିସ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍‌ କରି ରାସ୍ତା ଅବରୋଧ କରିଥିବାବେଳେ ଅମୃତସରରୁ ବାହାରିଥିବା ଶୋଭାଯାତ୍ରାରେ ଏକ ଏକ୍ସାଭେଟର ରହିଛି। ବ୍ୟାରିକେଡ୍‌ଗୁଡ଼ିକୁ ଭାଙ୍ଗିବା ପାଇଁ ଏହାକୁ ବ୍ୟବହାର କରାଯିବ ବୋଲି ଚାଷୀମାନେ କହିଛନ୍ତି। ହରିୟାଣାରୁ ଦିଲ୍ଲୀ ଯାଇଥିବା ରାଜପଥରେ ମଧ୍ୟ ପୋଲିସ ବହୁ ସଂଖ୍ୟକ ଟ୍ରାକ୍ଟରକୁ ରୋକିଦେଇଛି। ରାଜଧାନୀର ପ୍ରମୁଖ ପ୍ରବେଶ ସ୍ଥଳଗୁଡ଼ିକରେ ଦିଲ୍ଲୀ ପୋଲିସ ବହୁସ୍ତରୀୟ ସୁରକ୍ଷା ବନ୍ଦୋବସ୍ତ କରିଛି। ବ୍ୟାରିକେଡିଂ ସହ ଟ୍ରାକ୍ଟରର ଟାୟାର ଫାଟିବା ଭଳି କଣ୍ଟା ବିଛାଇଛି। ହରିୟାଣାର ଚାଷୀମାନେ ବ୍ୟାରିକେଡ୍‌ ଭାଙ୍ଗି ଘଜ୍ଜର ନଦୀ ବ୍ରିଜକୁ ଫିଙ୍ଗିଦେଇଛନ୍ତି। ସେମାନଙ୍କୁ ଘଉଡ଼ାଇବା ପାଇଁ ଡ୍ରୋନ୍‌ ସହାୟତାରେ ଲୁହବୁହା ବାଷ୍ପ ଛଡ଼ାଯାଇଛି। ଅନେକ ସ୍ଥାନରେ ଦଙ୍ଗାନିରୋଧୀ ଗାଡ଼ି ଓ ଓ୍ବାଟର କ୍ୟାନନ୍‌ ମୁତୟନ କରାଯାଇଛି। କେତେକ ସ୍ଥାନରେ ପୋଲିସ ଓ କୃଷକ ମୁହଁାମୁହିଁ ହୋଇଥିବା ଦେଖିବାକୁ ମିଳିଛି।
ପ୍ରକାଶ ଯେ, ସୋମବାର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପୀୟୂଷ ଗୋୟଲ ଚଣ୍ଡିଗଡ଼ରେ କୃଷକ ନେତାମାନଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ଉଭୟ ପକ୍ଷଙ୍କ ମଧ୍ୟରେ ସହମତି ପ୍ରକାଶ ନ ପାଇବାରୁ କୃଷକମାନେ ମଙ୍ଗଳବାରଠାରୁ ଆନ୍ଦୋଳନାମତ୍କ ପନ୍ଥା ଆପଣାଇଛନ୍ତି। ପୂର୍ବରୁ ୨୦୨୦ ସେପ୍ଟେମ୍ବରରୁ ୧୩ ମାସ ଧରି କୃଷକ ଆନ୍ଦୋଳନ ଚାଲିଥିଲା। ଆଗକୁ ସାଧାରଣ ନିର୍ବାଚନ ଥିବାରୁ କୃଷକମାନେ ସରକାରଙ୍କ ଉପରେ ଚାପ ସୃଷ୍ଟି ପାଇଁ ଯେତେ ଅଧିକ ଦିନ ସମ୍ଭବ ଆନ୍ଦୋଳନ ଜାରି ରଖିବାକୁ ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି। ପଞ୍ଜାବର ଗୁର୍‌ଦାସପୁର ଚାଷୀ ହରଭଜନ ସିଂ କହିଛନ୍ତି, ଅନୂ୍ୟନ ୬ ମାସ ପାଇଁ ଆମେ ପ୍ରସ୍ତୁତ ହୋଇ ରହିଛୁ। ସାଙ୍ଗରେ ପର୍ଯ୍ୟାପ୍ତ ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଦିଲ୍ଲୀ ଯାଉଛୁ।


Enter your email to get our daily news in your inbox.

All Right Reserved By Dharitri.Com

ମରିବୁ ପଛେ ମାଟି ଛାଡ଼ିବୁ ନାହିଁ: ଖଣି ଖନନକୁ ବିରୋଧ

ପଟ୍ଟାଙ୍ଗି,୨୯ା୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ନୂଆଗଁା ପଞ୍ଚାୟତ କାର୍ଯ୍ୟାଳୟ ପାଶର୍‌ବରେ ସେରୁବନ୍ଧ ସୁରକ୍ଷା ସମିତିର ଆହ୍ବାନକ୍ରମେ ସେମିଳିଗୁଡ଼ା ଓ ପଟ୍ଟାଙ୍ଗି ବ୍ଲକ୍‌ର ୬…

କୋଟିଆକୁ ନେଇ ତୁଟୁନି ବିବାଦ: ଓଡ଼ିଶାକୁ ଚ୍ୟାଲେଞ୍ଜ୍‌ ଦେଉଛି ଆନ୍ଧ୍ର

ପଟ୍ଟାଙ୍ଗି,୨୯ା୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କୋଟିଆକୁ ନେଇ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସହ ସୀମା ବିବାଦ ଲାଗି ରହିଛି। ଏହି ପଞ୍ଚାୟତର ୧୨ ଗ୍ରାମକୁ ଆନ୍ଧ୍ରର…

୮ମ ବେତନ କମିଶନ: ନୂଆ ଦରମା କେତେ ହେବ, ପରେ କେତେ ବଢିବ; ଜାଣନ୍ତୁ ସବୁକିଛି

ଭୁବନେଶ୍ୱର,୨୮ା୧: ୮ମ କେନ୍ଦ୍ରୀୟ ବେତନ କମିଶନ ଗଠନ ଓ ଏହାର କାର୍ଯ୍ୟକାରିତାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି। ସାଧାରଣତଃ ଦରମା କେତେ ପ୍ରତିଶତ ବଢ଼ିବ,…

OJEE ପାଇଁ ଆରମ୍ଭ ହେଲା ଆବେଦନ: ମେ’ ୪ରୁ ପରୀକ୍ଷା, ଜାଣନ୍ତୁ ସବିଶେଷ…

ଭୁବନେଶ୍ୱର,୨୮ା୧(ସୁଚିସ୍ମିତା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)- ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇଛି। ମାର୍ଚ୍ଚ ୨୨ ଆବେଦନର ଶେଷ ତାରିଖ ରହିଛି। ଏପ୍ରିଲରେ…

ମୟୂରଭଞ୍ଜରେ ହେବ ପାଇଲଟ୍ ପ୍ରଶିକ୍ଷଣ, ବ୍ରହ୍ମପୁରରେ ଡ୍ରୋନ୍ ସେଣ୍ଟର

ଭୁବନେଶ୍ୱର,୨୮ା୧: ହାଇଦ୍ରାବାଦରେ ଚାଲିଥିବା ଏସିଆର ସବୁଠାରୁ ବଡ଼ ବେସାମରିକ ବିମାନ ଚଳାଚଳ ପ୍ରଦର୍ଶନୀ ‘ୱିଙ୍ଗସ ଇଣ୍ଡିଆ ୨୦୨୬’ ଅବସରରେ ଓଡ଼ିଶା ସରକାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର (MoU)…

ଦୁଷ୍କର୍ମ ମାମଲାରେ ଫେରାର୍ ଅଭିଯୁକ୍ତଙ୍କ ଆତ୍ମସମର୍ପଣ, ଅଙ୍ଗନବାଡି କର୍ମୀଙ୍କୁ….

ପାରଳାଖେମୁଣ୍ଡି,୨୮ା୧(ଗିରିଧାରୀ ପରିଛା) :ଗଜପତି ଜିଲା ଗୋଷାଣି ବ୍ଲକର ମଧୁସୁଦନପୁର ପଞ୍ଚାୟତର ସମିତି ସଭ୍ଯ ଆର. ବାସୁଦେବ ରାଓ ଜିଲା ନ୍ଯାୟାଳୟରେ ମଙ୍ଗଳବାର ଆତ୍ମସମର୍ପଣ କରିଛନ୍ତି । ଏନେଇ…

ବିଏମ୍‌ସିର ଚେତାବନୀ, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ…

ଭୁବନେଶ୍ୱର,୨୮ା୧: ଗୁଟ୍‌ଖାକୁ ନେଇ ପ୍ରଶାସନର ବଡ଼ ନିଷ୍ପତ୍ତି । ଜୋରଦାର ହେବ ଗୁଟ୍‌ଖା ଏନଫୋର୍ସମେଣ୍ଟ ଡ୍ରାଇଭ୍‌ । ଭେଣ୍ଡିଂ ଜୋନ୍, ଓମଫେଡ୍‌ ବୁଥରେ ଗୁଟ୍‌ଖା ବିକିଲେ ଆକ୍ସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri