କରୋନାକୁ ‘ଟିଚର ଅଫ୍‌ ଦ ଇୟର’ କହିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ୨୦୨୦ ବିଶ୍ୱ ପାଇଁ ଐତିହାସିକ ବର୍ଷ ପାଲଟିଛି। ଏହି ବର୍ଷ କରୋନା ମହାମାରୀ ଲକ୍ଷଲକ୍ଷ ଲୋକଙ୍କ ଜୀବନ ନେଇଛି। ମାତ୍ର ବଲିଉଡ୍‌ର ଜଣେ ଆଗଧାଡ଼ିର ଅଭିନେତ୍ରୀ ଏହି ମହାମାରୀର ପ୍ରଶଂସା କରିଛନ୍ତି। କାରଣ କରୋନା ଅନେକ ଲୋକଙ୍କ ଜୀବନଶୈଳୀକୁ ପରିବର୍ତ୍ତନ କରିଦେଇଛି। ଜାଣନ୍ତୁ ଏ ସମ୍ପର୍କରେ…

ଅନେକ ଫିଲ୍ମ ଷ୍ଟାର୍‌ଙ୍କ ରୁଟିନ୍‌ରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ବଲିଉଡର ଭେଟେରାନ ତଥା ସୁନ୍ଦରୀ ଅଭିନେତ୍ରୀ କାଜଲ କୋଭିଡ୍‌-୧୯କୁ ପ୍ରଶଂସା କରିଛନ୍ତି। ଲୋକଙ୍କ ଦୈନନ୍ଦିନ ଜୀବନ ଶୈଳୀ ପରିବର୍ତ୍ତନ ପାଇଁ ସେ ଏହି ମହାମାରୀକୁ ପ୍ରଶଂସା କରିଛନ୍ତି। ଏଥିସହିତ ସେ ଏହାକୁ ପୁରସ୍କାର ପ୍ରଦାନ କରିବାକୁ ଯୁକ୍ତି ମଧ୍ୟ ବାଢ଼ିଛନ୍ତି। ସୋସିଆଲ ମିଡିଆରେ କାଜଲ ଏପରି କହିଛନ୍ତି।

ସୋସିଆଲ ମିଡିଆରେ କାଜଲ ଖୁବ୍‌ ଆକ୍ଟିଭ୍‌ ରହୁଛନ୍ତି। ନିଜ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିବାକୁ ସେ ପ୍ରାୟତଃ ନିଜର କିଛି ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ସେ ତାଙ୍କ ଅଫିସିଆଲ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ସେ କରୋନାକୁ ପୁରସ୍କାର ଦେବାକୁ ଆବେଦନ କରିଛନ୍ତି। ସେ କରୋନା ମହାମାରୀକୁ ‘ଟିଚର ଅପ୍‌ ଦ ଇୟର’ ଅର୍ଥାତ୍‌ କରୋନା ହେଉଛି ଏହି ବର୍ଷର ଶିକ୍ଷକ ବୋଲି କହିଛନ୍ତି।

Share