Categories: ଜାତୀୟ

ପାର୍ଲାମେଣ୍ଟରେ ସଫେଇ ଦେଲେ ମହୁଆ: ମୁଁ ସେଓକୁ ସେଓ କହିବି, କମଳା ନୁହେଁ

ନୂଆଦିଲ୍ଲୀ,୮।୨: ଲୋକ ସଭାରେ ଅପଶବ୍ଦ ବ୍ୟବହାର କରି ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ର  ବିବାଦରେ ଅଛନ୍ତି। ତେବେ ମହୁଆ ତାଙ୍କ ବିବୃତ୍ତିରେ ଏବେ ମଧ୍ୟ କାଏମ ରହିଛନ୍ତି।
ମହୁଆ ଆହୁରି ମଧ୍ୟ କହିଛନ୍ତି, ମୁଁ ଜାଣେ ନାହିଁ ମୋ ଠାରୁ କେଉଁ ପ୍ରକାର ଭାଷା କଳ୍ପନା କରାଯାଉଛି। ମୁଁ ଆଶ୍ଚର୍ଯ୍ୟ ହୋଇଛି ଯେ, ଆଜି ଭାଜପା ଲୋକମାନେ ମୋତେ ଜ୍ଞାନ ଦେଉଛନ୍ତି। ସଂସଦୀୟ ଶୈଳୀ ବିଷୟରେ ମୋତେ କହୁଛନ୍ତି। ମୁଁ ସେଓକୁ ସେଓ କହିବି, କମଳା ନୁହେଁ।
ସୂଚନାଯୋଗ୍ୟ, ମଙ୍ଗଳବାର ଅଧିବେଶନରେ ମହୁଆ ଅପଶବ୍ଦ ବ୍ୟବହାର କରିଥିଲେ। ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ମହୁଆ ଆଦାନୀ ଗ୍ରୁପ ସହ ଜଡିତ ଏହି ପ୍ରସଙ୍ଗରେ ଲୋକ ସଭାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଥିଲେ। ସେ କହିଛନ୍ତି, ଜଣେ ପ୍ରସିଦ୍ଧ ବ୍ୟକ୍ତି, ଯାହାଙ୍କ ନାମ ‘ଏ’ରୁ ଆରମ୍ଭ ହୋଇ ‘ଆଇ’ ସହିତ ଶେଷ ହୁଏ। ସେ ଆଡଭାନୀ ନୁହଁନ୍ତି। ତାଙ୍କ ନାଁ ଏବେ ସବୁଆଡେ ଆଲୋଚନା। ଏହି ଘଟଣାର ଗମ୍ଭୀର ଅନୁସନ୍ଧାନ କରାଯିବା ଉଚିତ୍‌।

Share