Posted inବରଗଡ଼

ଜନଗଣନାବେଳେ ମାତୃଭାଷା ସମ୍ବଲପୁରୀ ଲେଖିବାକୁ ଆହ୍ବାନ

ବରଗଡ଼,୨୫।୧(ପ୍ରେମାନନ୍ଦ ଖମାରୀ): ଚଳିତବର୍ଷ ଜନଗଣନା ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ପଶ୍ଚିମ ଓଡିଶା ତଥା ନିକଟବର୍ତ୍ତୀ ଅଞ୍ଚଳର ଅଧିବାସୀ ଜନଗଣନା ସମୟରେ ଉଦ୍ଦିଷ୍ଟ କାଗଜପତ୍ରରେ ନିଜ ମାତୃଭାଷା ସମ୍ବଲପୁରୀ ବୋଲି ଉଲ୍ଲେଖ କରିବାକୁ ହେବ। ଏହାଦ୍ୱାରା ସରକାରଙ୍କ ନିକଟରେ ନିର୍ଭୁଲ ଓ ନିର୍ଦ୍ଧିଷ୍ଟ ତଥ୍ୟ ପହଞ୍ଚତ୍ପାରିବ । ସମ୍ବଲପୁରୀ ଭାଷା ସାମ୍ବିଧାନିକ ମାନ୍ୟତା ପାଇବା ଦିଗ ଉନ୍ମୁକ୍ତ ହେବା ସହିତ ଦେଢ଼ କୋଟି ଲୋକଙ୍କ ଆଶା ଆକାଂକ୍ଷା ପୂରଣ ହେବ ବୋଲି ଶୁକ୍ରବାର ବିଜେପୁର ନିକଟସ୍ଥ ପଡ଼ା ଗ୍ରାମରେ ଆୟୋଜିତ ଜାତୀୟ ସମ୍ବଲପୁରୀ ଭେଟ୍‌ଘାଟରେ ମତପ୍ରକାଶ ପାଇଛି। ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ ଅବସରରେ ମନୋହର ସାଂସ୍କୃତିକ ସଂସଦର ୩୫ତମ ବଛରକିଆ ଉଛବ ଏବଂ ୫୭ତମ ଜାତୀୟ ସମ୍ବଲପୁରୀ ଭେଟଘାଟ, ପଡ଼ା ଗ୍ରାମର ପ୍ରକାଶ ସାଂସ୍କୃତିକ ସଂସଦର ଆୟୋଜନକ୍ରମେ ଅନୁଷ୍ଠିତ ହୋଇଥିଲା। ସଙ୍ଗଠକ ଅଶୋକ କୁମାର ପୂଜାହାରୀଙ୍କ ସଭାପତିତ୍ୱ ଓ ଛନ୍ଦ କବି ସୁରେଶ ଚନ୍ଦ୍ର ଭୋଇଙ୍କ ସଞ୍ଚାଳନରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ କବି ସମ୍ମିଳନୀ ହୋଇଥିଲା। ଏଥିରେ କବି ନିରଞ୍ଜନ ପଣ୍ଡା, ଗୌରଚରଣ ପ୍ରଧାନ, ମୋହନ ସିଂ କହ୍ନେଇ, ବିଶିକେଶନ ମେହେର, ସଙ୍ଗଠକ ରମେଶ ମହାପାତ୍ର, ହରିଲାଲ ସାହୁ, ସରପଞ୍ଚ ଶୋଭା ମେହେର ଅତିଥି ଭାବେ ଯୋଗ ଦେଇଥିଲେ। କବି କିଶୋର ପାତ୍ର ସ୍ବାଗତ ସଙ୍ଗୀତ ଗାନ, ଦିଲ୍ଲୀପ କୁମାର ଦେବତା ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ ଏବଂ ଅଧ୍ୟାପକ ସୁକୁମାର ଭୋଇ ଓ ଡଃ ନାରାୟଣ ଭୋଇ କବିତା ସଂଯୋଜନା କରିଥିଲେ। ଭାଷା ଗବେଷକ ତଥା ମନୋହର ସାଂସ୍କୃତିକ ସଂସଦର ସଭାପତି ଉତ୍ପନ୍ନ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନରେ ଜୟନ୍ତୀ ପାଳନ ଓ ସମ୍ବର୍ଦ୍ଧନା ସଭା ହୋଇଥିଲା। ଏଥିରେ ପ୍ରଦୀପ ପଧାନ ସ୍ବାଗତ ଭାଷଣ ଦେଇଥିବାବେଳେ ତେଜରୁ ବାରିକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉମେଶ ପ୍ରଧାନ ସଂଯୋଜନା କରିଥିବା ବେଳେ ପଦ୍ମଶ୍ରୀ ଗୁରୁ ଭାଗବତ ପଧାନ, ଉପଦେଷ୍ଟା ନାଟ୍ୟକାର ପ୍ରଫେସର କେଶରଞ୍ଜନ ପ୍ରଧାନ, ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା କୃତୀ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କବି ସୁଭାଷ ଚନ୍ଦ୍ର ଭୁଏଙ୍କ ଏକପଦୀ କବିତା ସଂକଳନ ଭାବ ଅମୃତ ଏବଂ ଚିତ୍ରଶିଳ୍ପୀ ଗୌରଚରଣ ପ୍ରଧାନଙ୍କ ଦ୍ୱାରା ପ୍ରସ୍ତୁତ ବୀର ମନୋହର ସିଂଙ୍କ ତୈଳଚିତ୍ର ଉନ୍ମୋଚିତ ହୋଇଥିଲା। ତୃତୀୟ ଅଧିବେଶନରେ ପଦ୍ମପୁର ‘ଲୁ’ ଅନୁଷ୍ଠାନର ନାଟକ ‘ଅନ୍ଧାରନୁଁ ଉକିଆ ତକ୍‌’ ଏବଂ ଭେଡେନ ରାମଲୀଳା ପରିବାର ଦ୍ୱାରା ପ୍ରସ୍ତୁତ ନାଟକ ‘ବୀର ମନୋହର ସିଂ’ ପରିବେଷିତ ହୋଇଥିଲା। ସମଲପୁରୀ ଗୁଛା ତରଫରୁ ମାନସ ଦାଶ ବହି ପସରା ପ୍ରଦର୍ଶନ କରିଥିଲେ। ପଡ଼ା ଗ୍ରାମର ସୁରେଶ ଚନ୍ଦ୍ର ଭୋଇ, ପ୍ରମୋଦ ପଧାନ, ସଦାନନ୍ଦ ପଧାନ, ଡଃ ଭୋଳାନାଥ ମେହେର, ସୁରେନ୍ଦ୍ର ଦାଶ, ଅକ୍ଷୟ ଦାଶ, ଟିକେଲାଲ ପଧାନ, ସୁମନ୍ତ ପଧାନ, ଛାୟାକାନ୍ତ ଦେବତା, ଅମୀୟ ପ୍ରସାଦ ଭୋଇ, ଅନନ୍ତ ପଧାନ ପ୍ରମୁଖ ସହଯୋଗ କରିଥିଲେ। ସଙ୍ଗଠକ ଲଳିତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ରବି ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ଆରମ୍ଭରୁ ଅସନ୍ତୋଷ: ଅବଧି ବୃଦ୍ଧି ଦାବି କଲେ ଚାଷୀ, ସମବାୟ ଉପ ନିବନ୍ଧକଙ୍କୁ…

ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ)- ରବି ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଗତ ମଙ୍ଗଳବାରରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏଥିପାଇଁ ରହିଥିବା ଅବଧିକୁ ନେଇ ଆରମ୍ଭରୁ…

ଜାତୀୟ ବୁଣାକାର, ହସ୍ତଶିଳ୍ପୀ ସମ୍ମିଳନୀ: ଓଡିଶାରୁ ପ୍ରତିନିଧିତ୍ବ କଲେ ବରଗଡ଼ର ବୁଣାକାର…

ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ)- ନୂଆଦିଲ୍ଲୀର ଉଦ୍ୟୋଗ ଭବନରେ ବୁଧବାର ଜାତୀୟ ବୁଣାକାର, ହସ୍ତଶିଳ୍ପୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଦେଶର ହସ୍ତତନ୍ତ୍ର ଶିଳ୍ପର ସମସ୍ୟା, ଉନ୍ନତି ଓ ଭବିଷ୍ୟତ ଯୋଜନା…

ଉତ୍କଟ ହେଲାଣି ରନ୍ଧନ ଗ୍ୟାସ ସଙ୍କଟ: ଡିପୋରେ ପଡ଼ିଛି ତାଲା, ଖାଲି ସିଲିଣ୍ଡର ଧରି…

ମୋହନା, ୧୨।୩ (ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଅଞ୍ଚଳରେ ଏବେ ରନ୍ଧନ ଗ୍ୟାସର ଘୋର ସଙ୍କଟ ଦେଖାଦେଇଛି। ବିଶ୍ୱ ବଜାରରେ ଇରାନ ଓ ଇଜରାଏଲ ମଧ୍ୟରେ…

ଆମେରିକାକୁ ଥରାଇ ଦେଲାଣି ଇରାନର ସୁପ୍ରିମ ଲିଡରଙ୍କ ବୟାନ! ହର୍ମୁଜ ବନ୍ଦ ରଖିବାକୁ ଦେଲେ କଡ଼ା ଚେତାବନୀ

ତେହରାନ,୧୨।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ, ଇରାନ ହର୍ମୁଜ ପ୍ରଣାଳୀ ବନ୍ଦ କରିବାକୁ ଘୋଷଣା କରିଛି, ଯାହା ସାରା ବିଶ୍ୱରେ ଶକ୍ତି ପ୍ରବେଶକୁ ବାଧା ସୃଷ୍ଟି କରୁଛି।…

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ଗ୍ୟାସ ବୁକିଂ ସମୟ ବଦଳାଇଲେ ଏଜେନ୍ସି, ଏହି ନମ୍ବରରେ କରନ୍ତୁ କଲ, ନୋଟ୍‌ କରନ୍ତୁ ସମୟ, ୨୪ ଘଣ୍ଟାରେ ମିଳିବ ସିଲିଣ୍ଡର!

ଆଗ୍ରା,୧୨।୩: ଯଦି ଆପଣଙ୍କୁ ଗ୍ୟାସ ସିଲିଣ୍ଡର ବୁକ କରିବାକୁ ପଡିବ, ତେବେ ଏହି ଖବରକୁ ଭଲ ଭାବେ ପଢନ୍ତୁ, କାରଣ ବୁକିଂ କେବଳ ସକାଳ ୫ ଟାରୁ…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ରହସ୍ୟମୟ ମୃତ୍ୟୁ: ସ୍ତ୍ରୀଙ୍କ ଉପସ୍ଥିତିକୁ ନେଇ ବଢୁଛି ସନ୍ଦେହ, ହତ୍ୟା ନା ଆତ୍ମହତ୍ୟା…

ଥୁଆମୂଳ ରାମପୁର,୧୨।୩: ଶ୍ୱଶୁର ଘରେ ଜ୍ୱାଇଁଙ୍କ ମୃତ୍ୟୁକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବଢ଼ିବା ସହ ସନ୍ଦେହ ପ୍ରକାଶ ପାଇଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର…

IPL 2026 ପୂର୍ବରୁ ‘ଫିକ୍ସିଂ’କୁ ନେଇ କ୍ରିକେଟ ଜଗତରେ ଆଲୋଡ଼ନ,ପୂର୍ବତନ KKR ଖେଳାଳିଙ୍କୁ ନିଲମ୍ବିତ କଲା ICC

ନୂଆଦିଲ୍ଲୀ,୧୨।୩: IPL 2026 ଆରମ୍ଭ ହେବା ପୂର୍ବରୁ, କ୍ରିକେଟ ଜଗତ ‘ଫିକ୍ସିଂ’ ଅଭିଯୋଗରେ ଦୋହଲିଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) କୋଲକାତା ନାଇଟ ରାଇଡର୍ସ (KKR) ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri