Posted inଫୁରସତ

ମ୍ୟାଲେରିଆରୁ ମୁକ୍ତି ପାଇଁ ଆହ୍ବାନ

ଦିନ ଥିଲା ସମଗ୍ର ବିଶ୍ୱରେ ମ୍ୟାଲେରିଆ ଜ୍ୱର ତାହାର କାୟା ବିସ୍ତାର କରିଥିଲା। କିନ୍ତୁ ବର୍ତ୍ତମାନ ଏହି ସ୍ବାସ୍ଥ୍ୟ ସମସ୍ୟା କେତେ ନିୟନ୍ତ୍ରଣାଧୀନ ତାହା କହିବା ଅନାବଶ୍ୟକ। ଏଭଳି ଜ୍ୱର ନେଇ ପ୍ରାୟ ଅନେକେ ସଚେତନ। ପ୍ରାରମ୍ଭିକ ଅବସ୍ଥାରୁ ଔଷଧ ଖାଇବା ସହ ଉପଯୁକ୍ତ ଚିକିତ୍ସା କଲେ ସେଥିରୁ ସମ୍ପୂର୍ଣ୍ଣ ଆରୋଗ୍ୟ ମିଳିପାରୁଛି। ତଥାପି କେତେକେ ଏହାକୁ ଗୁରୁତ୍ୱ ଦେଉନାହାନ୍ତି। ଫଳରେ ଯେତେବେଳେ ମ୍ୟାଲେରିଆ ଜ୍ୱର ଗମ୍ଭୀର ଆକାର ଧାରଣ କରୁଛି ସେତେବେଳେ ତାହା ଅନେକ ସମୟରେ ମୃତ୍ୟୁର କାରଣ ସାଜୁଛି। ତେଣୁ ମ୍ୟାଲେରିଆ ବିଷୟରେ ଅଧିକ ଜନସଚେତନତା ସୃଷ୍ଟି କରାଯିବାକୁ ପ୍ରତିବର୍ଷ ଉଦ୍ୟମ କରାଯାଉଛି। ଏଥିଲାଗି ପ୍ରତ୍ୟେକ ବର୍ଷ ଏପ୍ରିଲ ୨୫ ତାରିଖକୁ ‘ବିଶ୍ୱ ମ୍ୟାଲେରିଆ ଦିବସ’ ଭାବରେ ପାଳନ କରାଯାଇଆସୁଛି। ଚଳିତ ବର୍ଷ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ‘ଜିରୋ ମ୍ୟାଲେରିଆ’ ବା ମ୍ୟାଲେରିଆକୁ ଶୂନରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦେଇଛି। ଏ ବର୍ଷ ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଉକ୍ତ ସଙ୍ଗଠନ ପକ୍ଷରୁ ଘୋଷିତ ସ୍ଲୋଗାନଟି ହେଉଛି ‘ଟାଇମ୍‌ ଟୁ ଡେଲିଭର ଜିରୋ ମ୍ୟାଲେରିଆ : ଇନ୍‌ଭେଷ୍ଟ, ଇନୋଭେଟ, ଇମ୍ପ୍ଲିିମେଣ୍ଟ’।
ସାଧାରଣତଃ ମ୍ୟାଲେରିଆ ଜ୍ୱର ମାଈ ଏନୋଫିଲିସ୍‌ ମଶା ଯୋଗୁ ବ୍ୟାପିଥାଏ। ଆକ୍ରାନ୍ତ ବ୍ୟକ୍ତିଙ୍କୁ ଏହି ମଶା କାମୁଡ଼ିବା ପରେ ଯଦି ସୁସ୍ଥ ଲୋକଙ୍କୁ କାମୁଡ଼େ ତେବେ ସେ ମ୍ୟାଲେରିଆ ଦ୍ୱାରା ଆକ୍ରାନ୍ତ ହୋଇଥାଆନ୍ତି। ମ୍ୟାଲେରିଆର ଏହି ପରଜୀବୀ ବା ପାରାସାଇଟ୍‌କୁ ଜଣେ ଆର୍ମି ସର୍ଜନ ଡା. ରୋନାଲ୍ଡ ରସ୍‌ ଆବିଷ୍କାର କରିଥିଲେ।
ବର୍ତ୍ତମାନ ସମଗ୍ର ବିଶ୍ୱରେ ମ୍ୟାଲେରିଆ ନିୟନ୍ତ୍ରଣାଧୀନ ହୋଇପାରିଛି। କାରଣ ଏହାର ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ଚିକିତ୍ସା କରାଇ ନେଲେ ତାହା ଗୁରୁତର ଆକାର ଧାରଣ କରି ନ ଥାଏ। ଯଦି ମ୍ୟାଲେରିଆର ଲକ୍ଷଣ ପ୍ରକାଶ ପାଏ ଆଉ ଆବଶ୍ୟକ ସମୟରେ ଚିକିତ୍ସା ନ କରାନ୍ତି ତେବେ ତାହା ମୃତ୍ୟୁକୁ ଡାକିଆଣିବା ଆଶଙ୍କା ରହିଛି। ଆମ ରାଜ୍ୟରେ ମଧ୍ୟ ଏହି ରୋଗ ପ୍ରାୟ ନିୟନ୍ତ୍ରଣରେ ଅଛି। ମ୍ୟାଲେରିଆ ଦ୍ୱାରା ଲୋକମାନେ କିପରି ଅଧିକ ଆକ୍ରାନ୍ତ ନ ହେବେ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। ମ୍ୟାଲେରିଆପ୍ରବଣ ଅଞ୍ଚଳରେ ଏହି ରୋଗ ବିଷୟରେ ଅଧିକ ଜନସଚେତନତା ସୃଷ୍ଟି କରାଯାଉଛି। ଏହାର ଲକ୍ଷଣ ସମ୍ପର୍କରେ ଅବଗତ ହୋଇ ଚିକିତ୍ସା କରାଇବା ବ୍ୟତୀତ ଆଉ କେତୋଟି କଥାକୁ ଗୁରୁତ୍ୱ ଦେବା ଆବଶ୍ୟକ। ସାଧାରଣତଃ ଅପରିଷ୍କାର ସ୍ଥାନରେ ଏହି ମଶା ତାହାର ବଂଶ ବିସ୍ତାର କରିଥାଆନ୍ତି। ତେଣୁ ରହୁଥିବା ବାସସ୍ଥାନ ଚାରିପଟ ଏବଂ ଭିତର ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ସବୁବେଳେ ମଶାରି ଟାଙ୍ଗି ଶୁଅନ୍ତୁ। ଚଳିତ ବର୍ଷ ଉକ୍ତ ଦିବସ ଅବସରରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଘୋଷିତ ସ୍ଲୋଗାନକୁ ସାକାର କରିବାକୁ ହେଲେ ସମସ୍ତଙ୍କର ସହଯୋଗ ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

ଫୁଟବଲ ପ୍ରତିଯୋଗିତା: ସୋନପୁରକୁ ହରାଇ ଫାଇନାଲରେ ଜିଏମ୍‌ୟୁ ସମ୍ବଲପୁର

ଅତାବିରା, ୮ା୮(ଯୁଧିଷ୍ଠିର ମହାପାତ୍ର): ଅତାବିରା ବାଳକ ହାଇସ୍କୁଲ ପଡ଼ିଆରେ ଦୁଇଦିନିଆ ଫୁଟବଲ ପ୍ରତିଯୋଗିତା ଶନିବାର ଉଦ୍‌ଘାଟିତ ହୋଇଯାଇଛି l ଅତାବିରା ଫୁଟବଲ ଟିମ୍‌ ପକ୍ଷରୁ ଆୟୋଜିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri