‘ସୁଭଦ୍ରା ଯୋଜନାରେ ସାମିଲ ପାଇଁ ଟଙ୍କା ମାଗିଲେ ଏହି ଟୋଲ୍‌ ଫ୍ରି ନମ୍ବରରେ କରନ୍ତୁ କଲ୍‌’

ଛତ୍ରପୁର,୬ା୯: ସୁଭଦ୍ରା ଯୋଜନା ପାଇଁ ଆଧାର କାର୍ଡରେ ମୋବାଇଲ ନମ୍ବର ଲିଙ୍କ୍‌ ବାଧ୍ୟତାମୂଳକ ନୁହଁ l ଏହା ନ ଥିଲେ ବି ଜଣେ ସୁଭଦ୍ରା ଯୋଜନାରେ ସାମିଲ ପାଇଁ ଆବେଦନ କରିପାରିବେ। ଏହା ସମ୍ପୂର୍ଣ୍ଣ ନିଃଶୁଳ୍କ ଅଟେ, ଯଦି କିଏ ପଇସା ମାଗନ୍ତି ତା’ହେଲେ ଟୋଲ ଫ୍ରି ନମ୍ବର ୧୪୬୭୮କୁ କଲ୍‌ କରି ଜଣାଇବା ପାଇଁ ନିବେଦନ କରିଛନ୍ତି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା। ତୁରନ୍ତ ତାହା ଉପରେ ତ୍ୱରିତ ସମାଧାନ ସହ କାର୍ଯ୍ୟାନୁଷ୍ଠାନ ହେବ। ସେ ଆହୁରି କହିଛନ୍ତି ଆବେଦନ ପାଇଁ କୌଣସି ସମୟ ସୀମା ନାହିଁ। ସୁଭଦ୍ରା ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଆଧାର କାର୍ଡ ବ୍ୟତୀତ ଅନ୍ୟ କୌଣସି ପ୍ରମାଣ ପତ୍ର ଆବଶ୍ୟକ ନାହିଁ ଏବଂ ଏହି ଯୋଜନାରେ ସାମିଲ ହେବା ପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବନି ହିତାଧିକାରୀଙ୍କୁ। ଏହା ସମ୍ପୂର୍ଣ୍ଣ ଦେୟ ମୁକ୍ତ। ସେ ଆହୁରି କହିଛନ୍ତି ବର୍ତ୍ତମାନ ଆଧାର କାର୍ଡରେ ମୋବାଇଲ ନମ୍ବର ସଂଯୋଗ କରିବା ପାଇଁ ସବୁ ଜାଗାରେ ଅଯଥାରେ ଭିଡ଼ ଜମାଇବାର ପରିଲକ୍ଷିତ ହେଉଛି। ଏହା ନିହାତି ଆବଶ୍ୟକ ନୁହଁ। ଆଙ୍ଗୁଠି ଛାପ ଓ ଆଇଆରସିଇ ମାଧ୍ୟମରେ ସୁଭଦ୍ରା ଯୋଜନା ଆବେଦନ ହୋଇପାରିବ। ଗଞ୍ଜାମ ଜିଲାରେ ଏହାକୁ ତଦାରଖ କରିବା ପାଇଁ ପ୍ରତି ପଞ୍ଚାୟତରେ ନୋଡାଲ ଅଫିସରଙ୍କୁ ନିୟୋଜିତ କରାଯାଇଛି। ଜିଲାରେ ଲୋକଙ୍କ ସୁବିଧା ପାଇଁ ୧୧୦ ଟି ଆଧାର ସଂଯୋଗ ଓ ସଂଶୋଧନ କେନ୍ଦ୍ର ଖୋଲାଯାଇଛି। ତାହା ସହିତ ଗ୍ରାମପଞ୍ଚାୟତ ଓ ପ୍ରତ୍ୟେକ ଗ୍ରାମରେ ପାମ୍ପଲେଟ ବଣ୍ଟାଯିବ ସହ ସୂଚନା ପ୍ରଦାନ କରାଯିବ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ମୃତଦେହ ଠାବ, ୭ଫୁଟ ତଳୁ ଉଦ୍ଧାର କଲା ବନ ବିଭାଗ 

କେସିଙ୍ଗା ,୨୨।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନ ଖଣ୍ଡ ଅଧିନସ୍ଥ ତହସିର ଗ୍ରାମ ସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଞ୍ଚଳରେରେ ମୃତ ହାତୀର ଖଣ୍ଡ...

ମୁଜାଗଡ ପୋଷ୍ଟମାଷ୍ଟରଙ୍କ ଦୁର୍ଘଟଣାରେ ମୃତ୍ୟୁ, ସନ୍ଦେହରେ ପରିବାର ଲୋକେ

ଭଞ୍ଜନଗର,୨୨।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ ପୋଷ୍ଟମାଷ୍ଟର ନାରାୟଣ ପାତ୍ର (୫୫)ଙ୍କର ବୁଧବାର ରାତିରେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଦୁର୍ଘଟଣା କେଉଁଭଳି...

ଆରାବଳୀର ଅପୂରଣୀୟ କ୍ଷତି କରିପାରେ ବେଆଇନ ଖନନ

ନୂଆଦିଲ୍ଲୀ,୨୨ା୧: ଆରାବଳୀ ପର୍ବତମାଳାରେ ବେଆଇନ ଖନନ ଯୋଗୁ ଏହାର ପରିବେଶ ପାଇଁ ଅପୂରଣୀୟ କ୍ଷତି ହୋଇପାରେ ବୋଲି ବୁଧବାର ସୁପ୍ରିମକୋର୍ଟ କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତାସମ୍ପନ୍ନ...

ଦିଲ୍ଲୀ ପ୍ରଦୂଷଣ: କେନ୍ଦ୍ରକୁ କାର୍ଯ୍ୟ ଯୋଜନା ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୧: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଖରାପ ହେବାରେ ଲାଗିଥିବାବେଳେ ଏଥିରେ ସୁଧାର ଆଣିବା...

ମହିଳାଙ୍କ ପାଇଁ ଖୁସି ଖବର, ଆଜି ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର,୨୨।୧: ଅପେକ୍ଷାର ଅନ୍ତ ଘଟିବ। ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା। ତେବେ ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଥିବା ମହିଳାମାନେ ଏହି...

ବାଙ୍କୀରେ ଧାନମଣ୍ଡି ଅବ୍ୟବସ୍ଥା, ତେଜୁଛି ଚାଷୀ ଅସନ୍ତୋଷ

ବାଙ୍କୀ,୨୨ା୧(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଉପଖଣ୍ଡରେ ଚଳିତବର୍ଷ ୪୯ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ)ରେ ମଣ୍ଡି ଖୋଲିବାକୁ...

ଆକ୍ସନ ମୋଡରେ ଭାଜପା ଅଧ୍ୟକ୍ଷ! ୮ ଘଣ୍ଟାର ବୈଠକରେ ୫ ରାଜ୍ୟର ନିର୍ବାଚନକୁ ନେଇ ମନ୍ଥନ

ନୂଆଦିଲ୍ଲୀ,୨୨।୧: ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ, ନୀତିନ ନବୀନ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦିଲ୍ଲୀର ଭାଜପା ମୁଖ୍ୟାଳୟରେ ଚାଲିଥିବା...

ଜାନୁଆରୀରେ ୧.୫% ଦୁର୍ବଳ ହେଲାଣି ଟଙ୍କା

ମୁମ୍ବାଇ,୨୨ା୧(ବ୍ଲୁମ୍‌ବର୍ଗ/ପି.ଟି.): ୨୦୨୫ ଡିସେମ୍ବର ୧୬ରେ ଭାରତୀୟ ମୁଦ୍ରା ୯୧.୧୪ ଟଙ୍କାକୁ ଖସି ସର୍ବକାଳୀନ ନିମ୍ନସ୍ତରକୁ ଛୁଇଁଥିଲା। ସେବେଠୁ ଅଦ୍ୟାବଧି ଟଙ୍କା ୧.୫% ଦୁର୍ବଳ ହୋଇଥିବା ଫରେକ୍ସ ଟ୍ରେଡର୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri