ଆରପିଡିଏସି ବୈଠକ ଡାକ

ବଲାଙ୍ଗୀର ଅଫିସ, ୮ା୫: ଚଳିତବର୍ଷ ବହୁପ୍ରତୀକ୍ଷିତ ଲୋୟର ସୁୁକତେଲ ଡ୍ୟାମ୍‌ରେ ପାଣି ଗଚ୍ଛିତ ରଖାଯିବ ବୋଲି ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ସୂଚନା ଦିଆଗଲାଣି। ବଲାଙ୍ଗୀରର ଜୀବନ ରେଖା କୁହାଯାଉଥିବା ଏହି ପ୍ରକଳ୍ପ ଚଳିତବର୍ଷ ଶେଷ ହେବ ବୋଲି ସରକାରଙ୍କ ଜଳସମ୍ପଦ ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଭଳି ସ୍ଥିତିରେ କିନ୍ତୁ ପ୍ରକଳ୍ପର ଗ୍ରାଉଣ୍ଡ ଜିରୋ ରିପୋର୍ଟ ଦେଖିଲେ ସ୍ଥିତି ଭିନ୍ନ ରହିଛି। ବିସ୍ଥାପିତ ହେବାକୁ ଥିବା ଅନେକ ଗାଁର ଲୋକଙ୍କ ବହୁ ସମସ୍ୟା ଏଯାଏ ସମାଧାନ ହୋଇନାହିଁ। ପ୍ରକଳ୍ପ ପ୍ରଭାବିତ ଗାଁକୁ ଗଲେ ଲୋକମାନେ ଅନେକ ଗୁରୁତର ଏବଂ ଗୁରୁତ୍ୱପୂର୍ଣ୍ଣ ସମସ୍ୟା କଥା କହୁଛନ୍ତି। ଏଭଳି ସ୍ଥିତିରେ ପ୍ରକଳ୍ପ ପ୍ରଭାବିତ ଲୋକଙ୍କ ନାର୍ଯ୍ୟ ଅଧିକାର ଏବଂ ଉଚିତ୍‌ କ୍ଷତିପୂରଣ, ପୁନର୍ବାସ ସମ୍ପର୍କରେ ଆଲୋଚନା ହେବାର ଆବଶ୍ୟକତା ରହିଛି। ଏହିମର୍ମରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ସମ୍ବଲପୁରସ୍ଥିତ ଉତ୍ତରାଞ୍ଚଳ ରାଜସ୍ବ କମିଶନର ସୁରେଶ ଚନ୍ଦ୍ର ଦଳେଇଙ୍କୁ ଚିଠି ଲେଖି ଶୀଘ୍ର ପୁନର୍ବାସ ଏବଂ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି (ଆରପିଡିଏସ୍‌ସି) ବୈଠକ ଡାକିବାକୁ ଅନୁରୋଧ କରିଛନ୍ତି। ଉକ୍ତ ବୈଠକରେ ପ୍ରକଳ୍ପ ପ୍ରଭାବିତ ଲୋକଙ୍କ ସମସ୍ୟାର ଆଲୋଚନା କରାଯାଇ ସମସ୍ୟାସମାଧାନ ଦିଗରେ ପଦକ୍ଷେପ ନିଆଯିବ।
ଗତ ୩ ତାରିଖ ବିଧାୟକ ନରସିଂହ ମିଶ୍ର ଗଡଶଙ୍କର ଡୁଙ୍ଗୁରିପାଲି ଏବଂ ପରଧିଆରପାଲି ଗ୍ରାମ ଗସ୍ତ କରି ବିସ୍ଥାପିତ ହେବାକୁ ଥିବା ଲୋକଙ୍କୁ ଭେଟି ଆଲୋଚନା କରିଥିଲେ। ପ୍ରକଳ୍ପ ଅକ୍ଷସ୍ଥଳରେ ଥିବା ଗାଁ ପରଧିଆପାଲିରେ ଆଜିବି କେତେଜ ପରିବାର ଗାଁ ଛାଡିନାହାନ୍ତି। ଗାଁରେ ଏପରି ଏକ ପରିବାର ଅଛନ୍ତି ଯେଉଁମାନେ ଏଯାଏ କୌଣସି କ୍ଷତିପୂରଣ ପାଇ ନାହାନ୍ତି। ସମ୍ପୂର୍ଣ୍ଣ ବିସ୍ଥାପିତ ଗାଁର ସ୍କୁଲ ପଢ଼ୁଥିବା ପିଲା କେଉଁ ସ୍କୁଲରେ ପଢିବେ, ସେହି ସ୍କୁଲର ଶିକ୍ଷକ କ୍ଷମତା କେତେ, ସ୍କୁଲ କୋଠା ସ୍ଥିତି କ’ଣ, ଅଙ୍ଗନଓ୍ବାଡି କେନ୍ଦ୍ରର ସ୍ଥିତି କ’ଣ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିସ୍ଥାପିତ ପରିବାରର ସ୍କୁଲ ପଢ଼ା ଛାତ୍ରୀଛାତ୍ରମାନଙ୍କ ଭବିଷ୍‌ୟତକୁ ନେଇ ପ୍ରଶ୍ନ ଉଠିଛି। ପଞ୍ଚାୟତ ଓ ଅଙ୍ଗନଓ୍ବାଡି ତରଫରୁ ଛୋଟ ଛୁଆ ଓ ମା’ ମାନଙ୍କ ପାଇଁ ଚାଲିଥିବା ପୃଷ୍ଟିକର ଖାଦ୍ୟ ଯୋଜନା ବ୍ୟାଘାତ ହେଉଛି। ତା ସହ ଥଇଥାନ ଓ ପୁନର୍ବାସ କଲୋନୀମାନଙ୍କରେ ମଧ୍ୟ ଥଇଥାନ ହୋଇଥିବା ଲୋକଙ୍କ ସମସ୍ତ ମୌଳିକ ଅଧିକାର ପ୍ରତି ଦୃଷ୍ଟି ଦିଆଯାଇପାରିନାହିଁ। ତେଣୁ ବଲାଙ୍ଗୀର ବିଧାୟକ ମିଶ୍ର ଉତ୍ତରାଞ୍ଚଳ ରାଜସ୍ବ କମିଶନର ଦଳେଇଙ୍କୁ ଚିଠି ଲେଖି ଯେତେ ଶୀଘ୍ର ହେବ ଆରପିଡଏସି ବୈଠକ ଡାକିବା ପାଇଁ ଅନୁରୋଧ କରିଛନ୍ତି। ବିଧାୟକ ମିଶ୍ର ବୁଡି ଅଞ୍ଚଳର ଗଡଶଙ୍କର ଡୁଙ୍ଗୁରିପାଲି ଓ ପରଧିଆପାଲି ଗ୍ରାମ ପରିଦର୍ଶନ ସମୟରେ ପ୍ରକଳ୍ପର ବିସ୍ଥାପନ ଓ ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଏଡିଏମ୍‌ ମହେନ୍ଦ୍ର ମହାପାତ୍ର, ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ ତଥା ଉପଜିଲାପାଳ କୁମାର ନାଗଭୂଷଣ ଉପସ୍ଥିତ ଥିଲେ। ପ୍ରକଳ୍ପରେ ବର୍ଷା ଋତୁରେ ପାଣି ଭରିଯିବା ଆଶଙ୍କାରେ ଲୋକେ ଆତଙ୍କିତ ଥିବାବେଳେ ଥଇଥାନ ଓ କ୍ଷତିପୂରଣକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ତେଣୁ ଏସବୁ ସମସ୍ୟାରେ ସମାଧାନ ପାଇଁ ବିଧାୟକ ମିଶ୍ର ଉତ୍ତରାଞ୍ଚ କମିଶନରଙ୍କୁ ଆରପିଏସି ବୈଠକ କରିବା ପାଇଁ ଚିଠି ଲେଖିଥିବା ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁର ଓକିଲ ସଂଘ ନିର୍ବାଚନ: ଦୟାନିଧି ଦାଶ ସଭାପତି, ସମ୍ପାଦକ ଭାବେ…

ବଞ୍ଚୋ, ୨୮।୩(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ଓକିଲ ସଂଘର ବାର୍ଷିକ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ନିର୍ବାଚନରେ ଦୟାନିଧି ଦାଶ ସଭାପତି ପଦବୀ ପାଇଁ…

ବେଆଇନ ଭାବେ ଚାଲିଥିଲା ଚିକିତ୍ସା-ଅପରେସନ: ସାହାରା ନର୍ସିଂ ହୋମ ସିଲ, ପୁଣି ଜେଲ ଗଲେ…

ଦିଗପହଣ୍ଡି, ୨୮।୩ (ଅଶେଷ ନାଥ ମିଶ୍ର):ବିନା ଲାଇସେନ୍ସରେ ବେଆଇନ ଭାବେ ନର୍ସିଂ ହୋମ ଚଳାଇ ରୋଗୀଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଏକ ବଡ଼…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

କଳାହାଣ୍ଡି ଓକିଲ ସଂଘ ନିର୍ବାଚନ: ସନ୍ତୋଷ ପଣ୍ଡା ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ଭବାନୀପାଟଣା,୨୮।୩ (ଉତ୍ତମ କୁମାର ଦାଶ)- କଳାହାଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଭବାନୀପାଟଣା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବରେ ସନ୍ତୋଷ କୁମାର ପଣ୍ଡା, ସମ୍ପାଦକ…

କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ: ପ୍ରଭାତ ସଭାପତି ଓ ନିତ୍ୟାନନ୍ଦ ଉପ ସଭାପତି ନିର୍ବାଚିତ:

କୋରାପୁଟ ୨୮।୩,(ଅମିତାଭ ବେହେରା ): କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ ଶେଷ ହୋଇଛି । ଲଗାତାର ଚତୁର୍ଥ ଥର ପାଇଁ କୋରାପୁଟ ବାର୍ ଆସୋସିଏଶନର ସଭାପତି ଭାବେ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ପାରଳାଖେମୁଣ୍ଡି ବାର୍ ଆସୋସିଏଶନ ନିର୍ବାଚନ: ରାମକୃଷ୍ଣ ନାୟକ ସଭାପତି, ଶିବ ପ୍ରସାଦ…

ପାରଳାଖେମୁଣ୍ଡି, ୨୮। ୩ (ଗିରିଧାରୀ ପରିଚ୍ଛା):- ଗଜପତି ଜିଲା ପାରଳାଖେମୁଣ୍ଡି ବାର୍ ଆସୋସିଏଶନ ନିର୍ବାଚନରେ ରାମକୃଷ୍ଣ ନାୟକ ସଭାପତି, ଉପସଭାପତି ଭାବେ ଶିବ ପ୍ରସାଦ ପାଣିଗ୍ରାହୀ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri