Posted inଜାତୀୟ

‘ମୋତେ ପଳାତକ କୁହ, କିନ୍ତୁ ଚୋର ନୁହେଁ’: ଭାରତ ଫେରିବାକୁ ଇଛା ପ୍ରକାଶ କଲେ ବିଜୟ ମାଲ୍ୟା

ନୂଆଦିଲ୍ଲୀ,୬ା୬: ବିଖ୍ୟାତ ବ୍ୟବସାୟୀ ତଥା କିଙ୍ଗଫିସର ଏୟାରଲାଇନ୍ସର ପୂର୍ବତନ ମାଲିକ ବିଜୟ ମାଲ୍ୟା ଏକ ସାକ୍ଷାତକାରରେ ଚାଞ୍ଚଲ୍ୟକର ଦାବି କରି କହିଛନ୍ତି ଯେ, ଯଦି ତାଙ୍କୁ ଭାରତରେ ନିରପେକ୍ଷ ବିଚାର ଓ ସମ୍ମାନଜନକ ଜୀବନର ନିଶ୍ଚିତତା ମିଳେ, ତେବେ ସେ ଭାରତ ଫେରିବାକୁ ଗମ୍ଭୀରତାର ସହ ବିଚାର କରିବେ। ରାଜ ଶମାନୀଙ୍କ ପଡକାଷ୍ଟରେ ଏହି ମନ୍ତବ୍ୟ ଦେଇ ମାଲ୍ୟା ନିଜ ଉପରେ ଲାଗିଥିବା ଅନେକ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ମାଲ୍ୟା କହିଛନ୍ତି, “ମୁଁ ଦେଶ ଛାଡ଼ି ପଳାୟନ କରିନାହିଁ। ମୋତେ ପଳାତକ କହି ପାର, କିନ୍ତୁ ମୁଁ ଚୋର ନୁହେଁ।” ସେ ଆହୁରି ଦାବି କରିଛନ୍ତି ଯେ, କିଙ୍ଗଫିସର ଏୟାରଲାଇନ୍ସର ଋଣ ପ୍ରାୟ ୬,୨୦୩ କୋଟି ଟଙ୍କା ଥିଲା, କିନ୍ତୁ ବ୍ୟାଙ୍କଗୁଡ଼ିକ ତାଙ୍କ ଚହାଦି ଯାଇଥିବା ସମ୍ପତ୍ତିରୁ ୧୪,୧୦୦ କୋଟି ଟଙ୍କା ଜବତ କରିସାରିଛନ୍ତି। ସେ ପ୍ରଶ୍ନ ଉଠାଇ କହିଛନ୍ତି, “ଯଦି ମୁଁ ଋଣ ପରିଶୋଧ କରିବାକୁ ଚାହୁଁଥିଲି, ତେବେ ମୋତେ କାହିଁକି ଚୋର କୁହାଯାଉଛି?”

ମାଲ୍ୟା ଅଭିଯୋଗ କରିଛନ୍ତି ଯେ, ଏକ ଷଡ଼ଯନ୍ତ୍ର ଅଧୀନରେ ତାଙ୍କୁ ‘ଚୋର’ ଓ ‘ଆର୍ଥିକ ଅପରାଧୀ’ ଭାବେ ଚିତ୍ରଣ କରାଯାଇଛି। ସେ କହିଛନ୍ତି, “ଯେଉଁମାନେ ମୋତେ ଆର୍ଥିକ ଅପରାଧୀ ଓ ପଳାତକ କହୁଛନ୍ତି, ସେମାନେ ମୋ ଠାରୁ ବଡ଼ ଅପରାଧୀ।”

ବିଜୟ ମାଲ୍ୟା ୨୦୧୬ ମସିହାରେ ଭାରଓ ଛାଡ଼ି ବ୍ରିଟେନ ପଳାଇଥିବା ଅଭିଯୋଗ ରହିଛି, ଯେତେବେଳେ ତାଙ୍କ କିଙ୍ଗଫିସର ଏୟାରଲାଇନ୍ସ ବିପୁଳ ଋଣ ଯୋଗୁଁ ଦେବାଳିଆ ହୋଇଥିଲା। ଭାରତୀୟ ବ୍ୟାଙ୍କଗୁଡ଼ିକ ତାଙ୍କ ବିରୋଧରେ ୯,୦୦୦ କୋଟି ଟଙ୍କାରୁ ଅଧିକ ଋଣ ଅପଚୟ ଓ ମନି ଲଣ୍ଡରିଂ ଅଭିଯୋଗ ରହିଛି। ଏହାପରେ ମାଲ୍ୟା ଲଣ୍ଡନରେ ରହୁଛନ୍ତି ଏବଂ ଭାରତ ସରକାର ତାଙ୍କୁ ପ୍ରତ୍ୟର୍ପଣ କରିବା ପାଇଁ ବାରମ୍ବାର ଚେଷ୍ଟା କରୁଛନ୍ତି।
ମାଲ୍ୟା ଦାବି କରିଛନ୍ତି ଯେ, ସେ ଋଣ ପରିଶୋଧ କରିବାକୁ ଅନେକବାର ପ୍ରସ୍ତାବ ଦେଇଥିଲେ, କିନ୍ତୁ ସରକାର ତାଙ୍କୁ ଏହି ସୁଯୋଗ ଦେଇ ନାହାନ୍ତି। ସେ କହିଛନ୍ତି, “ମୁଁ ଋଣ ଫେରାଇବାକୁ ଚାହୁଁଥିଲି, କିନ୍ତୁ ମୋ ସମ୍ପତ୍ତିକୁ ଜବତ କରାଯାଇଛି। ମୋତେ ନିରପେକ୍ଷ ବିଚାରର ସୁଯୋଗ ଦିଆଯାଉ, ମୁଁ ଭାରତ ଫେରିବି।”

ଭାରତ ସରକାର ମାଲ୍ୟାଙ୍କୁ ଯୁକ୍ତରାଷ୍ଟ୍ରରୁ ପ୍ରତ୍ୟର୍ପଣ କରିବା ପାଇଁ ୨୦୧୭ ମସିହାରୁ ଚେଷ୍ଟା କରୁଛନ୍ତି। ବ୍ରିଟେନର ଅଦାଲତରେ ଏହି ମାମଲା ଚାଲିଛି, କିନ୍ତୁ ଜଟିଳ ଆଇନଗତ ପ୍ରକ୍ରିୟା ଯୋଗୁଁ ଏହା ବିଳମ୍ବିତ ହେଉଛି। ମାଲ୍ୟା ଦାବି କରିଛନ୍ତି ଯେ, ତାଙ୍କୁ ଭାରତରେ ନିରପେକ୍ଷ ବିଚାର ମିଳିବ ନାହିଁ, ଯେଉଁ କାରଣରୁ ସେ ଲଣ୍ଡନରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁପ୍ରିମକୋର୍ଟ ଛାତ୍ରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି

ନୂଆଦିଲ୍ଲୀ,୫।୮: ଜଣେ ଆବେଦନକାରୀ କୌଣସି ରାଜନୈତିକ ସମାଧାନ ଆଧାରରେ ଛାତ୍ର ପ୍ରତିବାଦ ସମୟରେ ବିଶୃଙ୍ଖଳା ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର କରିବାକୁ ବିରୋଧ କରିଛନ୍ତି। ଆବେଦନରେ ଆୟୋଜକଙ୍କ ଉପରେ…

ଫିଲ୍ମ ନା ଆଉ କିଛି…କେଉଁଥିରୁ ଏତେଟଙ୍କା କମାନ୍ତି ଉଦୟନିଧି ଷ୍ଟାଲିନ୍‌? ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୫।୮: ତାମିଲନାଡୁ ରାଜନୀତିରେ ଆଜିକାଲି ପ୍ରବଳ ହଲଚଲ ଦେଖିବାକୁ ମିଳୁଛି। ତାଞ୍ଜାଭୁରରେ ଆୟୋଜିତ ଏକ ଜନସଭା ସମୟରେ ଅଭିନେତ୍ରୀ ତ୍ରିଷା କୃଷ୍ଣନଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ବକ୍ତବ୍ୟ…

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ତ୍ରୁଟି; ‘ଅ’ ‘ଆ’ ବଦଳରେ ‘ଚ’ ରୁ ଆରମ୍ଭ ବର୍ଣ୍ଣମାଳା, ସରକାର କହିଲେ…

ଭୁବନେଶ୍ବର,୫।୮: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ତ୍ରୁଟି ସାମ୍ନାକୁ ଆସିଛି । ସଂଶୋଧନ ପରେ ତ୍ରୁଟିକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅ ଆ…

‘ମୁଁ ଏମକେ ଷ୍ଟାଲିନଙ୍କ ପୁଅ…,’କାହିଁକି ଏମିତି କହିଲେ ଉଦୟନିଧି? ଏବେ ବିଜୟଙ୍କୁ କଲେଣି ଟାର୍ଗେଟ

ଚେନ୍ନାଇ,୫।୮: ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହେବାର କିଛି ଘଣ୍ଟା ପରେ ଉଦୟନିଧି ଷ୍ଟାଲିନଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ମୁକ୍ତି ପରେ…

କାରଣ ଖୋଜୁଛି ଦଳ? ପରାଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭାଜପାର ବଡ଼ ବୈଠକ

ପାଟନା,୫।୮: ବଡ଼ ପରାଜୟ ପରେ, ଭାଜପା ଆଜି (ବୁଧବାର) ପାଟନାସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ନେତାମାନେ ବୈଠକରେ…

କେବେ ମାର୍କେଟକୁ ଆସିବ ପ୍ଲାଷ୍ଟିକ୍‌ ନୋଟ୍‌? RBI ଗଭର୍ନର କହିଦେଲେ ଲଞ୍ଚ୍‌ ଡେଟ୍‌

ନୂଆଦିଲ୍ଲୀ,୫।୮: ଆପଣ ମଧ୍ୟ ଶୁଣିଛନ୍ତି କି ଯେ ଖୁବ୍‌ଶୀଘ୍ର ଭାରତରେ କାଗଜ ନୋଟ୍ ବଦଳରେ ପ୍ଲାଷ୍ଟିକ୍ (ପଲିମର୍) ନୋଟ୍ ଚାଲିବାକୁ ଯାଉଛି? ଯଦି ଆପଣଙ୍କ ମନରେ ମଧ୍ୟ…

ମୋଦିଙ୍କ ଭିଡିଓ ହଟାଇବା ପ୍ରସଙ୍ଗ; ସରକାରଙ୍କ ସହ ୪୫ ମିନିଟ୍ ଧରି ବୈଠକ କଲା ମେଟା, କହିଲା…

ନୂଆଦିଲ୍ଲୀ,୫।୮: ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓକୁ ଫେସବୁକରେ ଅସ୍ଥାୟୀ ଭାବେ ରିଷ୍ଟ୍ରିକ୍ଟ କରିଦେଇଥିଲା । ଏହି ଘଟଣାକୁ ନେଇ ଦିନକୁ…

ବିଧାନସଭାରେ ଭାବପ୍ରବଣ ହୋଇଗଲେ ବାଚସ୍ପତି: କହିଲେ, ମୁଁ ଏହି ପଦବୀ ପାଇଁ ଯୋଗ୍ୟ କି ନୁହେଁ…

ଲକ୍ଷ୍ନୌ,୫।୮: ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ବାଚସ୍ପତି ସତୀଶ ମହାନା ବିଧାୟକମାନଙ୍କୁ ସମ୍ବୋଧିତ କରିବା ସମୟରେ ଭାବପ୍ରବଣ ହୋଇ ପଡ଼ିଥିଲେ। ଅଧିବେଶନର ଦ୍ୱିତୀୟ ଦିନ ଅଗଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri