କମ୍ପାନୀରୁ ଡକରା: ବିମାନରେ ସୁରଟ ଫେରୁଛନ୍ତି ପ୍ରବାସୀ ଶ୍ରମିକ !

ସୁରଟ, ୨୯।୯: କରୋନା ମହାମାରୀ ସଙ୍କଟ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲା। ସେତେବେଳେ ସୁରାଟରେ ବାସ କରୁଥିବା ପ୍ରବାସୀ ଶ୍ରମିକ ଘରକୁ ଫେରି ଆସିଥିଲେ। ତେବେ ଇତିମଧ୍ୟରେ ପରିସ୍ଥିିତିର ସୁଧାର ଆସିଛି। ସୁରଟରେ ଶିଳ୍ପସଂସ୍ଥାଗୁଡ଼ିକ ଖୋଲିଛି। ଶିଳ୍ପସଂସ୍ଥାରେ ଶ୍ରମିକଙ୍କ ଅଭାବ ଯୋଗୁ କେତେକ ମାଲିକ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କର ରାଜ୍ୟରୁ ପୁଣି ସୁରଟ ଫେରାଇ ଆଣୁଛନ୍ତି। ବସ୍‌ ଏବଂ ଟ୍ରେନ୍‌ରେ ଟିକଟ ନ ମିଳିବା ଯୋଗୁ ଶ୍ରମିକମାନେ ସୁରଟ ଫେରିପାରୁ ନାହାଁନ୍ତି। ତେବେ କେତେକ ଶିଳ୍ପସଂସ୍ଥା ଓଡ଼ିଶା, ବିହାର ଏବଂ ପଶ୍ଚିମବଙ୍ଗରୁ ଶ୍ରମିକମାନଙ୍କୁ ବିମାନରେ ସୁରଟ ଫେରାଇ ଆଣୁଛନ୍ତି। ଏହାଦ୍ୱାରା ଜୀବନରେ ବିମାନରେ ବସିବା ସ୍ବପ୍ନ ପ୍ରବାସୀ ଶ୍ରମିକମାନଙ୍କର ପୂରଣ ହୋଇପାରିଛି। ବହୁ ପ୍ରବାସୀଙ୍କ ପାଇଁ ବିମାନ ଯାତ୍ରା ଏକ ଅଭୁଲା ଅନୁଭୁତି ପାଲଟିଛି। ସୁରଟକୁ ବିମାନ ଯାତ୍ରା ଲକ୍‌ଡାଉନ୍‌ର ଦୁଃଖକୁ ଭୁଲାଇ ଦେଇଥିବା କେତେକ ଶ୍ରମିକ କହିଛନ୍ତି।

Share