ଟିକା ସାର୍ଟିଫିକେଟକୁ ସ୍ବୀକୃତି ଦେବାକୁ ଆହ୍ବାନ

ଓ୍ବାଶିଂଟନ, ୨୩।୯: ଅନ୍ତର୍ଜାତୀୟ ଗମନାଗମନକୁ ସୁଗମ କରିବା ଲାଗି ଟିକା ପ୍ରମାଣପତ୍ରକୁ ଆପୋଷ ସ୍ବୀକୃତି ମିଳିବା ଆବଶ୍ୟକ ବୋଲି ୫ ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପକ୍ଷରୁ ଆୟୋଜିତ ବିଶ୍ୱ କୋଭିଡ୍‌ ସମିଟ୍‌ରେ ଉଦ୍‌ବୋଧନ ଦେଇ ମୋଦି କହିଥିଲେ, ମହାମାରୀ ଯୋଗୁ ଅନେକ ରାଷ୍ଟ୍ର ବିଦେଶୀମାନଙ୍କ ପ୍ରବେଶକୁ ନେଇ ବିଭିନ୍ନ ନିୟମାବଳୀ ଆପଣାଇଥିବାରୁ ଯାତାୟାତରେ ସମସ୍ୟା ଉପୁଜିଛି। ଅର୍ଥନୀତି ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। ଏଥିରେ ସୁଧାର ଆଣିବା ଉପରେ ଗୁରୁତ୍ୱ ଦିଆଯିବା ଜରୁରୀ। ଏଥିପାଇଁ କୋଭିଡ୍‌ ଟିକା ସାର୍ଟିଫିକେଟକୁ ଆପୋଷ ସ୍ବୀକୃତି ଦେଇ ଅନ୍ତର୍ଜାତୀୟ ଗମନାଗମନ ସୁଗମ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି। ଭାରତ ତା’ର ଟିକା ଉତ୍ପାଦନ ସମାର୍ଥ୍ୟ ବୃଦ୍ଧି କରିଛି। ଏଥିପାଇଁ ଆବଶ୍ୟକ କଞ୍ଚାମାଲ୍‌ ଯୋଗାଣ ଶୃଙ୍ଖଳ ଉନ୍ମୁକ୍ତ ରହିଲେ ଅନ୍ୟ ଦେଶଗୁଡ଼ିକୁ ଟିକା ଯୋଗାଣ ପୁଣିଥରେ ଆରମ୍ଭ ହୋଇପାରିବ ବୋଲି ମୋଦି କହିଥିମଲେ। ଭାରତର ଟିକା ଉତ୍ପାଦନ ସାମର୍ଥ୍ୟ ବୃଦ୍ଧିରୁ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଲାଭ ଉଠାଇବା ଆବଶ୍ୟକ। କୋଭିଡ୍‌ ଟିକା, ରୋଗ ଚିହ୍ନଟ ଉପକରଣ ଏବଂ ଔଷଧ ପାଇଁ ଟିଆର୍‌ଆଇପିଏସ୍‌ ଛାଡ଼ କରିବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ)ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରସ୍ତାବ ରଖିଥିଲେ। ମହାମାରୀ ବିରୋଧୀ ଲଢ଼େଇକୁ ଜୋର୍‌ଦାର କରିବାରେ ଏହା ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦ୍ୱିତୀୟ ଲହରରେ ସଂକ୍ରମଣ ବଢ଼ିବାରୁ ଗତ ଏପ୍ରିଲରୁ ଭାରତ ଟିକା ରପ୍ତାନି ବନ୍ଦ କରିଦେଇଥିଲା। ଟିକା ମୈତ୍ରୀ କାର୍ଯ୍ୟକ୍ରମ ତଥା କୋଭାକ୍ସ ପ୍ରତିଶ୍ରୁତି ପୂରଣ ପାଇଁ ଚତୁର୍ଥ ତ୍ରୟମାସିକରୁ ପୁଣି ଥରେ କୋଭିଡ୍‌ ଟିକା ରପ୍ତାନି ଆରମ୍ଭ କରିବାକୁ ଭାରତ ସୋମବାର ଘୋଷଣା କରିଛି।
ସୂଚନାଯୋଗ୍ୟ ବୁଧବାର ବ୍ରିଟେନ୍‌ ସରକାର କୋଭିଶିଲ୍ଡ ଟିକାକୁ ମଞ୍ଜୁରୀ ପ୍ରଦାନ କରିଥିଲେ ମଧ୍ୟ ବିବାଦୀୟ ଅନ୍ତର୍ଜାତୀୟ ଟ୍ରାଭେଲ୍‌ ଗାଇଡଲାଇନ୍‌କୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ନୂଆ ଗାଇଡ୍‌ଲାଇନ ଅନୁଯାୟୀ କୋଭିଶିଲ୍ଡ ଟିକା ନେଇଥିବା ଭାରତୀୟମାନେ ଅକ୍ଟୋବର ୪ରୁ ବ୍ରିଟେନ ଯାଇପାରିବେ କିନ୍ତୁ ସେମାନଙ୍କୁ କ୍ୱାରାଣ୍ଟାଇନ ନିୟମରୁ ବାଦ୍‌ ଦିଆଯାଇନାହିଁ। ସୋମବାର ଆମେରିକା ଭାରତୀୟଙ୍କ ବିମାନ ଯାତ୍ରା ପାଇଁ କୋଭିଶିଲ୍ଡ ଟିକାକୁ ମଞ୍ଜୁରୀ ଦେଇଥିଲା।
ମୋଦି ତାଙ୍କ ୫ ଦିନିଆ ଗସ୍ତର ଶେଷ ପର୍ଯ୍ୟାୟରେ ଜାତିସଂଘ ସାଧାରଣ ସଭାରେ ଉଦ୍‌ବୋଧନ ଦେବା କାର୍ଯ୍ୟକ୍ରମ ରହିଛି। ଏଥିରେ ପ୍ରଧାନମନ୍ତ୍ରୀ କୋଭିଡ୍‌-୧୯ ମହାମାରୀ, ଆତଙ୍କବାଦ ମୁକାବିଲା, ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ ବୋଲି ଆମେରିକା ଗସ୍ତରେ ଯିବା ପୂର୍ବରୁ ବୁଧବାର ଦିଲ୍ଲୀ ବିମାନବନ୍ଦରଠାରେ ଗଣମାଧ୍ୟମକୁ କହିଥିଲେ। ତାଙ୍କ ଗସ୍ତ ଭାରତ-ଆମେରିକା ସମ୍ପର୍କକୁ ମଜଭୁତ କରିବା ସହ ଜାପାନ ଓ ଅଷ୍ଟ୍ରେଲିଆ ସହ ସମ୍ପର୍କ ବଢ଼ାଇବ। ଗସ୍ତ ଅବସରରେ ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଉପରାଷ୍ଟ୍ରପତି କମଲା ହାରିସ୍‌ ଓ ଅନ୍ୟ ନେତୃବୃନ୍ଦଙ୍କୁ ଭେଟି ଆଲୋଚନା କରିବେ। କ୍ୱାଡ୍‌ ନେତାମାନଙ୍କ ସମ୍ମିଳନୀରେ ମୋଦି ରାଷ୍ଟ୍ରପତି ବାଇଡେନ୍‌, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଡେ ସୁଗାଙ୍କୁ ଭେଟିବେ। ଏହା ବ୍ୟତୀତ ଆମେରିକା ଉଦ୍ୟୋଗ ଜଗତର ଶୀର୍ଷ କାର୍ଯ୍ୟନିର୍ବାହୀମାନଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

୧୯ ବର୍ଷର  ଏହି ଖେଳାଳିଙ୍କ ଉପରେ ୧୪.୨ କୋଟି ଉଡାଇଲା CSK, ଆଫ୍ରିଦିଙ୍କଠାରୁ ଦ୍ରୁତ ଶତକ ମାରି ଥିଲେ ଚର୍ଚ୍ଚାରେ… 

ଆବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ସବୁଠାରୁ ବଡ଼ ସରପ୍ରାଇଜ୍‌ ପାଲଟିଥିଲେ ରାଜସ୍ଥାନର ୧୯ ବର୍ଷୀୟ ଯୁବ ଉଇକେଟକିପର୍‌ ତଥା ବ୍ୟାଟ୍ସମ୍ୟାନ କାର୍ତ୍ତିକ ଶର୍ମା। ଏହି...

ରାଜନୀତିରେ ପ୍ରବେଶ କରିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ, ବିଧାୟକ ହେବାକୁ ଇଚ୍ଛା

ଭୁବନେଶ୍ୱର,୧୬।୧୨: ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri