ଭୋଟରଙ୍କୁ ଆକୃଷ୍ଟ ଲାଗି କଲ୍‌ ସେଣ୍ଟର

ରାୟଗଡ଼ା,୧୪।୧(ଆଶିଷ ରଞ୍ଜନ ପଣ୍ଡା): ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ୩ ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ଡିଜିଟାଲ ମିଡିଆ ସମେତ କଲ୍‌ ସେଣ୍ଟର ବ୍ୟବହାର କରୁଥିବା ସାଧାରଣରେ ଆଲୋଚନା ଜୋର ଧରିଛି। ନିଜ ଦଳର ପ୍ରଚାରପ୍ରସାର ପାଇଁ ରାଜନୈତିକ ଦଳଗୁଡ଼ିକ କଲ୍‌ ସେଣ୍ଟର ପଦ୍ଧତିକୁ ଆପଣାଇଛନ୍ତି। ଭାଜପାର ରାଜ୍ୟ ଓ ଜିଲା କାର୍ଯ୍ୟାଳୟରୁ କଲ୍‌ ସେଣ୍ଟରଗୁଡ଼ିକ କାର୍ଯ୍ୟ କରୁଥିବା ବେଳେ ବିଜେଡିର ରାଜ୍ୟସ୍ତରରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି ା କଂଗ୍ରେସ ଅଭିନବ ପଦକ୍ଷେପ ନେଇ ଏହାକୁ ତ୍ୱରାନ୍ବିତ କରିବାକୁ ଯୋଜନା କରିଛି।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାୟଗଡ଼ା ଭାଜପା ଜିଲା କାର୍ଯ୍ୟାଳୟରେ ରହିଛି ଏକ କଲ୍‌ ସେଣ୍ଟର।
ଏଥିରେ ନିଯୁକ୍ତି ପାଇଥିବା ଯୁବତୀଯୁବକ ଦଳର ବିଭିନ୍ନ କାର୍ଯ୍ୟକ୍ରମ, କେନ୍ଦ୍ର ସରକାରଙ୍କ  ବିକାଶମୂଳକ ଯୋଜନା ଆଦି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ପୋଷ୍ଟ କରିବା ସହ ଏହାକୁ ଭାଇରାଲ କରୁଛନ୍ତି। କଲ୍‌ ସେଣ୍ଟରକୁ ମାଧ୍ୟମ କରି ଭାଜପା ଜନସାଧାରଣଙ୍କ ନିକଟତର ହେଉଛି। ଏଥିସହ କଲ୍‌ ସେଣ୍ଟରରୁ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କ ନିକଟକୁ ଯାଉଛି ଫୋନ୍‌ କଲ୍‌।ସେମାନେ ଉକ୍ତ ଯୋଜନାଗୁଡ଼ିକର ଲାଭ ଠିକ୍‌ ସମୟରେ  ପାଇଛନ୍ତି ନା ନାହିଁ ଏବଂ ଏଥିରେ କୌଣସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି କି ଆଦି ପଚରା ଯାଉଥିବା ଶୁଣିବାକୁ ମିଳିଛି। ଏଥିସହିତ ଆଗାମୀ ନିର୍ବାଚନରେ ଦେଶର ପ୍ରଧାନମନ୍ତ୍ରୀ ଏବଂ ଓଡ଼ିଶାରେ କେଉଁ ଦଳକୁ ଭୋଟ ଦେବା ପାଇଁ ଜନସାଧାରଣ ଇଚ୍ଛୁକ ସେ ନେଇ ମଧ୍ୟ ଜନତାଙ୍କ ମତାମତ ନିଆଯାଉଛି ବୋଲି ଫୋନ୍‌ ପାଇଥିବା କେତେ ଜଣ ହିତାଧିକାରୀ କହିଛନ୍ତି। ସେହିପରି ବିଜେଡି କଲ୍‌ ସେଣ୍ଟରରୁ ଜନସାଧାରଣଙ୍କୁ ଯୋଗାଯୋଗ କରାଯାଉଥିବା ଦେଖିବାକୁ ମିଳୁଛି। ବିଷମ କଟକ ନିର୍ବାଚନମଣ୍ଡଳୀର ଅନିଲ କୁମାର ଜାଡ଼ି କହିଛନ୍ତି, ତାଙ୍କୁ ଆସିଥିବା ଫୋନ୍‌ରେ ସେ ବିଧାନସଭା ନିର୍ବାଚନରେ ବିଜେଡିର ଜଗନ୍ନାଥ ସାରକା, ଭାଜପାର ଶିବଶଙ୍କର ଉଲାକା, କଂଗ୍ରେସର ନୀଳମାଧବ ହିକ୍‌କା ନା ନୀଳମାଧବ ଉଲାକାଙ୍କ ମଧ୍ୟରୁ କାହାକୁ ଭୋଟ ଦେବେ ପଚରାଯାଇଥିଲା। ସେହିପରି ରାୟଗଡ଼ାରେ ନୀହାର ରଞ୍ଜନ ପଣ୍ଡାଙ୍କୁ ପଚରାଯାଇଥିଲା ସେ କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି ଏବଂ ଓଡ଼ିଶାରେ କେଉଁ ରାଜନୈତିକ ଦଳ ଶାସନକୁ ଆସିଲେ ଭଲ ହେବ ବୋଲି ଭାବୁଛନ୍ତି? କୋରାପୁଟରେ କଂଗ୍ରେସର ସପ୍ତଗିରି ଉଲାକା, ଝିନ୍ନ ହିକ୍‌କା ଓ କୌଶଲ୍ୟ ହିକ୍‌କାଙ୍କ ମଧ୍ୟରୁ ପସନ୍ଦ ଲାଗି କୁହାଗଲେ କାହାକୁ ବାଛିବେ। ରାଜ୍ୟ ସରକାରଙ୍କ ପକ୍ଷରୁ ରାଶନ କାଡର୍ର୍ ମିଳିଛି କି ନାହିଁ ଏବଂ ଆଗାମୀ ନିର୍ବାଚନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଜନତା କାହାକୁ ଚାହୁଁଛନ୍ତି ବୋଲି କଲ୍‌ ସେଣ୍ଟରଗୁଡ଼ିକରୁ ଫୋନ୍‌ ଆସୁଥିବା ଶୁଣିବାକୁ ମିଳୁଛି।
ସେହିଭଳି ୨୦୧୯ ନିର୍ବାଚନରେ କାହାକୁ ଭୋଟ ଦେଇଥିଲେ ଏବଂ ଆଗାମୀ ନିର୍ବାଚନରେ କାହାକୁ ଭୋଟ ଦେବେ ବୋଲି ମଧ୍ୟ ପଚରାଯାଇଥିବା କେତେଜଣ ସୂଚନା ଦେଇଛନ୍ତି।
ସେପଟେ ଜାନୁଆରୀ ୬ରେ ୨ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କଂଗ୍ରେସର ନୂତନ ପ୍ରଭାରୀ ଅଜୟ କୁମାର କର୍ମୀଙ୍କୁ ସମ୍ବୋଧିତ କରି ସମ୍ମିଳନୀରେ କହିଥିଲେ, ଦଳକୁ ତୃଣମୂଳ ସ୍ତରରୁ ସଂଗଠିତ କରିବା ପାଇଁ  ବୁଥ୍‌ସ୍ତରୀୟ ଓ ପଞ୍ଚାୟତସ୍ତରୀୟ କମିଟି ଗଠନ କରିବା ସହିତ ସେମାନଙ୍କ ସମ୍ପୂର୍ଣ୍ଣ ଠିକଣା ଏବଂ ମୋବାଇଲ ନମ୍ବର ବାଧ୍ୟତାମୂଳକ କରାଯାଇଛି। ଏହି ତଥ୍ୟ ମିଳିବା ପରେ କଲ୍‌ ସେଣ୍ଟରରୁ ସେମାନଙ୍କୁ ଫୋନ୍‌ରେ ସମ୍ପର୍କ କରାଯାଇ ସତ୍ୟାସତ୍ୟ ଅନୁସନ୍ଧାନ ସହିତ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବା ପାଇଁ ମତାମତ ସଂଗ୍ରହ କରାଯିବ ବୋଲି ଅଜୟ କୁମାର କର୍ମୀଙ୍କୁ କହିଥିେଲେ।
ମୋଟାମୋଟି କହିଲେ ସ୍ଥାନୀୟ ଅଞ୍ଚଳର ଜନତାଙ୍କ ମତାମତ ନେଇ ଦଳ ପ୍ରାର୍ଥୀ ଚୟନ କରିବା ଲାଗି ପ୍ରୟାସ କରୁଥିବା ଆଲୋଚନା ହେଉଛି।

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri