ନିର୍ବାଚନୀ ରାଲିରେ ଭାଲୁ ଆଣିଲେ ପ୍ରାର୍ଥୀ

କାଲିଫର୍ନିଆ, ୬ା୫ : ଆମେରିକାର କାଲିଫର୍ନିଆ ଗଭର୍ନର ନିର୍ବାଚନୀ ରାଲିରେ ରିପବ୍ଲିକାନ ପ୍ରାର୍ଥୀ ସାଥିରେ ଆଣିଥିଲେ ଏକ ଭାଲୁ। ଜନ କକ୍ସ ‘ବ୍ୟୁଟି ଆଣ୍ଡ୍‌ ଦି ବିଷ୍ଟ’ ଥିମରେ ପ୍ରଚାର କରିଛନ୍ତି। ବର୍ତ୍ତମାନ ଡେମୋକ୍ରାଟିକ୍‌ ଗଭର୍ନର କାଭିନ ନ୍ୟୁସମଙ୍କ ପାଇଁ ବ୍ୟୁଟି ଶବ୍ଦ ବ୍ୟବହାର କରିଛନ୍ତି ରିପବ୍ଲିକାନ ପ୍ରାର୍ଥୀ। କାଲିଫର୍ନିଆ ଗଭର୍ନର ରାଜ୍ୟରେ ଦେଉଛନ୍ତି ପ୍ରିମିଡ୍‌ ଆପିରାନ୍ସ। ଆଉ ଏଠାରେ ନିଜକୁ ବିଷ୍ଟ ବୋଲି ଅବିହିତ କରିଛନ୍ତି କକ୍ସ।

ସୁନ୍ଦରୀ ରାଜନେତା ଆମେରିକାର ସବୁଠୁ ଲୋକପ୍ରିୟ ସହରରେ ଫେଲ୍‌ ମାରିଛନ୍ତି। ଏହାର ସୁରକ୍ଷା ପାଇଁ ଆମକୁ ଦରକାର ବଡ଼ (ବିଷ୍ଟ) ପରିବର୍ତ୍ତନ। ମୁଁ ଟାକ୍ସ ହ୍ରାସ କରିବି। କାଲିଫର୍ନିଆରେ ରହିବା ଶସ୍ତା କରିବି ବୋଲି ରାଜ୍ୟର ରାଜଧାନୀ ସାକ୍ରାମେଣ୍ଟୋଠାରେ ଆୟୋଜିତ ନିର୍ବାଚନ ରାଲିରେ କହିଛନ୍ତି।

ସେ ପ୍ରଚାର ପାଇଁ ସାଥିରେ ଆଣିଥିଲେ ‘ଟ୍ୟାଗ’ ନାମକ କୋଡିଆକ୍‌ ଭାଲୁ। ଏହାର ଓଜନ ୫୦୦ କେଜି। କାପ୍ଟିଭିଟିରେ ଟ୍ରେନିଂ ନେଇଥିବା ଏହି ଭାଲୁ ବହୁ ଫିଲ୍ମ ଓ ଟେଲିଭିଜନ ସିରିଜ୍‌ରେ ନଜର ଆସିଛି।

Share