କାଲିଫର୍ନିଆ ଆସେମ୍ଳିରେ ଦାବି-୧୯୮୪ ଶିଖ ବିରୋଧି ହିଂସାକୁ ଦିଆଯାଉ ନରସଂହାରର ମାନ୍ୟତା

ଓ୍ବାଶିଂଟନ,୧୨।୪: କାଲିଫର୍ନିଆ ରାଜ୍ୟ ବିଧାନସଭା ଆମେରିକି କଂଗ୍ରେସକୁ ଔପଚାରିକ ଭାବେ ଭାରତରେ ୧୯୮୪ ହୋଇଥିବା ଶିଖ ବିରୋଧି ହିଂସାକୁ ନରସଂହାର ଭାବେ ମାନ୍ୟତା ଦେବା ଓ ନିନ୍ଦା କରିବାକୁ କହି ଏକ ପ୍ରସ୍ତାବ ପାସ କରିଛନ୍ତି। ଏହି ପ୍ରସ୍ତାବ ୨୨ ମାର୍ଚ୍ଚରେ ବିଧାନସଭା ସଦସ୍ୟ ଜସମିତ କୌର ବୈଂସଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିଲା ଓ ସୋମବାର ରାଜ୍ୟ ବିଧାନସଭା ଦ୍ୱାରା ସର୍ବସମ୍ମତି କ୍ରମେ ପାସ କରାଯାଇଛି। ଜସମିତ କୌର ବୈଂସ ରାଜ୍ୟ ବିଧାନସଭାର ପ୍ରଥମ ନିର୍ବାଚିତ ଶିଖ ସଦସ୍ୟ ଅଟନ୍ତି। ଏହି ପ୍ରସ୍ତାବ ବିଧାନସଭା ସଦସ୍ୟ କାର୍ଲୋସ ଭିଲାପୁଦୁଆଙ୍କ ଦ୍ୱାରା ସହ-ପ୍ରାୟୋଜିତ ଥିଲା। ଏହି ପ୍ରସ୍ତାବ ସପକ୍ଷରେ ଜଣେ ଅନ୍ୟ ହିନ୍ଦୁ ସଦସ୍ୟ ଐଶ କାଲରା ବି ମତଦାନ କରିଥିଲେ।
ଆମେରିକାର ଶିଖ ସମ୍ପ୍ରଦାୟ ଏହି ଦଙ୍କାର ଶାରୀରିକ ଓ ମାନସିକ ଆଘାତରୁ ଉଦ୍ଧାର ହୋଇପାରି ନାହିଁ ବୋଲି ଉଲ୍ଲେଖ କରି ଏହି ପ୍ରସ୍ତାବରେ ଆମେରିକାର କଂଗ୍ରେସକୁ ନଭେମ୍ବର ୧୯୮୪ର ଶିଖ ବିରୋଧି ହିଂସାକୁ ଏକ ନରସଂହାର ଭାବେ ମାନ୍ୟତା ବେଦାକୁ ଓ ନିନ୍ଦା କରିବାକୁ କୁହାଯାଇଛି। ଏହି ପ୍ରସ୍ତାବରେ କୁହାଯାଇଛି କି ନୂଆଦିଲ୍ଲୀରେ ‘ବିଧବା କଲୋନି’ରେ ଏବେବି ସେହି ଶିଖ ମହିଳାଙ୍କ ଘର ରହିିଛି ଯେଉଁମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା, ବଳାତ୍କାର କରାଯାଇଥିଲା, ପ୍ରତାଡିତ କରାଯାଇଥିଲା ଓ ଯେଉଁମାନେ ପରିବାରର ବହିଷ୍କାର କରିବା, ପୋଡି ଦେବା ଓ ହତ୍ୟାକୁ ଦେଖିବାକୁ ବାଧ୍ୟ କରାଯାଇଥିଲା। ଆଉ ଏମାନେ ଏବେବି ଅପରାଧିଙ୍କ ବିରୋଧରେ ନ୍ୟାୟ ଦାବି କରୁଛନ୍ତି।

Share