Categories: ଜାତୀୟ

ବୀରଭୂମ ହିଂସା ଘଟଣା: ମମତା ସରକାରଙ୍କୁ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

କୋଲକାତା,୨୩।୨: ପଶ୍ଚିମବଙ୍ଗର ବୀରଭୂମରେ ୮ ଜଣଙ୍କୁ ଜୀଅନ୍ତା ପୋଡି ଦିଆଯାଇଛି। ତୃଣମୂଳ କଂଗ୍ରେସର ଜଣେ କର୍ମୀଙ୍କ ହତ୍ୟା ପ୍ରତିଶୋଧରେ ଏଭଳି କାଣ୍ଡ ଘଟାଯାଇଥିବା ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗର ନିଆଁ ଲଗାଇବା ଘଟଣାକୁ କଲିକତା ହାଇକୋର୍ଟ ମାମଲାକୁ ଗୁରୁତର ସହ ଗ୍ରହଣ କରିଛନ୍ତି। ନିଆଁ ଲଗାଇ ହିଂସା ସୃଷ୍ଟି କରିବା ଘଟଣାକୁ ଗୁରୁତର ଅପରାଧ ଭାବେ ବିବେଚନା କରି ମମତା ବାନାର୍ଜୀ ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ଏହି ହିଂସା ମାମଲାର ଶୁଣାଣି ବେଳେ ହାଇକୋର୍ଟ ପଶ୍ଚିମବଙ୍ଗ ପୋଲିସକୁ ମାର୍ଚ୍ଚ ୨୪ରେ କେସ୍‌ ଡାଏରୀ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସାକ୍ଷୀମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ, ଯେଉଁଠାରେ ଏହି ହିଂସା ଚାଲିଥିଲା, ସେଠାରେ କୌଣସି ଜିନିଷରେ ଟାମ୍ପରିଂ ନ କରିବାକୁ ସହି ସ୍ଥାନରେ କ୍ୟାମେରା ଲଗାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ନିକଟରେ ଟିଏମ୍‌ସି ନେତା ଭାଦୁ ଶେଖଙ୍କୁ ହତ୍ୟା କରାଯାଇଥିଲା। ଏହାର ପ୍ରତିଶୋଧ ନେବା ପାଇଁ ଡଜନେରୁ ଅଧିକ ଘର ଜାଳି ଦିଆଯାଇଛି। ଏଥିରେ ୨ ଜଣ ଶିଶୁଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଛି।

Share