Categories: ଜାତୀୟ

ନାରଦା ଷ୍ଟିଙ୍ଗ୍‌ ଅପରେଶନ୍‌ ମାମଲା: ୪ଟିଏମ୍‌ସି ନେତାଙ୍କୁ ଅନ୍ତରୀଣ ଜାମିନ

କୋଲକାତା,୨୮।୫: ନାରଦା ଷ୍ଟିଙ୍ଗ୍‌ ଅପରେଶନ୍‌ ମାମଲାରେ ପଶ୍ଚିମବଙ୍ଗର ୪ଜଣ ଟିଏମ୍‌ସି ନେତାଙ୍କୁ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ହାଇକୋର୍ଟ ୪ଜଣ ଟିଏମ୍‌ସି ନେତାଙ୍କୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ୨ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚ୍ଚାଲିକା ଏବଂ ଯାଞ୍ଚରେ ଏଜେନ୍ସି ସହ ସହଯୋଗ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବିଚାରଧୀନ ନାରଦା ମାମଲାରେ କେହି ଖବରଦାତା ସମ୍ମିଳନୀ କରିବେ ନାହିଁ ବୋଲି କୋର୍ଟ କହିଛନ୍ତି।

Share