Categories: ଜାତୀୟ

ମମତାଙ୍କୁ ଝଟ୍‌କା

କୋଲକତା,୨।୭: ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ ଏକ ଝଟ୍‌କା ଲାଗିଛି। କଲିକତା ହାଇକୋର୍ଟ ନିର୍ବାଚନ ପରେ ହିଂସା ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ ହିଂସା ପୀଡିତଙ୍କ ସମସ୍ତ ଅଭିଯୋଗକୁ ରାଜ୍ୟ ପୋଲିସ ଗ୍ରହଣ କରିବା ସହ ସେମାନଙ୍କୁ ମଧ୍ୟ ରାଶନ ଦିଆଯିବା ଉଚିତ। ସମସ୍ତ ପୀଡିତଙ୍କୁ ଚିକିତ୍ସା ଯୋଗାଇଦେବା ଏବଂ ରାଶନ କାର୍ଡ ନ ଥିଲେ ମଧ୍ୟ ସେମାନଙ୍କୁ ସାମଗ୍ରୀ ଦେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର ଏହି ନିଷ୍ପତ୍ତି ମମତା ସରକାରଙ୍କ ପାଇଁ ଏକ ବଡ ଝଟ୍‌କା। କାରଣ ହିଂସା ଖବର ରାଜ୍ୟ ସରକାର କ୍ରମାଗତ ଭାବରେ ଖାରଜ କରିଆସୁଛନ୍ତି। ଏହା ବ୍ୟତୀତ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କୁ ନିର୍ବାଚନ ପରେ ହିଂସା ସହ ଜଡିତ କାଗଜପତ୍ର ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ଜାତୀୟ ମାନବ ଅଧିକାର ଆୟୋଗ ଦ୍ୱାରା କରାଯାଉଥିବା ଯାଞ୍ଚକୁ ଜୁଲାଇ ୧୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୩ରେ ହେବ।

Share