Posted inଜାତୀୟ

କରୋନା ମହାମାରୀ ସମୟରେ ବିଏମସି ଦେଇଥିବା ଠିକାର ଯାଞ୍ଚ୍‌ ଆରମ୍ଭ କଲେ ସିଏଜି…

ମୁମ୍ବାଇ,୨୨।୧୧ : ମୁଖ୍ୟମନ୍ତ୍ରୀ ଏକନାଥ ଶିିନ୍ଦେ ସରକାରଙ୍କ ସୁପାରିଶ କ୍ରମେ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ ଅଫ ଇଣ୍ଡିଆ (ସିଏଜି) ମଙ୍ଗଳବାର କରୋନ ମହାମାରୀ ସମୟରେ ବ୍ରିହାନମ୍ବାଇ ମ୍ୟୁନିସିପାଲିଟି କର୍ପୋରେଶନ (ବିଏମସି) ଦ୍ୱାରା ଠିକା ମାଧ୍ୟମରେ କରାଯାଇଥିବା କାର୍ଯ୍ୟ ଆବଣ୍ଟନ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତିି। ଅଧିକାରୀମାନେ ଏ ବିଷୟରେ ସୂଚନା ଦେଇଛନ୍ତି।

ଉଲ୍ଲେଖନୀୟ ବିଷୟ ହେଉଛି, କରୋନା ମହାମାରୀ ସମୟରେ ମହାରାଷ୍ଟ୍ରରେ ମହା ବିକାଶ ଆଘାଡି (ଏମଭିଏ) ସରକାର ଥିଲା। ମହାମାରୀ ସମୟରେ ଲୋକଙ୍କ ଅସୁବିଧାକୁ ଏଡାଇବା ପାଇଁ ଟେଣ୍ଡର ପ୍ରକ୍ରିୟାକୁ ନ ଯାଇ ତୁରନ୍ତ ସୁବିଧା ତଥା ସାମଗ୍ରୀ କ୍ରୟକୁ ପ୍ରାଥମିକତା ଦିଆଯାଇଥିଲା। ଏଥି ସହିତ, ସେହି ସମୟରେ ବିରୋଧୀ ଦଳ ଭାଜପା ସରକାରଙ୍କୁ କ୍ଷମତାର ଅପବ୍ୟବହାର କରୁଥିବା ଅଭିଯୋଗ କରିଥିଲା।

ଅଧିକାରୀମାନେ କହିଛନ୍ତି ଯେ ୧୦ ଜଣିଆ ସିଏଜି ଟିମ ବିଏମସି କମିଶନର ଇକବାଲ ଚହଲଙ୍କ ସହ ସକାଳେ ବିଏମସିର ମୁଖ୍ୟାଳୟରେ ଏକ ବୈଠକ କରିଥିଲେ। ବୈଠକ ପରେ ବିଏମସି କମିଶନର କହିଛନ୍ତି ଯେ ବିଭିନ୍ନ ବିଭାଗର ଅଡିଟ କରାଯାଉଛି। ଏଥି ସହିତ, ସିଏଜି ଟିମ ଆସିବା ପୂର୍ବରୁ ସେ ସମସ୍ତ ବିଭାଗର ମୁଖ୍ୟ, ୱାର୍ଡ ଅଧିକାରୀ, ପ୍ରମୁଖ ଡାକ୍ତରଖାନାର ଡିନ ଏବଂ କୋଭିଡ-୧୯ କେନ୍ଦ୍ର ସହିତ ଏକ ବୈଠକ କରିଥିଲେ ଏବଂ ତଦନ୍ତ ସମ୍ବନ୍ଧରେ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, ଅକ୍ଟୋବର ୩୧ ରେ, ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ସରକାର ମହାମାରୀ ସମୟରେ ମୁମ୍ବାଇ ନାଗରିକ ସଂସ୍ଥା ଦ୍ୱାରା କରାଯାଇଥିବା କାର୍ଯ୍ୟର ଆବଣ୍ଟନ ଯାଞ୍ଚ କରିବାକ ସିଏଜିଙ୍କୁ କହିଥିଲେ।

ଭାଜପା ବିଧାୟକ ଆଶିଷ ଶେଲାର ଅଭିଯୋଗ କରିଛନ୍ତି ଯେ ବିଏମସିର ୧୦ ଟି ବିଭାଗର ଟେଣ୍ଡର ଏବଂ ଚୁକ୍ତିରେ ୧୨ ହଜାର କୋଟି ଟଙ୍କା ମୂଲ୍ୟର ଦୁର୍ନୀତି ହୋଇଛି। ଶେଲର ଅଭିଯୋଗ କରିଛନ୍ତି ଯେ ଜଣେ ବିଲଡରଙ୍କ ଠାରୁ ୩୩୯ କୋଟି ଟଙ୍କାରେ ଜମି କ୍ରୟ କରାଯାଇଛି, ଯଦିଓ ତାଙ୍କୁ ମାତ୍ର ୨-୩ କୋଟି ଟଙ୍କା ମିଳିଛି। ସେ କହିଛନ୍ତି ଯେ କୋଭିଡ -୧୯ ମହାମାରୀ ସମୟରେ କରାଯାଇଥିବା କେନ୍ଦ୍ରୀୟ କ୍ରୟ ସନ୍ଦେହଜନକ। ଆମେ ଏହାର ଯାଞ୍ଚ୍‌ ଚାହୁଁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ରାତିରେ ପ୍ରେମିକଙ୍କ ସହ ଯୁବତୀଙ୍କୁ ଦେଖିଦେଲେ ଗ୍ରାମବାସୀ, ମାଡ଼ ମାରି କଲେ ଭିଡିଓ ଭାଇରାଲ…ଲୋକଲଜ୍ଜା ସହି ନ ପାରି…

ବେତିଆ,୮।୨: ବିହାରର ପଶ୍ଚିମ ଚମ୍ପାରଣ ଜିଲାର ଶିକାରପୁର ଥାନା ଅଞ୍ଚଳର ଏକ ଗାଁରୁ ଏକ ଚକିତ କଲାଭଳି ଘଟଣା ଘଟିଛି। ପ୍ରେମରେ ପଡ଼ିଥିବା ଜଣେ ଯୁବତୀ ମାନସିକ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଜାମ୍ମୁ-କାଶ୍ମୀର ବଜେଟକୁ ସମାଲୋଚନା କଲେ ଭାଜପା ବିଧାୟିକା; ଶାସକ ଦଳର ବିଧାୟକ କଲେ ପ୍ରଶଂସା

ଶ୍ରୀନଗର,୮ା୨: ଜାମ୍ମୁ-କାଶ୍ମୀର ବିଧାନସଭାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ। ଭାଜପା ବିଧାୟିକା ଦେବୟାନୀ ରାଣା ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ ବଜେଟକୁ କଡ଼ା ସମାଲୋଚନା କରିଥିଲେ। ଯାହାକୁ…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri