Categories: ଜାତୀୟ

ସିଏଜି ରିପୋର୍ଟ: ଆସାମରେ ଏନଆରସି ତଥ୍ୟ ଅଦଳବଦଳ ଅଭିଯୋଗ…

ଗୁଆହାଟୀ,୨୫।୧୨ : ଆସାମରେ ନ୍ୟାଶନାଲ ରେଜିଷ୍ଟର ଅଫ ସିଟିଜେନ୍ସ (ଏନଆରସି) କୁ ଅପଡେଟ କରିବା ପ୍ରକ୍ରିୟାରେ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ ଅଫ ଇଣ୍ଡିଆ (ସିଏଜି) ବହୁତ ତ୍ରୁଟି ହୋଇଥିବା ଜାଣିବାକୁ ପାଇଛନ୍ତି। ଏନଆରସି ତଥ୍ୟ ଅଦଳବଦଳ ଅଭିଯୋଗ ହୋଇଛି।

ଆସାମ ବିଧାନସଭାର ଶୀତ ଅଧିବେଶନର୨୦୨୦ ବର୍ଷ ପାଇଁ ସିଏଜି ଶନିବାର ଏକ ରିପୋର୍ଟ ଉପସ୍ଥାପନ କରିଛନ୍ତି। ରିପୋର୍ଟରେ ଦର୍ଶାଯାଇଛି ଯେ ୨୧୫ ସଫ୍ଟୱେର୍‌ ୟୁଟିଲିଟିଗୁଡିକ କୋର ସଫ୍ଟୱେର୍‌ ସହିତ ଅନିୟମିତ ଭାବରେ ସଂଯୁକ୍ତ କରାଯାଇଛି।

ଏନଆରସିକୁ ଅପଡେଟ କରିବା ପାଇଁ ଏକ ଅତ୍ୟନ୍ତ ସୁରକ୍ଷିତ ଏବଂ ନିର୍ଭରଯୋଗ୍ୟ ସଫ୍ଟୱେର୍‌ ବିକଶିତ କରିବାର ଆବଶ୍ୟକତା ଥିଲା, କିନ୍ତୁ ଅଡିଟ ସମୟରେ ଏ ଦିଗରେ ସଠିକ ଯୋଜନାର ଅଭାବ ରହିଥିବା ଜଣାପଡ଼ିଛି।

ଅପଡେଟ ହୋଇଥିବା ଏନଆରସି ୩୧ ଅଗଷ୍ଟ ୨୦୧୯ ରେ ପ୍ରକାଶିତ ହୋଇଥିଲା, ଯେଉଁଥିରେ ୩,୩୦,୨୭,୬୬୧ ଆବେଦନକାରୀଙ୍କ ମଧ୍ୟରୁ ମୋଟ ୩,୧୧.୨୧,୦୦୪ ଜଣଙ୍କ ନାମ ଅନ୍ତର୍ଭୁକ୍ତ ହୋଇଥିଲା। ତଥାପି, ଏହାକୁ ଏପର୍ଯ୍ୟନ୍ତ ସୂଚିତ କରାଯାଇ ନାହିଁ।

ସିଏଜି ଏହାର ରିପୋର୍ଟରେ କହିଛି ଯେ ଡାଟା କ୍ୟାପଚର ଏବଂ ସଂଶୋଧନ ପାଇଁ ସଫ୍ଟୱେୟାରର ହାଫାଜାର୍ଡ ବିକାଶ ଏକ ଅଡିଟ ଟ୍ରେଲ ବିନା ଡାଟା ଟ୍ୟାମ୍ପରିଂ ହେବାର ଆଶଙ୍କା ସୃଷ୍ଟି କରିଛି। ଅଡିଟ ଟ୍ରେଲ ଏନଆରସି ତଥ୍ୟର ସତ୍ୟତା ପାଇଁ ଉତ୍ତରଦାୟିତ୍ୱ ନିଶ୍ଚିତ କରିପାରେ। ଏହିପରି ଏକ ବୈଧ ତ୍ରୁଟିମୁକ୍ତ ଏନଆରସି ପ୍ରସ୍ତୁତ କରିବାର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ହାସଲ ହୋଇପାରି ନାହିଁ ।

ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି, ଏନଆରସି ପାଇଁ ପ୍ରକଳ୍ପ ମୂଲ୍ୟ ୨୮୮.୧୮ କୋଟିରୁ ୧୬୦୨.୬୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

Share