Posted inଫୁରସତ

୧୦୦ ଟଙ୍କିଆ ନୋଟ୍‌ରେ କାଫେର ବିଜ୍ଞାପନ

ନୂଆଦିଲ୍ଲୀ: ରାସ୍ତାରେ ଟଙ୍କା ପଡ଼ିଥିବାର ଦେଖି, କୌଣସି ମଧ୍ୟ ବ୍ୟକ୍ତି ଏହାକୁ ଅତି ସହଜରେ ଅଣଦେଖା କରିପାରନ୍ତିନି ଏବଂ ଯଦି ଏହା ୧୦୦ ଟଙ୍କିଆ ନୋଟ ହୋଇଥାଏ ତେବେ ଯେ କେହିବି ଏହି ଟଙ୍କାକୁ ଉଠାଇବାକୁ ଚେଷ୍ଟା କରିଥାନ୍ତି। ମଣିଷର ଏହି ମାନସିକତାକୁ ଦୃଷ୍ଟିରେ ରଖି ଗୋଟିଏ କମ୍ପାନୀ ବିଜ୍ଞାପନର ଏକ ନୂଆ ଉପାୟ ବାହାର କରିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ ୧୦୦ ଟଙ୍କିଆ ନୋଟ୍‌ ରାସ୍ତାରେ ପଡିଥିବାର ଦେଖିବାକୁ ମିଳିଛି। ଏପରି ପରିସ୍ଥିତିରେ ଜଣେ ବ୍ୟକ୍ତି ଉକ୍ତ ନୋଟକୁ ଉଠାଇ ଧରିଥିବାବେଳେ ଏହା ସମ୍ପୂର୍ଣ୍ଣ ଭାବେ ଅବିକଳ ୧୦୦ ଟଙ୍କିଆ ନୋଟ୍‌ ପରି ଦେଖାଯାଉଛି। କିନ୍ତୁ ବ୍ୟକ୍ତି ଜଣକ ଉକ୍ତ ନୋଟ୍‌ଟିକୁ ଓଲଟାଇବା ମାତ୍ରେ ଯାହା ଦେଖିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ୧୦୦ ଟଙ୍କିଆ ନୋଟର ପଛପଟେ ଏକ କାଫେର ବିଜ୍ଞାପନ ଛପାଯାଇଛି। ଏକ କମ୍ପାନୀ କାଗଜର ଗୋଟିଏ ପାର୍ଶ୍ୱରେ ୧୦୦ ଟଙ୍କିଆ ନୋଟ୍‌ ସଦୃଶ ଛାପିଥିବା ବେଳେ ଏହାର ଅନ୍ୟପାର୍ଶ୍ୱରେ କାଫେର ବିଜ୍ଞାପନ ଛାପିଛି। ସେହିପରି ଉକ୍ତ କାଗଜଟିକୁ ରାସ୍ତାରେ ଏପରି ରଖାଯାଇଛି, ଯେପରି ଏହା ଉପରୁ ପ୍ରକୃତ ୧୦୦ ଟଙ୍କିଆ ନୋଟ୍‌ ପରି ଦେଖାଯିବ। ଭାଇରାଲ ଭିଡିଓରେ ଏହି ୧୦୦ ଟଙ୍କିଆ ନୋଟ୍‌ ଉଠାଇଥିବା ବ୍ୟକ୍ତି ଜଣକ ଉକ୍ତ ନୋଟ୍‌ର ପଛପଟେ କାଫେର ବିଜ୍ଞାପନ ଦେଖି ପ୍ରତାରିତ ଅନୁଭବ କରିଛନ୍ତି। ତେବେ ଏପରି ନିଆରା ବିଜ୍ଞାପନ ପ୍ରସ୍ତୁତ କରିଥିବାରୁ ସେ କମ୍ପାନୀକୁ ପ୍ରଶଂସା କରିଛନ୍ତି। ବିଜ୍ଞାପନ ପ୍ରଚାରର ଏହି ନୂଆ ଉପାୟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଲାଗିରହିଛି। କମ୍ପାନୀର ଏହି କୌଶଳ ଫଳରେ ଯେ କେହିବି ୧୦୦ ଟଙ୍କିଆ ନୋଟ୍‌ ପଛପଟେ ଥିବା ବିଜ୍ଞାପନ ପଢ଼ିବାକୁ ବାଧ୍ୟ ହେବେ ବୋଲି କେତେଜଣ ୟୁଜର୍ସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri