କ୍ୟାଡର ମାଓବାଦୀ ନିହତ: ଖବରଦାତା ସମ୍ମିଳନୀରେ ସୂଚନା ଦେଲେ ଡିଜିପି

ବରଗଡ଼ ଅଫିସ,୧୧ା୬: ବରଗଡ଼ ଜିଲା ପଦ୍ମପୁରରେ ଜଣେ ସିନିୟର କ୍ୟାଡର ମାଓବାଦୀ ଶୁକ୍ରବାର ନିହତ ହୋଇଥିବା ଜଣାପଡ଼ିଛି। ପୋଲିସ ମାଓବାଦୀ ଗୁଳି ବିନିମୟରେ ଏହି କ୍ୟାଡର ମାଓବାଦୀଙ୍କ ନିହତ ହୋଇଥିବା ଜଣାପଡ଼ିଛି। ଭଞ୍ଜଗୁଣ୍ଡା ନିକଟ ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏସ୍‌ଓଜି ଏବଂ ପୋଲିସର ମିଳିତ ଅପରେଶନରେ ଏହି ସଫଳତା ମିଳିଥିବା ଡିଜିପି ଅଭୟ ଏକ ଖବରଦାତା ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି। ଏହି ଅପରେଶନରେ ବିଭିନ୍ନ ମାରଣାସ୍ତ୍ର ଏବଂ ଏକେ ୪୭ ଜବତ ହୋଇଛି।