କଳାହାଣ୍ଡି ପାଇଁ ଗୌରବ ଆଣିଲେ କ୍ୟାଡେଟ୍‌ ନମିତା ସାହୁ

ଭବାନୀପାଟଣା,୨୫।୧୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କଳା ତୃତୀୟ ବର୍ଷର ଛାତ୍ରୀ ତଥା ଆର୍ମି ଏନ୍‌ସିସିର ଜୁନିୟର ଅଣ୍ଡର ଅଫିସର ନମିତା ସାହୁ ଡାଇରେକ୍ଟର ଜେନେରାଲ ପ୍ରଶସ୍ତି ପାଇଁ ମନୋନୀତ ହୋଇଛନ୍ତି। ନବରଙ୍ଗପୁର ୧୩ ଓଡିଶା ବାଟାଲିଅନର ସେ ପ୍ରଥମ କ୍ୟାଡର ଭାବେ ଏହି ସମ୍ମାନ ପାଇଛନ୍ତି । ଏହାସହ ଭବାନୀପାଟଣା ସରକାରୀ ସ୍ବୟଂଶାସିତ ଶାସିତ ମହାବିଦ୍ୟାଳୟ ଓ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ମଧ୍ୟ ସେ ପ୍ରଥମ କ୍ୟାଡର ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଏହାପୂର୍ବରୁ ୨୦୨୧ ମସିହାରେ ବିଶ୍ୱ ବିଦ୍ୟାଳୟର ଉପକୂଳ ସଚିବ ମେଜର ଡ. ଜୟଦେବ ସାହୁ ଅଫିସର ଭାବରେ ଏହି ପୁରସ୍କାର ପାଇଥିଲେ।

ଭବାନୀପାଟଣା ବ୍ଲକ ମେଦିନୀପୁର୍‌ ଗ୍ରାମର ମଦନ ସାହୁ ଓ ଲତା ସାହୁଙ୍କ ଝିଅ ନମିତା ଅଟନ୍ତି । ନମିତା ଗତ ୨୦୨୫ ଜାନୁୟାରୀ ୨୬ ଆର୍‌ ଡି ସି ପ୍ୟାରେଡ଼ ଦିଲ୍ଲୀ କର୍ତ୍ତବ୍ୟ ପଥରେ ମାର୍ଚ୍ଚ କରି ପ୍ରସଂଶା ସାଉଁଟି ଥିଲେ । ଏନ ସି ସି ପ୍ରତି ତାଙ୍କ ନିଷ୍ଠା ଓ ବଳିଦାନ ପାଇଁ ଏହି ପୁରସ୍କାର ପାଇ କଳାହାଣ୍ଡି ତଥା ବିଶ୍ୱବିଦ୍ୟାଳୟର ଗୌରବ ବଢାଇଛନ୍ତି । ଏହି ସଫଳତା ପାଇଁ ଭାରପ୍ରାପ୍ତ କୁଳପତି ଡ. ନିବେଦିତା ନାଥ, କୁଳସଚିବ ଡ. ଗୁଣନିଧି ନାଇକ, ଉପକୁଳ ସଚିବ ତଥା ଏନସିସି ଅଧିକାରୀ ମେଜର ଡ. ଜୟଦେବ ସାହୁ, କର୍ନେଲ ସୁନୀଲ କୁମାର ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାର୍ଚ୍ଚ ୧୩ରେ ନିଯୁକ୍ତି ମେଳା: ଶିକ୍ଷିତ ଯୁବତୀ, ଯୁବକଙ୍କ ପାଇଁ ବଡ଼ ସୁଯୋଗ

କେନ୍ଦୁଝର,୧୦।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଶିକ୍ଷିତ ଯୁବତୀ, ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇବା ଉଦ୍ଦେଶ୍ୟରେ ଆସନ୍ତା ୧୩ରେ ସ୍ଥାନୀୟ ଓଡ଼ିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟ ପଡ଼ିଆରେ ଜିଲାସ୍ତରୀୟ…

ବିନା ସୂଚନା ଫଳକରେ ଚାଲିଛି କୋଟିଏ ଟଙ୍କାର କୋଠା ନିର୍ମାଣ: ନିମ୍ନମାନର କାମ ସହ ଶ୍ରମିକଙ୍କୁ ଶୋଷଣ ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି 

କେସିଙ୍ଗା, ୧୦।୩ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଚାଲିଥିବା ନୂତନ କୋଠା ନିର୍ମାଣକୁ ନେଇ ବ୍ୟାପକ ଅନିୟମିତତା ଅଭିଯୋଗ…

ଅଟୋ ପଛରେ ପିଟିହେଲା ବାଇକ୍‌ , ଆଉ ତା’ପରେ..

ଖଜୁରିପଡ଼ା, ୧୦ା୩ ( ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅଧୀନ ବାଉଁଶୁଣି ପୋଲରେ ମଙ୍ଗଳବାର ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଗୁରୁତର ୩ଜଣ…

ବିଧାନସଭାରେ ମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର,୧୦।୩: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ମଙ୍ଗଳବାର ବିଧାନସଭାରେ ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇଥିବା ମନ୍ତ୍ରୀ କହିଛନ୍ତି।…

ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ପରେ ଆକ୍ସନ ମୋଡ଼ରେ ପୋଲିସ, ସ୍ପିଡ୍‌ ବାଇକରମାନଙ୍କୁ ସାବାଡ଼ କରିବା ପାଇଁ ଆରମ୍ଭ ହେଲା ଅପରେଶନ

ବଲାଙ୍ଗୀର,୧୦।୩ ( ସୁନିଲ କୁମାର ମହାନ୍ତି): ଦୁର୍ଘଟଣାରେ ସରକାରୀ ଆୟୁର୍ବେଦିକ କଲେଜର ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ପରେ ଏବେ ଆକ୍ସନ ମୋଡ଼ରେ ବଲାଙ୍ଗୀର ଟାଉନ ପୋଲିସ ।…

ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରି ଆଗକୁ ଆସିଲା ବିଜେଡି: ପୋଲିସ ସହିତ ମୁହାଁମୁହିଁ ପରେ…

ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ): ଧାନବିକ୍ରି ଦାବି ନେଇ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି। ଗତ ୫ତାରିଖରୁ ଧାନବସ୍ତା ଗଦା କରି ବରଗଡ଼ ଜିଲା…

ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କଲେ ସ୍ବାମୀ, ରାସ୍ତାରେ ଯାଉଥିବା ଦମ୍ପତିଙ୍କୁ ବି କଲେ ଗୁଳିମାଡ଼, ଅଞ୍ଚଳରେ ଆତଙ୍କ

ଫୁଲବାଣୀ, ୧୦।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଗୋଛାପଡ଼ା ଥାନା କଟାପଙ୍ଗା ଗାଁରେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ହତ୍ୟାକାରୀ କେହି ନୁହେଁ ଖୋଦ୍‌…

ଜୋରଦାର ଚାଲିଛି ଦୈନିକ ବଜାର ଗୃହ ନିର୍ମାଣ କାର୍ଯ୍ୟ: ତୁରନ୍ତ ସାରିବାକୁ ବିଡିଓଙ୍କ ନିର୍ଦ୍ଦେଶ

ଦାରିଙ୍ଗବାଡି,୧୦।୩ (ଅରୁଣ ସାହୁ ):କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିଠାରେ ଉଠାଦୋକାନୀଙ୍କୁ ଥଇଥାନ ପାଇଁ ଦୈନିକ ବଜାରର ନିର୍ମାଣ କାର୍ଯ୍ୟ ଜୋରଦାର ଚାଲିଛି। ଏହାକୁ ଦୈନିକ ତଦାରଖ କରୁଛନ୍ତି ଦାରିଙ୍ଗବାଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri