ଆଜି କ୍ୟାବିନେଟ୍‌

ଭୁବନେଶ୍ୱର ୧୫।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଏହି ବୈଠକ ଭିଡିଓ କନଫରେନ୍ସ ମାଧ୍ୟମରେ ହେବ। କରୋନାରେ ଆକ୍ରାନ୍ତ ଥିବା ମନ୍ତ୍ରୀ ଭିଡିଓ କନଫରେନ୍ସରେ ସାମିଲ ହେବେ ବୋଲି ଜଣାପଡିଛି। ଜିଲାରେ ଥିବା ମନ୍ତ୍ରୀମାନେ ଏନ୍‌ଆଇସିରୁ ଭିଡିଓ କନଫରେନ୍ସରେ ସାମିଲ ହେବେ। କ୍ୟାବିନେଟ୍‌ରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। ପଞ୍ଚାୟତିରାଜ, ରାଜସ୍ବ, ପୂର୍ତ୍ତ, ସ୍ବାସ୍ଥ୍ୟ ଏବଂ ଆଇନ ବିଭାଗର କେତେଗୁଡିଏ ପ୍ରସ୍ତାବକୁ କ୍ୟାବିନେଟ୍‌ରେ ମୋହର ବାଜିବ ବୋଲି ଜଣାପଡ଼ିଛି।