ଆଜି କ୍ୟାବିନେଟ୍‌

ଭୁବନେଶ୍ୱର,୧୮ା୫(ବ୍ୟୁରୋ): ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ ମିଳିବ। ନିର୍ଦ୍ଦିଷ୍ଟ ଭାବେ କେଉଁ କେଉଁ ଏଜେଣ୍ଡା କ୍ୟାବିନେଟ୍‌ ବୈଠକରେ ରହିଛି, ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁି। ତେବେ ବିଶ୍ୱସ୍ତ ସୂତ୍ରରୁ ଯାହା ଜଣାପଡ଼ିଛି, ବୁଧବାର ଅପରାହ୍ନ ୫ଟା ୩୦ ମିନିଟ୍‌ରେ ହେବାକୁ ଥିବା କ୍ୟାବିନେଟ୍‌ରେ ଆଇନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ରାଜସ୍ବ, ଅର୍ଥ ଏବଂ ଶକ୍ତି ବିଭାଗର ପ୍ରାୟ ୧୩ଟି ପ୍ରସ୍ତାବ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି। ତେବେ ମନ୍ତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ବ୍ରଜରାଜନଗର ଉପନିର୍ବାଚନ ଦାୟିତ୍ୱରେ ଯାଇଥିବା ବେଳେ ଆଉ କେତେଜଣ ତାରାତାରିଣୀ ପୀଠର ସୌନ୍ଦର୍ଯ୍ୟକରଣ କାମର ମୁଖ୍ୟମନ୍ତ୍ରୀ କରୁଥିବା ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବାକୁ ବ୍ରହ୍ମପୁରରେ ଡେରା ପକାଇଛନ୍ତି। ଯେଉଁମାନେ ଲୋକସେବା ଭବନରେ ପହଞ୍ଚି ନ ପାରିବେ ସେମାନେ ଜିଲା ମୁଖ୍ୟାଳୟରୁ ଭିଡିଓ କନ୍‌ଫରେନ୍ସରେ ଯୋଗଦେବେ ବୋଲି ଜଣାପଡ଼ିଛି।