Posted inଜାତୀୟ

ନିଜ ଦଳର ଏମ୍‌ପିଙ୍କୁ ତାଗିଦ୍‌ କଲେ କ୍ୟାବିନେଟ୍‌ ମନ୍ତ୍ରୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୫।୭: ଭାଜପା ଏମ୍‌ପି ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ମନ୍ତବ୍ୟକୁ ନେଇ ଲୋକ ସଭାରେ ହଟ୍ଟଗୋଳ ଲାଗିରହିଛି। ଏହି ପ୍ରସଙ୍ଗରେ ବିରୋଧୀ ଦଳ ଅଭିଜିତଙ୍କୁ କ୍ଷମା ମାଗିବାକୁ ଦାବି କରୁଛନ୍ତି। ଏହି ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ନିଜ ଦଳର ଏମ୍‌ପିଙ୍କ ମନ୍ତବ୍ୟକୁ ରିଜିଜୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଭାଜପା ଏମ୍‌ପି ଭାଷାର ଅପବ୍ୟବହାର କରିଛନ୍ତି। ଯଦି ଏହି ଗୃହର କୌଣସି ସଦସ୍ୟ ତାଙ୍କ ମନ୍ତବ୍ୟ ସହିତ ଗୃହର ସମ୍ମାନକୁ ଆଘାତ କରନ୍ତି, ତେବେ ଏହା ଅତ୍ୟନ୍ତ ଦୁଃଖଦାୟକ।
କିରେନ ରିଜିଜୁ କହିଛନ୍ତି, ଯଦି କୌଣସି ସଦସ୍ୟ ଏପରି ମନ୍ତବ୍ୟ ଦିଅନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କ୍ଷମତା ଅଛି। ମୁଁ ଏହା କହୁଛି ଯେ ଯେତେବେଳେ ଏହି ମନ୍ତବ୍ୟ ଦିଆଯାଇଥିଲା, ମୁଁ ଏଠାରେ ଉପସ୍ଥିତ ନ ଥିଲି। ମୁଁ ରାଜ୍ୟ ସଭାରେ ଥିଲି। ନଚେତ୍‌ ମୁଁ ରୋକିପାରିଥାନ୍ତି।
ସୂଚନାଯୋଗ୍ୟ, ଗୃହରେ ବଜେଟ ଉପରେ ଆଲୋଚନା ବେଳେ ବଙ୍ଗଳାର ତାମଲୁକରୁ ଭାଜପା ଏମ୍‌ପି ଅଭିଜିତ ଗଙ୍ଗୋପାଧ୍ୟାୟ ଏ ପ୍ରସଙ୍ଗରେ ନିଜର ମତାମତ ଦେଉଥିବାବେଳେ କଂଗ୍ରେସ ଏମ୍‌ପି ଗୌରବ ଗୋଗୋଇ ଏକ ମନ୍ତବ୍ୟ ଦେଇଥିଲେ। ଏଥିରେ ଅଭିଜିତ ତାଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିଲେ।
ବଜେଟ ଉପରେ ଆଲୋଚନା ବେଳେ ଅଭିଜିତ୍‌ ନିଜର ମତ ଉପସ୍ଥାପନ କରିଥିଲେ। ଏହି ସମୟରେ କଂଗ୍ରେସ ଏମ୍‌ପି ଗୋଗୋଇ କିଛି କହିବାରୁ ଅଭିଜିତ୍‌ କହିଥିଲେ, ଶିକ୍ଷିତ ସଦସ୍ୟମାନେ ଏ ବିଷୟରେ ଅବଗତ ନୁହଁନ୍ତି। ସେମାନେ ଅଧିକ ଶିଖିବା ଆବଶ୍ୟକ କରନ୍ତି। ଗୋଗୋଇ ଗଡ୍‌ସେ ବିଷୟରେ ମନ୍ତବ୍ୟ ଦେଇଥିଲେ। ଏନେଇ ଅଭିଜିତ ତାଙ୍କୁ ଷ୍ଟୁପିଡ୍‌(ମୂର୍ଖ) ବୋଲି କହିଥିଲେ। ଯାହାକୁ ବିରୋଧୀ ସଦସ୍ୟମାନେ ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Gen-Zଙ୍କ ପାଇଁ ବଡ଼ ପଦକ୍ଷେପ ନେଲା RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ହଠାତ୍‌ ଟାୟାର ହେଲା ବ୍ଲାଷ୍ଟ, ଘାଟିରେ ଓଲଟି ପଡିଲା ଲୁହା ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ…

ମୋହନା,୬।୮ ( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଖାରିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମଦଳି ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍‌ ଭାରସାମ୍ୟ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

ତେଲ, ଡାଲିରୁ କ୍ଷୀର ଓ ଚିନି ପର୍ଯ୍ୟନ୍ତ, ରାଶନର ୯୯% ସାମଗ୍ରୀ ମହଙ୍ଗା; ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୬।୮: ୨୦୨୬ ବର୍ଷର ଆରମ୍ଭ ଜୋରଦାର ଭାବେ ହୋଇଥିଲା। କିନ୍ତୁ ଦ୍ୱିତୀୟ ମାସରେ ବିଶ୍ୱରେ ଏଭଳି ଅସ୍ଥିର ପରିସ୍ଥିତି ସୃଷ୍ଟି ହେଲା, ଯାହାର ପ୍ରଭାବ ଏବେ…

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ଆଜି ୨ ଶକ୍ତିଶାଳୀ ଗ୍ରହଙ୍କ ଗୋଚର; ୫ ରାଶି ହଠାତ୍‌ ବନିଯିବେ ଧନୀ!

ଗୁରୁବାର ୬ ଅଗଷ୍ଟ ୨୦୨୬ ଦିନଟି ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ଅତ୍ୟନ୍ତ ଖାସ୍ ବୋଲି କୁହାଯାଉଛି। ଏହି ଦିନ ଶ୍ରାବଣ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଅଟେ।…

‘ଆମେ ପୂର୍ବରୁ ସତର୍କ କରିଥିଲୁ’: ଦିଲ୍ଲୀରୁ ହାସିନାଙ୍କ ବଡ଼ ବୟାନ, ଦେହାଲିଗଲା ବାଂଲାଦେଶ!

ଢାକା,୬।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ନୂଆଦିଲ୍ଲୀରୁ କରିଥିବା ଭର୍ଚୁଆଲ ପ୍ରେସ କନଫରେନ୍ସକୁ ନେଇ ବାଂଲାଦେଶ ଭାରତ ବିରୋଧରେ କଡ଼ା ପ୍ରତିବାଦ ଜଣାଇଛି। ଢାକାର ଦାବି…

ଟି-୨୦ର ନୂଆ ‘ରେକର୍ଡ କିଙ୍ଗ୍‌’ ହେବେ ବୈଭବ ସୂର୍ଯ୍ୟବଂଶୀ! ଖେଳାଳିଙ୍କ ବିସ୍ଫୋରକ ବୟାନକୁ ନେଇ ହଲଚଲ

ନୂଆଦିଲ୍ଲୀ, ୬।୮: ଜୋସ ବଟଲର ଟି-୨୦ କ୍ରିକେଟ ଇତିହାସର ସବୁଠାରୁ ବଡ଼ ରେକର୍ଡ ନିଜ ନାମରେ କରିଛନ୍ତି। ୱେଲ୍ସ ଫାୟାର ବିପକ୍ଷ ମ୍ୟାଚରେ ମାଞ୍ଚେଷ୍ଟର ସୁପର ଜାୟାଣ୍ଟସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri