ଆଜି କ୍ୟାବିନେଟ୍‌ ବୈଠକ

ଭୁବନେଶ୍ବର, ୨୯ା୫(ବ୍ୟୁରୋ): ରାଜ୍ୟ କ୍ୟାବିନେଟ୍‌ ବୈଠକ ସୋମବାର ପୂର୍ବାହ୍ନ ୧୦ଟା ୪୫ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। କ୍ୟାବିନେଟ୍‌ରେ ୧୫ଟି ପ୍ରସ୍ତାବ ଉପରେ ମୋହର ବାଜିପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ବିଜେଡି ୫ମ ପାଳି ସରକାରକୁ ୪ ବର୍ଷ ପୂରଣ ହେଉଥିବା କାରଣରୁ କିଛି ବଡ ନିଷ୍ପତ୍ତି ନିଆଯାଇପାରେ ବୋଲି ଶୁଣାଯାଉଛି। ୨୦୧୯ ମେ’ ୨୯ ତାରିଖରେ ଲଗାତର ପଞ୍ଚମ ଥର ପାଇଁ ନବୀନ ପଟ୍ଟନାୟକ ସରକାର ଗଠନ କରିଥିଲେ। ସରକାର ଗଠନର ପ୍ରଥମ ଦିନରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଥିଲା। ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବା ଲାଗି କ୍ୟାବିନେଟ୍‌ ନିଷ୍ପତ୍ତି ହୋଇଥିଲା। ଜଳ ସମ୍ପଦ, ରାଜସ୍ବ, ସାଧାରଣ ପ୍ରଶାସନ, ପଞ୍ଚାୟତିରାଜ, ଅର୍ଥ ଭଳି ବିଭାଗର କିଛି ପ୍ରସ୍ତାବ ଉପରେ ମୋହର ବାଜିବ ବୋଲି ସୂତ୍ରରୁ ଜଣାପଡିଛି।