Categories: ଜାତୀୟ

ମୋଦିଙ୍କୁ ଭଗବାନ ବୋଲି ମାନୁଥିବା ୧୦୪ ବର୍ଷୀୟ ବିଦେଶୀଙ୍କ ପରଲୋକ

ଗୁଆହାଟୀ,୧୫ ।୧୨: ଆସାମରେ ରବିବାର ସନ୍ଧ୍ୟାରେ ୧୦୪ ବର୍ଷୀୟ ଚନ୍ଦ୍ରହାର ଦାସଙ୍କ ମୃତ୍ୟୁ ହୋଇଛି । ହୃଦରୋଗ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଦୁଇ ବର୍ଷ ପୂର୍ବରୁ ସେ ବିଦେଶୀ ହୋଇଥିବାରୁ ୩ ମାସ ଜେଲରେ କାଟିଥିଲେ । ତାଙ୍କ ଝିଅ ନ୍ୟୁତି କହିଛନ୍ତି ୬ ମାସ ପୂର୍ବରୁ ଚନ୍ଦ୍ରହାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣର ଏକ ଭିଡିଓ ଦେଖି କହିଥିଲେ ମୋଦି ମୋ ଭଗବାନ । ସେ ସବୁକିଛି ଠିକ କରିଦେବେ । ନାଗରିକତା ଆଇନ ଆସିଯାଇଛି ଏବେ ଆମେ ସମସ୍ତେ ଭାରତୀୟ ହୋଇଯିବା । ଆସାମର ହିନ୍ଦୁ-ବଙ୍ଗାଳି ବହୁଳ ଅଞ୍ଚଳ ବରାକ ବୌଲିରେ ରୀହୁଥିବା ନ୍ୟୁତି କୁହନ୍ତି ମୋ ପିତା ଯେତେବେଳେ ସଡ଼କ ଉପରକୁ ଯାଉଥିଲେ ମୋଦିଙ୍କ ପୋଷ୍ଟର ଦେଖି ପ୍ରଣାମ କରୁଥିଲେ । କହୁଥିଲେ ଆଇନ ତ ଆସିଗଲା ଆମ କଥା କେବେ ଭଗବାନ ବୁଝିବେ । ଶେଷରେ ସେ ଭାରତୀୟ ନାଗରିକର ପରିଚୟ ନେଇ ମରିବାକୁ ଚାହୁଁଥିଲେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ କରିଥିଲେ । ଗୋଟିଏ କୋର୍ଟରୁ ଆଉ ଗୋଟିଏ କୋର୍ଟ ମଧ୍ୟ ଦୌଡିଥିଲେ ହେଲେ ଶେଷରେ ସେ ବିଦେଶୀ ରହିଗଲେ ଆମେ ବି ସେମିତି ରହି ଯାଇଛୁ । ଆଇନ ନଜରରେ ଏବେ ଆମେ ବିଦେଶୀ । ନାଗରିକ ସଂଶୋଧନ ଅଧିନିୟମ(ସିଏଏ) ଆସିଲା ସତ ହେଲେ ଆମପାଇଁ କିଛି କଲା ନାହିଁ ବୋଲି କୋହଭରା କଣ୍ଠରେ କହିଛନ୍ତି ନ୍ୟୁତି ।

Share