Posted inଖେଳ

ଭାରତୀୟ ଦଳ, ବିସିସିଆଇକୁ ସିଏର ପ୍ରଶଂସା

ମେଲବୋର୍ନ,୨୧।୧(ପି.ଟି.): ଭାରତର ଐତିହାସିକ ସିରିଜ ବିଜୟକୁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ପ୍ରଶଂସା କରିଛି। ଭାରତୀୟ ଦଳର ଲଢୁଆ ମନୋବୃତ୍ତି, ସାହସ ଓ କୌଶଳର ଗୁଣଗାନ କରିଛି ସିଏ। ଏଥିସହିତ ଏହି ହାଇପ୍ରୋଫାଇଲ ସିରିଜର ସୁପରିଚାଳନା ପାଇଁ ସିଏ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ତ୍ୟାଗକୁ ଭୂୟସୀ ପ୍ରଶଂସା କରିଛି।
ଅଜିଙ୍କ୍ୟ ରାହାନେଙ୍କ ନେତୃତ୍ୱରେ ଏକ ଦ୍ୱିତୀୟସ୍ତରର ଭାରତୀୟ ଦଳ ସବୁ ବାଧାବିଘ୍ନକୁ ପଛରେ ପକାଇ ଯେପରି ଗାବାରେ ବିଜୟୀ ହେଲା ଓ ୨-୧ରେ ସିରିଜ ହାତେଇଲା ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ। ବର୍ଡର ଗାଭାସ୍କର ଟ୍ରଫି ବଜାୟ ରଖିଥିବାରୁ ସିଏ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛି। ଏହି ବିଜୟ ଆଗାମୀ ପିଢି ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ସିଏ ବିସିସିଆଇକୁ ତା’ର ଧନ୍ୟବାଦ ପତ୍ରରେ ଉଲ୍ଲେଖ କରିଛି। ସିଏ ମଧ୍ୟବର୍ତ୍ତିକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ନିକ୍‌ ହୋକ୍‌ଲି ଓ ଅଧ୍ୟକ୍ଷ ଅର୍ଲ ଏଡିଙ୍ଗ୍ସ ଲେଖିଛନ୍ତି। କୋଭିଡ୍‌-୧୯ର ପ୍ରକୋପ ସତ୍ତ୍ୱେ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ବିସିସିଆଇ ଏହି ସିରିଜକୁ ସଫଳତାର ସହ ସମ୍ପନ୍ନ କରାଇବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲା ଓ ଏହା ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ସିଏର ଅଧିକାରୀ ଦ୍ୱୟ ଏହି ଚିଠିରେ ଉଲ୍ଲେଖ କରିଛନ୍ତି।
ଏହି ବନ୍ଧୁତ୍ୱ, ବିଶ୍ୱାସ ଓ ପ୍ରତିବଦ୍ଧତା ପାଇଁ ବିସିସିଆଇଠାରେ ଆମେ ଋଣୀ ହୋଇ ରହିବୁ ବୋଲି ସିଏ ତରଫରୁ କୁହାଯାଇଛି। ସାରା ବିଶ୍ୱରେ କ୍ରିକେଟ ପ୍ରଶଂସକ ଏହି ଟେଷ୍ଟ ସିରିଜକୁ ନେଇ ଉତ୍କଣ୍ଠା ପ୍ରକାଶ କରିବା ସହ ଉପଭୋଗ କରିଛନ୍ତି। କୋଭିଡ୍‌-୧୯ ସମୟରେ ଏଭଳି ଏକ କ୍ୱାଲିଟି ସିରିଜ ସଫଳତାର ସହ ଆୟୋଜନ ହେବା ନିଶ୍ଚିତ ଭାବେ ଏକ ବଡ଼ କଥା ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। କରୋନ ପାଇଁ ଆମ ଆଗରେ ଏକାଧିକ ଚ୍ୟାଲେଞ୍ଜ ରହିଥିଲା। ଏହାକୁ ସଫଳତାର ସହ ସାମ୍ନା କରାଯାଇଛି। ଏଥିପାଇଁ ଭାରତୀୟ ଖେଳାଳି, ସପୋର୍ଟ ଷ୍ଟାଫ୍‌ ଓ କୋଚ୍‌ମାନଙ୍କୁ କୃତଜ୍ଞତା ଜଣାଉଛୁ। ଗତ ୯ ସପ୍ତାହ ହେବ ବିଭିନ୍ନ କଟକଣାରେ ମଧ୍ୟ ଦୁଇ ଦଳ ଦିନିକିଆ, ଟି୨୦ ଓ ଟେଷ୍ଟ ସିରିଜ ଖେଳିବା ସମ୍ପୂର୍ଣ୍ଣ କରିଛନ୍ତି। ଏହି ଗସ୍ତ ସୁପରହିଟ୍‌ ହୋଇଛି ଓ ଏଥିରେ ବିସିସିଆଇର ଭୂମିକା ଉଲ୍ଲେଖନୀୟ। ଆର୍ଥିକ ଭାବେ ସଂଘର୍ଷ କରୁଥିବା ସିଏ ଏହି ସିରିଜ ଆୟୋଜନ କରି ନିଜର ସ୍ଥିତି ସମ୍ଭାଳିବାରେ ସଫଳ ହୋଇଛି। ଏଥିସହ ସିଏ ୩୦୦ ମିଲିୟନ ଅଷ୍ଟ୍ରେଲିଆନ୍‌ ଡଲାର ଉପାର୍ଜନ କରିଛି। ବର୍ଣ୍ଣବୈଷମ୍ୟ ଆକ୍ଷେପକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟ ସିରିଜକୁ ପ୍ରଭାବିତ କରିପାରି ନ ଥିଲା। ସବୁ ପ୍ରକାର ଚ୍ୟାଲେଞ୍ଜକୁ ସାମ୍ନା କରିବାରେ ବିସିସିଆଇର ସହଯୋଗ ଓ ଭୂମିକାକୁ ଆମେ ପ୍ରଶଂସା ନ କରି ରହିପାରୁନାହୁଁ ଓ ବିସିସିଆଇର ଏଥିରେ ବହୁତ ତ୍ୟାଗ ରହିଛି। ଏହାକୁ ଆମେ କେବେ ଭୁଲିବୁ ନାହୁଁ ବୋଲି ସିଏ ତରଫରୁ କୁହାଯାଇଛି। ସିରିଜକୁ ସଫଳ କରାଇବାରେ ସରକାର, ସ୍ବାସ୍ଥ୍ୟ ଅଧିକାରୀ, ଭେନ୍ୟୁ, ବ୍ରଡକାଷ୍ଟ, କମର୍ସିଆଲ ପାର୍ଟନର, କ୍ରିକେଟ ଆସୋସିଏଶନ, ଖେଳାଳି, ମ୍ୟାଚ୍‌ ଅଫିସିଆଲ, ସପୋର୍ଟ ଷ୍ଟାଫଙ୍କୁ ସିଏ ଧନ୍ୟବାଦ ଜଣାଇଛି। ଉଲ୍ଲେଖଥାଉ କି, ଦୁଇମାସ ପୂର୍ବରୁ ଭାରତର ଏହି ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ ହୋଇଥିଲା। ଦିନିକିଆ ସିରିଜରେ ଭାରତ ୧-୨ରେ ପରାସ୍ତ ହୋଇଥିବା ବେଳେ ଟି୨୦ ସିରିଜକୁ ୨-୧ରେ ଓ ଟେଷ୍ଟ ସିରିଜକୁ ୨-୧ରେ ହାତେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri