Posted inଜାତୀୟ

ଗର୍ଭବତୀଙ୍କୁ ହତ୍ୟାକଲେ ସିଏ ସ୍ବାମୀ, ପୋଲିସରୁ କହିଲେ ମିଛ କାହାଣୀ

ଚଣ୍ଡିଗଡ଼,୧୯।୨: ସ୍ବାମୀ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ) ଏବଂ ସ୍ତ୍ରୀ ହେଉଛନ୍ତି ଜଣେ ବ୍ୟାଙ୍କ ଅଧିକାରୀ। ସେମାନଙ୍କ ବିବାହକୁ ମାତ୍ର ୪ ମାସ ପୂରିଛି । ହେଲେ ଭାଲେଣ୍ଟାଇନ୍ସ ଡେ’ ପାଳନ କରିବା ପରେ ଏହି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସ୍ବାମୀ ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କୁ ହତ୍ୟା କରିବା ଘଟଣା ବିଭିନ୍ନ ମହଲରେ ଆଲୋଚନାର ବିଷୟ ହୋଇଛି। ହରିୟାଣା ଝାଜର୍‌ ଜିଲାରେ ଏଭଳି ଜଘନ୍ୟ କାଣ୍ଡ ଘଟିଛି।

୪ ମାସ ତଳେ ଚାର୍ଟାଡର୍ର୍ ଆକାଉଣ୍ଟାଣ୍ଟ ଅଂଶୁଲ ଧାଓ୍ବନ୍‌ ମେହକ୍‌ ଧାଓ୍ବନ୍‌ଙ୍କୁ ବିବାହ କରିଥିଲେ। ୨୭ ବର୍ଷୀୟା ଅଂଶୁଲ ଏକ ବ୍ୟାଙ୍କରେ ଚାକିରି କରିଥିଲେ। ସେ ଦୁଇ ମାସର ଗର୍ଭବତୀ ହୋଇଥିଲା ବେଳେ ନିକଟରେ ନିଜ ବାପାଙ୍କ ଘରକୁ ଯାଇଥିଲେ। ଗତ ରବିବାର ମେହକ୍‌ ଅଂଶୁଲଙ୍କୁ ଧରି ଗୁରୁଗ୍ରାମ ଆସୁଥିଲା ବେଳେ ବାଦ୍‌ଲି ଗ୍ରାମ ନିକଟରେ ତାଙ୍କୁ ହତ୍ୟା କରିଥିଲେ। କିନ୍ତୁ ପୋଲିସକୁ ସେ ବିଭ୍ରାନ୍ତକରି ଭୁଲ୍‌ କଥା କହିଥିଲେ।

ସେମାନେ ଆସୁଥିଲା ବେଳେ କେତେଜଣ ଦୁର୍ବୃତ୍ତ ତାଙ୍କ ଗାଡି ଅଟକାଇ ଅଂଶୁଲଙ୍କ ଉପରେ ଆକ୍ରମଣ କରି ତାଙ୍କ ଗହଣା ଏବଂ ଗାଡ଼ି ନେଇଯାଇଥିଲେ ବୋଲି ମେହକ୍‌ ପୋଲିସ ନିକଟରେ କହିଥିଲେ। ଏଥିରେ ଅଂଶୁଲଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇଥିଲେ। ହେଲେ କେତେଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଏବଂ ପାରିପାର୍ଶ୍ୱିକ ପ୍ରମାଣକୁ ନେଇ ପୋଲିସ ସନ୍ଦେହ କରି ମେହକ୍‌ଙ୍କୁ ପଚରାଉଚରା କରିବା ପରେ ମେହକ୍‌ ସତକଥା କହିବାକୁ ବାଧ୍ୟ ହୋଇଥିଲେ। ସେ ହିଁ ଅଂଶୁଲଙ୍କୁ ମାରିଥିବା ସ୍ବୀକାର କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇତହାସ ରଚିଲା ଭାରତ: ବିଶ୍ୱର ପ୍ରଥମ ଦଳ ଭାବେ କଲା ଏମିତି କାରନାମା

ଅହମ୍ମଦାବାଦ,୧୯।୨: ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଅହମ୍ମଦାବାଦରେ ନେଦରଲାଣ୍ଡ୍ସକୁ ପରାସ୍ତ କରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଭାରତ। ଟିମ ଇଣ୍ଡିଆ…

ଆଜିଠୁ ମାଟ୍ରିକ ପରୀକ୍ଷା, ସ୍ଥିତି ପରଖିଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୯ା୨(ଦିଲ୍ଲୀପ ସାମଲ): ଗୁରୁବାରଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ମାତୃଭାଷାରେ ପରୀକ୍ଷା ଦେଲେ ଛାତ୍ରୀଛାତ୍ର । ସକାଳ ୯…

ନାନା ସମସ୍ୟା ଦେଇ ଗତି କରୁଛି ବଳରାମପୁର ଗାଁ, ଅଭିଯୋଗ କରି ଗ୍ରାମବାସୀ…

ଗଞ୍ଜାମ,୧୯ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଖଣ୍ଡଦେଉଳି ପଞ୍ଚାୟତ ବଳରାମପୁର ଗ୍ରାମ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ରାସ୍ତାଘାଟଠାରୁ ଆରମ୍ଭ କରି ବହୁ କ୍ଷେତ୍ରରେ ଅବହେଳିତ ହୋଇରହିଛି।…

କରଡ଼ା ଘାଟିରେ ଦୁର୍ଘଟଣା: ନିୟନ୍ତ୍ରଣ ହରାଇ ୫୦ ଫୁଟ ଗାତକୁ ଖସିଲା ଟ୍ରକ

ରାଇକିଆ,୧୯।୨(ପ୍ରଦୀପ ବେହେରା)- କନ୍ଧମାଳ ଜିଲା ରାଇକିଆ ବ୍ଳକର କରଡ଼ା ଘାଟିଠାରେ ନିୟନ୍ତ୍ରଣ ହରାଇ ଏକ ମହୁଲ ବୋଝେଇ ଟ୍ରକ ଘାଟିର ୫୦ ଫୁଟ ଘାଟି ତଳକୁ ଖସିଯାଇଛି।…

୧୫ ବର୍ଷ କ୍ୟାରିଅରର ଅନ୍ତ, 30 ବର୍ଷ ବୟସରେ ଅବସର ଘୋଷଣା କଲେ ଏହି ଖୋଳାଳି

ନୂଆଦିଲ୍ଲୀ,୧୯ା୨: ନ୍ୟୁଜିଲାଣ୍ଡ ମହିଳା କ୍ରିକେଟରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ଜଣେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଲରେନ୍ ଡାଉନ୍ କ୍ରିକେଟରୁ…

ମାଓବାଦୀଙ୍କୁ ଧରାଇଦେଲେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ପୁରସ୍କାର: ମାର୍ଚ୍ଚ ୩୧ ଡେଡ୍‌ଲାଇନ

ନୂଆଦିଲ୍ଲୀ,୧୯ା୨ (ପିଟି/ଏଜେନ୍ସି):୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଭାରତକୁ ମାଓବାଦମୁକ୍ତ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଥିବାବେଳେ ଉକ୍ତ ଡେଡ୍‌ଲାଇନ୍‌ ପାଖେଇ ଆସିଲାଣି। ଏହି ପରିପ୍ରେକ୍ଷୀରେ ସୁରକ୍ଷା ବଳର…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣଙ୍କ ଜୀବନ ଗଲା: ତଦନ୍ତ ଆରମ୍ଭ

ପଟ୍ଟାଙ୍ଗି,୧୯।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ଅଧିନସ୍ଥ ପାଟଖଣ୍ଡା ଦେବତା ନିକଟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ…

ଟ୍ରେଲରକୁ ପଛପଟୁ ଧକ୍କା ଦେଲା ଟିପର, ଚାଳକ ଗୁରୁତର

ପରଜଙ୍ଗ,୧୯ା୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥର ପରଜଙ୍ଗ ବାଇପାସ୍ ରାସ୍ତାରେ ଦୁର୍ଘଟଣା । ଗୁରୁବାର ଭୋର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri