Posted inଖେଳ

ସି.କେ. ନାଇଡୁ ଟ୍ରଫି: ଝାଡ଼ଖଣ୍ଡ ୯ ଉଇକେଟରେ ବିଜୟୀ

ସମ୍ବଲପୁର,୧୮ା୧(ବି.ଶଙ୍କର): ଓଡ଼ିଶା ଓ ଝାଡ଼ଖଣ୍ଡ ଦଳ ମଧ୍ୟରେ ସମ୍ବଲପୁରସ୍ଥିତ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଚାଲିଥିବା ୨୩ ବର୍ଷରୁ କମ୍‌ ସର୍ବଭାରତୀୟ କର୍ନେଲ ସି.କେ. ନାଇଡୁ ଟ୍ରଫି କିକେଟ ମ୍ୟାଚ୍‌ରେ ଓଡ଼ିଶାକୁ ୯ ଉଇକେଟରେ ହରାଇଛି ଝାଡ଼ଖଣ୍ଡ। ଚତୁର୍ଥ ତଥା ଅନ୍ତିମ ଦିନରେ ଝାଡ଼ଖଣ୍ଡ ଦଳକୁ ମାତ୍ର ୪୨ ରନର ଆବଶ୍ୟକତା ଥିଲା। ଦଳ ୮.୨ ଓଭରରେ ୧ ଉଇକେଟ ହରାଇ ୪୬ରନ ସଂଗ୍ରହକରି ବିଜୟୀ ହୋଇଥିଲା। ଏହି ଦଳର ରବିନ ମିଞ୍ଜ ୨୩ ବଲରେ ୨୭ ରନ୍‌ କରି ପାଭିଲିୟନ ଫେରିଥିଲେ। ଏଥିରେ ୧ ଚୌକା ଓ ୩ ଛକା ରହିଛି। ଅନ୍ୟ ବ୍ୟାଟ୍ସମ୍ୟାନ ଶିଖିର ମୋହନ ୧୩ ଓ ସତ୍ୟା ସେଟୁ ୬ରନ କରି ଅପରାଜିତ ଥିଲେ। ଓଡ଼ିଶାର ରିତେଶ ପ୍ରିୟରଞ୍ଜନ ୧.୨ ଓଭର ବୋଲିଂ କରି ୫ରନ ବିନିମୟରେ ୧ ଉଇକେଟ ଅକ୍ତିଆର କରିଥିଲେ। ଫଜିଲ ମହମ୍ମଦ ମ୍ୟାଚ ରେଫରି ରହିଥିବା ବେଳେ ତାମିଲନାଡୁର ରାକେଶ ରାଘବନ ଓ ରାୟପୁରର ବିକାଶ ଭଟ୍ଟ ଅମ୍ପାୟରିଂ କରିଥିଲେ। ସୂଚନାଯୋଗ୍ୟ, ଗତ ୧୪ ତାରିଖରୁ ମ୍ୟାଚ ଆରମ୍ଭ ହୋଇଥିଲା। ଓଡ଼ିଶା ଦଳ ପ୍ରଥମ ଇନିଂସରେ ସମସ୍ତ ଉଇକେଟ ହରାଇ ମାତ୍ର ୧୬୮ ରନ କରିଥିଲା ା ସେହିପରି ଝାଡ଼ଖଣ୍ଡ ଦଳ ୧୦୮.୨ ଓଭରରେ ୩ ଉଇକେଟ ହରାଇ ୪୮୭ ରନ କରି ପାଳି ଘୋଷଣା କରିଥିଲା। ଓଡ଼ିଶା ଦଳ ଦ୍ୱିତୀୟ ପାଳି ବ୍ୟାଟିଂକରି ୧୧୮.୪ ଓଭରରେ ସମସ୍ତ ଉଇକେଟ ହରାଇ ୩୬୧ ରନ କରିଥିଲା। ଆୟୋଜକ ସମ୍ବଲପୁର ଜିଲା କ୍ରୀଡ଼ା ସଂଘ ଉପସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନଙ୍କ ପରିଚାଳନାରେ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ହୋଇଥିଲା। ହିଣ୍ଡାଲ୍‌କୋ ସିଏସ୍‌ଆର୍‌ ମୁଖ୍ୟ ବିଘ୍ନେଶ୍ୱର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲା କ୍ରୀଡ଼ା ସଂଘ ସାଧାରଣ ସମ୍ପାଦକ ସୁନୀଲ କୁମାର ସାହୁ ଅତିଥିଙ୍କୁ ସ୍ବାଗତ କରିଥିବାବେଳେ କ୍ରିକେଟ ସମ୍ପାଦକ ଅବିନାଶ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଆଥ୍‌ଲେଟିକ ସମ୍ପାଦକ ବିକାଶ କୁମାର ମିଶ୍ର, ଫୁଟ୍‌ବଲ ସମ୍ପାଦକ ଅବଦୁଲ ଗଫାର, ଖେଳ ସମ୍ପାଦକ ରାଜେଶ ସେଠ, କାଉନସିଲ ସଭ୍ୟ ପଦ୍ମନାଭ ନାଏକ, ରତିକାନ୍ତ ମହାନ୍ତି, ଲକ୍ଷ୍ମୀଚନ୍ଦ୍ର ମହାକୁର, ଶାନ୍ତନୁ ନନ୍ଦ, ମହମ୍ମଦ ଇସାକ, ମନୋଜ ଭୋଇ ପ୍ରମୁଖ ମ୍ୟାଚ୍‌ ପରିଚାଳନାରେ ସହଯୋଗ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

୧୮ ବର୍ଷରେ ପଦାର୍ପଣ କଲା IPL: ଯେଉଁ ମଇଦାନରେ ଖେଳାଯାଇଥିଲା ପ୍ରଥମ ମ୍ୟାଚ, ଆଜି ସେଠି ଲେଖାଯିବ ଇତିହାସ

ନୂଆଦିଲ୍ଲୀ,୧୮।୪: ଇଣ୍ଡିଆନ ପ୍ରିମିୟର ଲିଗ ଆଜି ୧୮ ବର୍ଷ ପୂରଣ କରୁଛି। ଏହି ଲିଗ ଏପ୍ରିଲ ୧୮, ୨୦୦୮ରେ ଆରମ୍ଭ ହୋଇଥିଲା। ଲିଗ୍‌ର ପ୍ରଥମ ମ୍ୟାଚ ବେଙ୍ଗାଲୁରୁର…

ଘରେ ପଶି ନେଇଥିଲେ ନଗଦ ଟଙ୍କା,ସୁନା ଛାଡ଼ି ନଥିଲେ ବି ଲୁଗା: ଘଟଣାର ୪ ମାସ ପରେ ପର୍ଦ୍ଦାଫାଶ

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ଗ୍ରାମର ଏନ. ରାଜିୟା ରେଡ୍ଡୀଙ୍କ ଘରେ ପଶି ନଗଦ ୬୦ ହଜାର ଟଙ୍କା,…

ଅତିରିକ୍ତ ଜିଲାପାଳ ତଦାରଖ କଲେ ଜନଗଣନା କାର୍ଯ୍ୟ: ଘର ଘର ବୁଲି କଲେ…

ଗଞ୍ଜାମ,୧୮।୪(ବିଦ୍ୟାଧର ସାହୁ ): ଜନଗଣନା ଚାଲିଥିବାବେଳେ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳରେ ମଧ୍ୟ ଏହା ଜାରି ରହିଛି l ଏଥିରେ ସ୍କୁଲ ଶିକ୍ଷୟିତ୍ରୀ/ଶିକ୍ଷକମାନେ ନିୟୋଜିତ ଅଛନ୍ତି। ଠିକ ଭାବେ…

ବନ୍ଦ ହୋଇଯିବ ହର୍ମୁଜ ପ୍ରଣାଳୀ? ଫେରିଗଲା ୨୧ ଜାହାଜ, ଇରାନ ଦେଲା ବଡ଼ ଓ୍ବାର୍ଣ୍ଣିଂ

ତେହରାନ,୧୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସମୟସୀମା ନିକଟତର ହେବା ସହିତ, ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇବା ଆରମ୍ଭ…

କାମ କରୁଥିବା ବେଳେ ପଡ଼ିଲେ ତଳେ: ଅଂଶୁଘାତରେ  ମୃତ୍ୟୁ ସନ୍ଦେହ

ସମ୍ବଲପୁର,୧୮।୪(ପ୍ରମୋଦ ବହିଦାର): ସମ୍ବଲପୁର ସହର ସମେତ ସମଗ୍ର ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଶନିବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଅଂଶୁଘାତ ସନ୍ଦେହ କରାଯାଉଛି।…

ବନ୍ତରୁ ଉଦ୍ଧାର ହେଲା ଅତି ବିରଳ ସାପ: ଚିକିତ୍ସା ପାଇଁ ଯିବ ନନ୍ଦନକାନନ

ବନ୍ତ,୧୮।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ବ୍ଲକ ଛୟାଳସିଂ ହରିଜନ ସାହିରୁ ଏକ ଅତି ବିରଳ ରଙ୍ଗର ସାପକୁ ଶୁକ୍ରବାର ଅପରାହ୍ନରେ ଉଦ୍ଧାର କରାଯାଇଛି। ହଳଦିଆ…

ଇରାନ ସହ କଥା ହେବା ମଧ୍ୟରେ ପୁଣି ଧମକ ଦେଲେ ଟ୍ରମ୍ପ, କହିଲେ ବୁଧବାର ସୁଦ୍ଧା ଡିଲ ନ ହେଲେ…

ଓ୍ବାଶିଂଟନ,୧୮।୪: ଇରାନ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଛନ୍ତି ଯେ ବର୍ତ୍ତମାନର ଯୁଦ୍ଧବିରତି ଅଧିକ ଦିନ ପର୍ଯ୍ୟନ୍ତ ରହିପାରିବ…

ପ୍ରାଇଭେଟ୍‌ ଚାକିରିଆଙ୍କ ପାଇଁ ଦୁଃଖ ଖବର! ନୂଆ ଲେବର କୋଡ୍‌ ଯୋଗୁ ଦରମାରୁ କଟିଯିବ ଏତେ ଟଙ୍କା…

ନୂଆଦିଲ୍ଲୀ,୧୮।୪: କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ନୂଆ ଲେବର କୋଡ୍ (New Labour Code) ଅଧୀନରେ ବେସରକାରୀ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଅନେକ ନୂତନ ନିୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri