Categories: ଜାତୀୟ

ପାଇଲଟ୍‌ଙ୍କୁ ଭେଟିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ଭୋପାଳ,୨୮।୧୦: କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଚିନ ପାଇଲଟ ଭାଜପା ଏମ୍‌ପି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିଛନ୍ତି। ଏହାକୁ ନେଇ ରାଜନୀତି ଜୋର ଧରିଛି। ମଧ୍ୟ ପ୍ରଦେଶ ବିଧାନସଭା ଉପନିର୍ବାଚନ ପାଇଁ ପାଇଲଟ ମଧ୍ୟପ୍ରଦେଶର ଗ୍ବାଲିଅରକୁ ପ୍ରଚାର ପାଇଁ ୍‌ସିନ୍ଧିଆଙ୍କୁ ଭେଟିଥିଲେ। ତେବେ ଉଭୟଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି ତାହା ଜଣାପଡ଼ିନି। ରାଜସ୍ଥାନର କଂଗ୍ରେସ ନେତା ସଚିନ ପାଇଲଟଙ୍କର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ବିବାଦ କାହାକୁ ଅଛପା ନାହିଁ। ଏବେ ପାଇଲଟ୍‌ ସିନ୍ଧିଆଙ୍କୁ ଭେଟିବାକୁ ନେଇ ରାଜନୀତି ସରଗରମ ହୋଇଛି। ସୂଚନାଯୋଗ୍ୟ, ଗତ ମାର୍ଚ୍ଚରେ କଂଗ୍ରେସ ଛାଡ଼ି ଭାଜପାରେ ଯୋଗ ଦେଇଥିଲେ।

Share