Categories: ଖେଳ

ଅଲିମ୍ପିକ୍ସ ପୂର୍ବରୁ ପ୍ରି କ୍ୱାର୍ଟରରେ ୪ ଭାରତୀୟ ବକ୍ସର

ଟୋକିଓ,୨୨।୭: ଜାପାନର ରାଜଧାନୀରେ ଶୁକ୍ରବାର ଆରମ୍ଭ ହେବାକୁ ଯାଉଛି ଟୋକିଓ ଅଲିମ୍ପିକ୍ସ। ଏହି କ୍ରୀଡ଼ା ମହାକୁମ୍ଭ ହେବା ଆଗରୁ ୪ ଭାରତୀୟ ବକ୍ସର ବାୟ ପାଇ ପ୍ରି କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ଟପ୍‌ ସିଡ୍‌ ଓ ବିଶ୍ୱର ନଂ ୧ ଅମିତ୍‌ ପାଙ୍ଘଲ (୫୨ କେଜି)। ପଦକ ପାଇଁ ପ୍ରବଳ ଦାବିଦାର ପାଙ୍ଘଲ ୩୧ ତାରିଖରେ ରିଙ୍ଗକୁ ଓହ୍ଲାଇବେ। ତେବେ ସେ କ୍ୱାର୍ଟର ଫାଇନାଲରେ କାହାକୁ ଭେଟିବେ, ତାହା ଜଣାପଡ଼ି ନାହିଁ। ବୋଟସ୍ବାନାର ମହମ୍ମଦ ରାଜବ ତୁକିଲା ଓ କଲମ୍ବିଆର ଯୁବେରଜେନ ହେର୍ନି ମାର୍ଟିନେଜଙ୍କ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ର ବିଜେତାଙ୍କୁ ଭେଟିବେ ଅମିତ୍‌। ତାଙ୍କ ବ୍ୟତୀତ ପୂର୍ବତନ ଅଲିମ୍ପିକ୍‌ ପଦକଧାରୀ ଏମ୍‌ ସି ମେରୀକମ୍‌(୫୧ କେଜି), ପୂର୍ବତନ ଏସିଆନ ଗେମ୍ସ ବ୍ରୋଞ୍ଜ ପଦକଧାରୀ ସତିଶ କୁମାର (୯୧ କେଜି) ଓ ଆଶିଷ ଚୌଧାରୀ (୭୫ କେଜି) ନିଜ ନିଜ ପ୍ରଥମ ରାଉଣ୍ଡରେ ବାୟ ପାଇଛନ୍ତି।

Share