Posted inଫୁରସତ

ଲକ୍ଷେ ଥର ରାମ ରାମ ଲେଖି ଯୁବତୀ ଆଙ୍କିଲେ ରାମ, ଲକ୍ଷ୍ମଣ, ସୀତାଙ୍କ ଚିତ୍ର, ଭିଡିଓ ଦେଖିଲେ…

ଆପଣ ନିଶ୍ଚିତ ପ୍ରକାରର କଳା ଏବଂ ଭକ୍ତି ଦେଖିଥିବେ। କିନ୍ତୁ ଏମିତି ଜଣେ ଯୁବତୀ ଯିଏ କି ଭଗବାନ ରାମଙ୍କୁ ଭକ୍ତି କରି ପ୍ରଭୁଙ୍କ ନାମକୁ ଲକ୍ଷେ ଥର ଲେଖି ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ  ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଯୁବତୀ ଜଣଙ୍କ ଲକ୍ଷେରୁ ଅଧିକ ଥର ପ୍ରଭୁ ରାମଙ୍କ ନାମ ନେଇ ଜବରଦସ୍ତ କଳାକୃତି ପ୍ରଦର୍ଶନ କରିଛନ୍ତି।

ଅବସରପ୍ରାପ୍ତ ଏୟାର ମାର୍ଶଲ ଆଭିଏଟର ଅନିଲ ଚୋପ୍ରା ନିଜ ଟୁଇଟରରେ ପ୍ରଭୁ ରାମଙ୍କ ସାହାଯ୍ୟରେ ଫଟୋ ଆଙ୍କୁଥିବା ଯୁବତୀଙ୍କ ଭିଡିଓକୁ ଶେୟାର କରିଛନ୍ତି। ଯୁବତୀ ଜଣକ ରାମଙ୍କ ନାମ ୧୦,୦୦୧୧ ଲକ୍ଷ ଥର ଲେଖିଥିଲେ। ରାମ, ସୀତା, ଲକ୍ଷ୍ମଣ ଏବଂ ହନୁମାନଙ୍କ ଏପରି ଫଟୋ ଆଙ୍କିଛନ୍ତି, ଯାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏମିତି କଳାକୃତି ଆଗରୁ କେବେ ବି ଦେଖି ନ ଥିବେ।

ଭାଇରାଲ ଭିଡିଓରେ ଯୁବତୀ ରଙ୍ଗୀନ କଲମ ସହିତ ଧଳା କାଗଜରେ ପ୍ରଭୁ ରାମଙ୍କ ନାମ ଲେଖୁଛନ୍ତି। ଭିଡିଓରେ ଦେଖାଯାଉଛି ଯୁବତୀ  ପେନ୍‌ସିଲ ଦ୍ୱାରା ଅଙ୍କାଯାଇଥିବା ଫଟୋରେ ବିଭିନ୍ନ ରଙ୍ଗରେ ରାମ ରାମ ଲେଖୁଥିବା ଦେଖିବାକୁ ମିଳିଛି। ଯେତେବେଳେ ତାଙ୍କର ଲେଖା ଶେଷ ହୁଏ। ସେତେବେଳେ ପ୍ରଭୁ ରାମ, ସୀତା, ଲକ୍ଷ୍ମଣ ଏବଂ ହନୁମାନଙ୍କ ସହିତ ଯାହା ଏତେ ଆକର୍ଷଣୀୟ ଥିଲା। କେବଳ ରାମ ନାମରେ ପ୍ରଭୁଙ୍କ ପ୍ରତିମୂର୍ତ୍ତି ତିଆରି କରିବା ସହଜ ନୁହେଁ। ଏହା କଠିନ ପରିଶ୍ରମ କରିବା ସହିତ ଧୈର୍ଯ୍ୟ ଆବଶ୍ୟକ କରେ, ଯାହା ଯୁବତୀ ଜଣକ କରି ଦେଖାଇଛନ୍ତି। ଏହା ନିଶ୍ଚିତ ଭାବରେ ରାମଙ୍କ ଭକ୍ତିର ପ୍ରଭାବ ଥିଲା, ଯେ ତାଙ୍କ ମୁହଁରେ କୌଣସି ଥକ୍କା ଭାବ ନ ଥିଲା। ସେଥିପାଇଁ ସେ ଭଗବାନ ରାମଙ୍କ ସହ ମା’ ସୀତା, ଲକ୍ଷ୍ମଣ ଏବଂ ହନୁମାନଙ୍କ ଏପରି ସୁନ୍ଦର ଫଟୋ ନିର୍ମାଣ କରିଛନ୍ତି।

ଭିଡିଓ ଦେଖିବା ପରେ ସମସ୍ତେ ଏହି କଳାକାର ଝିଅଙ୍କର ପ୍ରଶଂସା କରୁଛନ୍ତି। ଲୋକମାନେ ତାଙ୍କ ଧୈର୍ଯ୍ୟକୁ ମଧ୍ୟ ପ୍ରଶଂସା କରୁଛନ୍ତି, ଯିଏ ରାମଙ୍କ ନାମ ୧୦୦୦୦୦ରୁ ଅଧିକ ଥର ଲେଖିଛନ୍ତି। ଏପରି ଚମତ୍କାର ଫଟୋ କରିଛନ୍ତି। ଅନେକ ୟୁଜର ରାମଙ୍କର ଏହି ଚିତ୍ରକୁ ଅଯୋଧ୍ୟାରେ ସ୍ଥାପନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଜଣେ ୟୁଜର କହିଛନ୍ତି, ଏହାକୁ ଫ୍ରେମ୍‌ କରି ଅଯୋଧ୍ୟାରେ ରଖିବା ଉଚିତ୍‌। ମୁଁ ତାଙ୍କ ଧୈର୍ଯ୍ୟକୁ ସମ୍ମାନ କରୁଛି। ଏହା ବହୁତ ଭଲ କାମ। ସେହି ସମୟରେ, ଅନ୍ୟ ଜଣେ ୟୁଜର ଲେଖିଛନ୍ତି। ଏହି ମନ୍ତ୍ର ଲେଖିବା ଜପ କରିବା ଅପେକ୍ଷା ଅଧିକ ପ୍ରଭାବଶାଳୀ।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଗସ୍ତରେ ପ୍ରଭାତୀ ପରିଡ଼ା, ବାପାଙ୍କ ଅଧୁରା କାମକୁ ସମ୍ପୂର୍ଣ କରିବି କହି….

କେସିଙ୍ଗା,୯।୨(ତୁମେଶ୍ୱର୍ ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  । ଭୁବନେଶ୍ବରରୁ ବିବାନ ଯୋଗେ ଉତ୍କେଲା ଏୟାର ଷ୍ଟିପରେ ସୋମବାର ପୂର୍ବାହ୍ନ ୧୦.୩୦…

ଉକୁଣୀ ନେଲା କୁନି ଝିଅର ଜୀବନ, ଖପୁରୀକୁ ଆକ୍ରାନ୍ତ କରି…

ପୁରୀ,୯।୨: ପୁରୀ ଜିଲା ବଳଙ୍ଗା ଥାନା ଅନ୍ତର୍ଗତ ଚମ୍ପାଗଡ଼ ସାହିରେ ଏକ ଅଜବ ଘଟଣା ଘଟିଛି। ଉକୁଣୀ ପାଇଁ ୧୨ ବର୍ଷିୟା କୁନି ଝିଅର ମୃତ୍ୟୁ ହୋଇଛି।…

ପାକିସ୍ତାନକୁ ୪୪୦ ଭୋଲ୍ଟର ଝଟ୍‌କା ଦେଲା ICC: ସବୁ ସର୍ତ୍ତ ପ୍ରତ୍ୟାଖାନ

ନୂଆଦିଲ୍ଲୀ,୯।୨: ଟି୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ମ୍ୟାଚ ପାଖେଇ ଆସୁଛି। ଏହା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (PCB)…

ପଞ୍ଜାବରେ ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା

ଚଣ୍ଡିଗଡ଼,୯।୨: ପଞ୍ଜାବର ‘ଉସ୍ମା ଲ’ କଲେଜରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କଲେଜ ଭିତରେ ସମସ୍ତଙ୍କ ସମ୍ମୁଖରେ ଜଣେ ଆଇନ ଛାତ୍ରୀଙ୍କୁ ଗୁଳି କରି ହତ୍ୟା…

ହଠାତ୍‌ ବିଗିଡିଲା ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ,୯।୨:ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଚିକିତ୍ସା ପାଇଁ ପୁଣେର ରୁବି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଜିତ ପାୱାରଙ୍କ ମୃତ୍ୟୁ ପରେ, ଶରଦ ପାୱାର…

ଭୂତଳ ଜଳରେ ୟୁରାନିୟମ

ଦ୍ରୁତ ସହରୀକରଣ, ଶିଳ୍ପାୟନ ତଥା ସଘନ କୃଷି ସହିତ ତାଳଦେଇ ବଢ଼ି ଚାଲିଛି ସମଗ୍ର ପୃଥିବୀରେ ଜଳ ପ୍ରଦୂଷଣ, ବିଶେଷ କରି ନଦୀ ଜଳ। ଏଣୁ ଅଧିକରୁ…

୩୦୮୨ ସେଣ୍ଟରରେ ହେବ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,୯।୨: ଫେବ୍ରୁଆରୀ ୧୯ରୁ ମାଟ୍ରିକ ପରୀକ୍ଷା। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ରାଜ୍ୟର ୩୦୮୨ ସେଣ୍ଟରରେ ମାଟ୍ରିକ ପରୀକ୍ଷା…

ମୋହନା ମେଡିକାଲ ଇନ୍‌ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ

ମୋହନା,୯ା୨(ମନ୍ମଥ ମିଶ୍ର): ମୋହନା ମେଡିକାଲ ଇନ୍‌ଚାର୍ଜଙ୍କୁ ଘରେ ତାଲା ପକାଇଲେ ଆଶାକର୍ମୀ । ୨୦୦ରୁ ଅଧିକ ଆଶା କର୍ମୀ ଧାରଣାରେ ବସିଛନ୍ତି । ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri