ବାଟ ଛାଡ଼ିଲେ ଶିନ୍ଦେ: ଏବେ ମହାରାଷ୍ଟ୍ରରେ ହେବ ଅସଲ ଖେଳ

ମୁମ୍ବାଇ,୨୮ା୧୧:ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ପାଇଁ ଦ୍ୱିତୀୟ ଦାବିଦାର ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ ବିଧାନସଭା ନିର୍ବାଚନ ଫଳ ଆସିବାର ୪ ଦିନ ପରେ ଏହି ଦାବିରୁ ଓହରିଯାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା ନିଷ୍ପତ୍ତି ନେବେ ସେ ତାକୁ ମାନିନେବେ ବୋଲି ବୁଧବାର ଶିନ୍ଦେ ସ୍ପଷ୍ଟ କରିଛନ୍ତି। ଫଳରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବା ନେଇ ଭାଜପାର ରାସ୍ତା ସୁଗମ ହୋଇଛି।
୨୦ରେ ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୨୩ରେ ଏହାର ଫଳାଫଳ ଆସିଥିଲା। ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୪୫ ହୋଇଥିବାବେଳେ ଭାଜପାକୁ ୧୩୨ ଆସନ ମିଳିଥିବାବେଳେ ସହଯୋଗୀ ଶିନ୍ଦେଙ୍କ ଶିବସେନା ୫୭ ଓ ଅଜିତ ପାଓ୍ବାରଙ୍କ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ୪୧ ଆସନ ଦଖଲ କରିଛି। ଶିନ୍ଦେ ମଙ୍ଗଳବାର ରାଜ୍ୟପାଳ ସି.ପି. ରାଧାକ୍ରିଷ୍ଣନ୍‌ଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଭାଜପା ସବୁଠୁ ବଡ଼ ଦଳ ଭାବେ ଉଭାହୋଇ ପୂର୍ବାପେକ୍ଷା ଭଲ ପ୍ରଦର୍ଶନ କରିଥିବାରୁ ଫଡ୍‌ନବିସଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉ ବୋଲି ଦଳ ଭିତରେ ଜୋର୍‌ଦାର ଦାବି କରାଯାଉଛି। ଅନ୍ୟପକ୍ଷେ ଶାସକ ମେଣ୍ଟ ମହାୟୁତି ଶିନ୍ଦେଙ୍କ ନେତୃତ୍ୱରେ ଦ୍ୱିତୀୟ ଥର କ୍ଷମତାକୁ ଆସିଥିବାରୁ ତାଙ୍କୁ ହିଁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଦେବା ଉଚିତ ବୋଲି ଶିବସେନା ନେତାମାନେ ଦାବି କରିଆସୁଥିଲେ। ଏହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିଲା। ଏହି ଦ୍ୱନ୍ଦ୍ୱ ଦୂର କରିବା ପାଇଁ ଶିନ୍ଦେ ଏକ ଖବରଦାତା ସମ୍ମିଳନୀ ଡାକି ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ୬୦ ବର୍ଷୀୟ ଶିନ୍ଦେ ନିଜ ଠାଣେ ବାସଭବନରେ ସମ୍ବୋଧିତ କରି କହିଛନ୍ତି, ତାଙ୍କ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟାରେ ସେ ପ୍ରତିବନ୍ଧକ ହେବାକୁ ଚାହୁଁନାହାନ୍ତି। ପ୍ରଧାନମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ ତାକୁ ସେ ମାନିବେ। ସେ କୌଣସି ପଦପଦବୀ ପାଇଁ ଲୋଭୀ ନୁହନ୍ତି। ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଯାହାକୁ ବି କରାଯିବ ତାଙ୍କ ଶିବସେନା ଭାଜପାର ନିଷ୍ପତ୍ତିକୁ ପୂର୍ଣ୍ଣ ସମର୍ଥନ ଦେବ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଫୋନ୍‌ କରି ସେ ଏହି ବିଷୟ ଜଣାଇଛନ୍ତି। ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେବା ପାଇଁ ଟଣାଓଟରା ଲାଗିରହିଥିବା ବିଷୟକୁ ସେ ଖଣ୍ଡନ କରିଛନ୍ତି।
କେଉଁମାନେ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଶ୍ନ କରାଯିବାରୁ ଶିନ୍ଦେ କହିଛନ୍ତି, ଶାହାଙ୍କ ସହ ଗୁରୁବାର ଦିଲ୍ଲୀରେ ଏକ ବୈଠକ ହେବ। ଉକ୍ତ ବୈଠକରେ ସରକାର ଗଠନ ଏବଂ ଏସମ୍ପର୍କିତ ସବୁ ନିଷ୍ପତ୍ତି ନିଆଯିବ। ପିଟିଆଇ ସୂତ୍ରରୁ ପ୍ରକାଶ ଯେ, ନୂଆ ସରକାରରେ ଶିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତୁତ ଥିବା ସଙ୍କେତ ଦେଇସାରିଛନ୍ତି। ଶିନ୍ଦେଙ୍କ ସ୍ପଷ୍ଟୀକରଣ ପରେ ମହାରାଷ୍ଟ୍ର ଭାଜପା ମୁଖ୍ୟ ଚନ୍ଦ୍ରଶେଖର ବଓ୍ବାଙ୍କୁଲେ ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ତେବେ ମୋଦି ଓ ଶାହା ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଅଜିତଙ୍କ ଏନ୍‌ସିପି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପାଇଁ ଶିନ୍ଦେଙ୍କ ଉପରେ ଭାଜପାର କେନ୍ଦ୍ରୀୟ ନେତୃତ୍ୱ ଚାପ ପକାଇଥିବା ରାଜ୍ୟ କଂଗ୍ରେସ ସଭାପତି ନାନା ପାଟୋଲେ ଅଭିଯୋଗ ଆଣିଛନ୍ତି। ଇତିମଧ୍ୟରେ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ଏବଂ ମୁଖ୍ୟ ସଚେତକ ଚୟନ ନିଷ୍ପତ୍ତି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଉପରେ ଛାଡ଼ି ଦିଆଯାଇଥିବା ବିରୋଧୀ ଦଳ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri