ଫୁସ୍‌ଫୁସ୍‌ରେ ପହଞ୍ଚିଲା ବେଳକୁ ଓମିକ୍ରନ୍‌ ଦୁର୍ବଳ

ଭୁବନେଶ୍ୱର, ୧୮।୧(ବ୍ୟୁରୋ): କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଅଧିକ ସଂକ୍ରାମକ। କିନ୍ତୁ ଫୁସ୍‌ଫୁସ୍‌ରେ ପହଞ୍ଚତ୍ଲା ବେଳକୁ ଏହି ଭୂତାଣୁ ଦୁର୍ବଳ ହୋଇଯାଉଛି। ଫଳରେ ଏହା ସାଧାରଣ ମଣିଷର କିଛି କ୍ଷତି କରିପାରୁନି। କିନ୍ତୁ ଯିଏ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ, ସେମାନଙ୍କୁ ଓମିକ୍ରନ୍‌ କ୍ଷତି ଘଟାଇବ। ତେଣୁ ଏଥିପାଇଁ ଆମକୁ ସତର୍କ ରହିବା ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. କ୍ଷୀରୋଦ ରାଉତ ପରାମର୍ଶ ଦେଇଛନ୍ତି। ସୋମବାର ରାଜ୍ୟ ସରକାରଙ୍କ
ପକ୍ଷରୁ ଆୟୋଜିତ କୋଭିଡ୍‌ ସଚେତନତା କାର୍ଯ୍ୟକ୍ରମରେ ଡା. ରାଉତ ଉପସ୍ଥିତ ରହି ଲୋକଙ୍କ ମନରେ ଓମିକ୍ରନ୍‌କୁ ନେଇ ରହିଥିବା ଦ୍ୱନ୍ଦ୍ୱକୁ ଏପରି ତଥ୍ୟଭିତ୍ତିକ ମତ ଦେଇ ଦୂର କରିଛନ୍ତି। ସେ କହିଛନ୍ତି ଯେ, ଡେଲ୍‌ଟା ତୁଳନାରେ ଓମିକ୍ରନ୍‌ରେ କ୍ଷତି ପରିମାଣ କମ୍‌ ହୋଇପାରେ। ଯେଉଁମାନେ ଟିକା ନେଉଛନ୍ତି, ତାଙ୍କ ଉପରେ ଓମିକ୍ରନ୍‌ ପ୍ରଭାବ କମ୍‌ ପଡୁଛି। ଓମିକ୍ରନ୍‌ ଭାରିଆଣ୍ଟ ଶୀଘ୍ର ବ୍ୟାପୁଥିବାରୁ ଶୀଘ୍ର ଦୁର୍ବଳ ହେଉଛି। ମାର୍ଚ୍ଚ ଶେଷ ବେଳକୁ ଓମିକ୍ରନ୍‌ ସଂକ୍ରମଣ ତଳମୁହଁା ହେବ ବୋଲି ଆଶା କରାଯାଉଛି। ଆହୁରି ମଧ୍ୟ ସେ କହିଛନ୍ତି, ଓମିକ୍ରନ୍‌ ହେଉଛି ଏକ କ୍ଷୁଦ୍ର ଭୂତାଣୁ, ଯାହା ବଡ଼ ଆକାରରେ ମାଡୁଛି। ଡେଲ୍‌ଟା ହେଉ କି ଗାମା, କୌଣସି ଭୂତାଣୁ ଏଯାଏ ଶେଷ ହୋଇନି। ଡେଲ୍‌ଟା ସ୍ଥାନ ଧୀରେ ଧୀରେ ଓମିକ୍ରନ ନେଉଛି। ଡେଲଟା ଭୟାବହତା ଆମେ ସମସ୍ତେ ଜାଣିଛୁ, ଡେଲ୍‌ଟା ଏବେ ବି ଅଛି ଏହାକୁ ଆମେ ଭୁଲିବା ନାହିଁ। ଓମିକ୍ରନ୍‌ ଯୋଗୁ ହର୍ଡ ଇମ୍ୟୁନିଟି ବଢୁଛି ବୋଲି ଲୋକେ କହୁଛନ୍ତି। କିନ୍ତୁ ତା’ବୋଲି ନୁହେଁ ଯେ ଆମେ ରୋଗକୁ ଆମନ୍ତ୍ରଣ କରିବା। ଆଉ ନିୟମ ନ ମାନି ବୁଲିବା। ଆମେ ଜାଣିନୁ ଆମକୁ ଡେଲ୍‌ଟା ହେଉଛି କି ଓମିକ୍ରନ। ତେଣୁ ଆମକୁ ପ୍ରିକଶନ ନେବାକୁ ହେବ। ଆଉ ରୋଗକୁ ରୋକିବାକୁ ହେବ ବୋଲି ଡା. ରାଉତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri