Posted inଖେଳ

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨୭୯/୯

ଓ୍ବେଲିଂଟନ(ନ୍ୟୁଜିଲାଣ୍ଡ),୨୯ା୨: ବେସି ରିଜର୍ଭଠାରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ କାମେରନ ଗ୍ରୀନ୍‌ (୧୦୩*)ଙ୍କ ଅପରାଜିତ ଶତକ ସହାୟତାରେ ଅଷ୍ଟ୍ରେଲିଆ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୯ ଉଇକେଟ ବିନିମୟରେ ୨୭୯ରନ୍‌ କରିଛି।

ଟସ୍‌ରେ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଦଳ ଭଲ ଆରମ୍ଭ କରିଥିଲା। ଓପନିଂ ଯୋଡ଼ି ଷ୍ଟିଭ୍‌ ସ୍ମିଥ ଓ ଉସ୍‌ମାନ ଖ୍ବାଜା ଅନାୟାସରେ ବ୍ୟାଟିଂ କରୁଥିଲେ। ଦଳ ଏକ ବଡ଼ ସ୍କୋର ଛିଡ଼ା କରିବ ବୋଲି ଆଶା କରାଯାଉଥିଲା। ମାତ୍ର ୨୪ ଓଭର ପରେ ନ୍ୟୁଜିଲାଣ୍ଡର ଭାଗ୍ୟ ବଦଳିଥିଲା। ମଧ୍ୟାହ୍ନ ବିରତିର ୧୦ ମିନିଟ ପୂର୍ବରୁ ମ୍ୟାଟ ହେନ୍‌ରୀ ପ୍ରଥମ ଉଇକେଟ ଯୋଡ଼ିକୁ ଭାଙ୍ଗି ଦେଇଥିଲେ।

ମ୍ୟାଟ ହେନ୍‌ରୀଙ୍କ ବଲ୍‌ରେ ଟମ୍‌ ବ୍ଲଣ୍ଡେଲଙ୍କ ଦ୍ୱାରା ସ୍ମିଥ୍‌ (୩୧) କ୍ୟାଚ ଆଉଟ ହୋଇଯାଇଥିଲେ। ତାଙ୍କ ସ୍ଥାନରେ ଯୋଗ ଦେଇଥିବା ମାର୍ନସ ଲବୁସେନ (୧) ମଧ୍ୟାହ୍ନଭୋଜନ ପରେ ଖେଳ ଆରମ୍ଭ ହେବାର ଅଳ୍ପ ସମୟ ମଧ୍ୟରେ ଆଉଟ ହୋଇଯାଇଥିଲେ। ତାଙ୍କ ପଛକୁ ପଛ ଖ୍ବାଜା ଓ ଟ୍ରାଭିସ ହେଡ୍‌ (୧) ଶୀଘ୍ର ପ୍ୟାଭିଲିଅନ ଫେରିଥିଲେ। ଫଳରେ ଏକଦା ୬୧/୦ ସ୍କୋରରେ ଥିବା ଅଷ୍ଟ୍ରେଲିଆର ସ୍କୋର ୮୯/୪ରେ ପହଞ୍ଚି ଯାଇଥିଲା। ମିଚେଲ ମାର୍ଶ ଓ ଗ୍ରୀନ୍‌ ଆକ୍ରମଣାତ୍ମକ ଖେଳି ୫ମ ଉଇକେଟରେ ୬୭ ରନ୍‌ ଯୋଗ କରିଥିଲେ। ହେନ୍‌ରୀଙ୍କ ବଲ୍‌ରେ ଶିକାର ହେବା ପୂର୍ବରୁ ମାର୍ଶ ୬ ଚୌକା ଓ ଗୋଟିଏ ଛକା ସହ ୩୯ ବଲ୍‌ରୁ ୪୦ ରନ କରିଥିଲେ। ଗ୍ରୀନ୍‌ କିନ୍ତୁ ଦିନ ସାରା କ୍ରିଜ୍‌ରେ ମହଜୁଦ ରହିଥିଲେ ା ସେ ୧୫୪ ବଲ୍‌ରୁ ତାଙ୍କ ଦ୍ୱିତୀୟ ଟେଷ୍ଟ ଶତକ ହାସଲ କରିଥିଲେ। ପ୍ରଥମ ଦିନ ଖେଳ ଶେଷ ହେବାକୁ ଆଉ ଗୋଟିଏ ବଲ୍‌ ବାକିଥିବା ବେଳେ ସେ ତାଙ୍କ ଶତକ ପୂରଣ କରିଥିଲେ। ସେ ୧୦୩ ରନ କରି ଅପରାଜିତ ରହିଥିଲେ। ତାଙ୍କ ଜୋସ୍‌ ହାଜେଲଉଡ ବିନା କୌଣସି ରନରେ କ୍ରିଜ୍‌ରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

ସ୍ଥଗିତ ହେଲା OSSTET-୨୦୨୬ ପରୀକ୍ଷା: ବୁଧବାର ହେବାର ଥିଲା, ପୁଣି ଏହି ଦିନ…

ଭୁବନେଶ୍ବର,୨୯।୯: ସ୍ଥଗିତ ହେଲା ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) । ବୁଧବାର ଏହି ପରୀକ୍ଷା ହେବାକୁ ଥିବା ବେଳେ ସ୍ଥଗିତ ନେଇ ଘୋଷଣା…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଜ୍ଞାନେଶ କୁମାରଙ୍କ ବିରୋଧରେ ଦାଏର ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ; ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି କହିଲେ ଓକିଲ

ନୂଆଦିଲ୍ଲୀ,୨୯।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଏକପାଖିଆ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ ଶୁଣାଣି କରିବେ। ମଙ୍ଗଳବାର…

କମିବ LPG-Petrolର ମୂଲ୍ୟ, ଶେଷ ହେବ ହର୍ମୁଜ ପ୍ରସଙ୍ଗ, ଇରାନ ଯୁଦ୍ଧକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଘୋଷଣା

ଓ୍ବାଶିଂଟନ,୨୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ବିବାଦ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ଏହି ଯୁଦ୍ଧ ଶୀଘ୍ର ଶେଷ…

ହୋଟେଲରେ ଯୁବତୀଙ୍କୁ ନିର୍ଯାତନା; ଅଚେତ ଅବସ୍ଥାରେ ବଳାତ୍କାର, ଆପତ୍ତିଜନକ ଭିଡିଓ କରି ଭାଇରାଲ୍‌ କଲେ ଯୁବକ

ପାଟନା,୨୯।୯: ବିହାରର ବେଗୁସରାଇରେ ଜଣେ ଯୁବତୀଙ୍କୁ ହୋଟେଲକୁ ନେଇ ମାଡ଼ ମାରିବା ଏବଂ ବଳାତ୍କାର କରିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାପରେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ…

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?