୨୦୨୫ ଆରମ୍ଭ ବେଳକୁ ଆର୍‌ଆଇ, ଅମିନ ପଦବୀ ଖାଲି ନ ଥିବ: ମନ୍ତ୍ରୀ

ଭୁବନେଶ୍ୱର,୫ା୧୨(ସୁନିତ୍‌ ମିଶ୍ର):ବିଜେଡି ୨୪ ବର୍ଷ ଧରି ସରକାରରେ ଥିବାବେଳେ ଯଦି ସବୁ ସମସ୍ୟାର ସମାଧାନ କରିଦେଇଥାଆନ୍ତେ ତେବେ ଆଜି ଗୃହରେ ଏତେ ଗୁଡ଼ାଏ କଥା ସେମାନଙ୍କୁ କହିବାକୁ ପଡୁ ନ ଥାଆନ୍ତା। ଭାଜପା ରାଜ୍ୟରେ ୫ ମାସ ହେଲା ସରକାରକୁ ଆସିଛି। ଏହି ସମୟ ମଧ୍ୟରେ ରାଜ୍ୟରେ ଖାଲି ଥିବା ଆର୍‌ଆଇ, ଅମିନ ପଦବୀ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ୨୦୨୫ ବର୍ଷ ଆରମ୍ଭ ବେଳକୁ ରାଜ୍ୟରେ ଆର୍‌ଆଇ, ଅମିନ ପଦବୀ ଖାଲି ନ ଥିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
  ବିଧାନସଭାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ଖର୍ଚ୍ଚଦାବି ଆଲୋଚନା ହୋଇଛି। ଏହି ଅତିରିକ୍ତ ଖର୍ଚ୍ଚଦାବିକୁ ଗୃହରେ ପାରିତ ମଧ୍ୟ କରାଯାଇଛି। ଉକ୍ତ ବିଭାଗର ଆଲୋଚନା ପରେ ମନ୍ତ୍ରୀ ପୂଜାରୀ ନିଜ ଉତ୍ତରରେ କହିଛନ୍ତି, ରାଜସ୍ବ ବିଭାଗ ସ୍ମାର୍ଟ ସର୍ଭିଲେନ୍ସ ସିଷ୍ଟମ ଆରମ୍ଭ କରିଛନ୍ତି। ୨୩୨ ଜିଲା ସବ୍‌ରେଜିଷ୍ଟ୍ରାର ଏବଂ ୩୦ଟି ଜିଲା ରେଜିଷ୍ଟ୍ରାର ଅଫିସ୍‌ରେ ସିସିଟିଭି ଲଗାଯାଇଛି। କଟକ ସ୍ଥିତ ଆଇଜିଆର୍‌ ଅଫିସ୍‌ରେ ସବୁଠାରେ କ’ଣ ଚାଲିଛି ତାହାକୁ ମିନିଟରିଂ କରାଯାଉଛି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କରିବାରେ ଓଡ଼ିଶାର ନାଁ ଅଛି। ହେଲେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଗରୁ ଏସ୍‌ଆର୍‌ସି ଅଫିସ୍‌ ଯାଇ କୌଣସି ମୁଖ୍ୟମନ୍ତ୍ରୀ କେବେ ସମୀକ୍ଷା କରିନାହାନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫ ଥର ଏସ୍‌ଆର୍‌ସି ଅଫିସ ଯାଇ ଜିଲାପାଳ ଏବଂ ବିଡିଓମାନଙ୍କ ସହ ବୈଠକ କରିଛନ୍ତି। ୨୪ ତାରିଖ ରାତି ଅଧରେ ବାତ୍ୟା ଦାନା ଲ୍ୟାଣ୍ଡଫଲ୍‌ କଲା। ଆମ ସରକାର ଦାନାକୁ ଦାନା ବାନ୍ଧିବାକୁ ଦେଲେ ନାହିଁ। ପ୍ରଥମ ଥର ଲାଗି ବାତ୍ୟା ଦାନା ସମୟରେ ରାଜନୈତିକ ବ୍ୟକ୍ତି ରାସ୍ତାକୁ ବାହାରିଲେ। ଗତ ୩୦ ବର୍ଷରେ ୧ ହଜାର ଗାଁକୁ ରାଜସ୍ବ ଗାଁ ମାନ୍ୟତା ମିଳିଲା।  ଧୈର୍ଯ୍ୟ ଧରନ୍ତୁ, ଆସନ୍ତା ୫ବର୍ଷ ଭିତରେ ରାଜସ୍ବ ଗାଁ ପାଇଁ ଯେତେସବୁ ପ୍ରସ୍ତାବ ରହିଛି ସେସବୁର ସମାଧାନ ହୋଇସାରିଥିବ ବୋଲି ସେ କହିଛନ୍ତି।
ଜବରଦଖଲ ସମସ୍ୟା ନେଇ ମନ୍ତ୍ରୀ ପୂଜାରୀ କହିଛନ୍ତି, ଆମ ସରକାର ଜବରଦଖଲକାରୀଙ୍କୁ ୨ ଭାଗରେ ବାଣ୍ଟି ଦେଇଛନ୍ତି। ଗୋଟିଏ ହେଉଛନ୍ତି ଗରିବ ଲୋକ, ଯେଉଁମାନେ ଜବରଦଖଲ କରିଛନ୍ତି। ସେମାନଙ୍କ କାର୍ଯ୍ୟକୁ ଆମ ସରକାର ଜବରଦଖଲ ବୋଲି ଭାବୁନାହାନ୍ତି। ସେମାନେ ଜବରଦଖଲ କରିଥିବା ଜମିକୁ ପଟ୍ଟାକରି ସେମାନଙ୍କ ନାଁରେ କରିଦିଆଯିବ। ସେଠାରେ ସେମାନଙ୍କୁ ଘର ମଧ୍ୟ ଯୋଗାଇଦିଆଯିବ। ରାଜ୍ୟର ବଡ଼ ଲୋକ ଯେଉଁମାନେ ଜବରଦଖଲ କରିଛନ୍ତି, ସେମାନଙ୍କ ବଡ଼ ବଡ଼ ଅଟ୍ଟାଳିକାକୁ ବୁଲ୍‌ଡୋଜର ଲଗାଇ ଗଳାଇଦେବୁ। ଭୂମିହୀନମାନଙ୍କ ସମସ୍ୟା ତୁରନ୍ତ ସମାଧାନ ଲାଗି ସରକାର କାର୍ଯ୍ୟ କରୁଛନ୍ତି। ପ୍ରତ୍ୟେକ ମାସର ଶେଷ ଶନିବାର ବିଡିଓ, ତହସିଲଦାରମାନେ ଏକାଠି ବୈଠକକରି ପ୍ରଧାନମନ୍ତ୍ରୀ ଆବାସ ଗରିବ ଲୋକଙ୍କୁ ଯୋଗାଇଦେବେ। ରାଜ୍ୟରେ ଯେଉଁ ସ୍ଥାନରେ ଆବଶ୍ୟକତା ଅଛି ସେଠାରେ ତହସିଲ ଅଫିସ କରାଯିବ। ଦୁଇଟି ଲେଖା ପଞ୍ଚାୟତରେ ଗୋଟିଏ ଲେଖା ଆର୍‌ଆଇ ଅଫିସ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ଜୟନାରାୟଣ ମିଶ୍ର ସ୍କୁଲ, କଲେଜ ଆଡ୍‌ମିଶନରେ ବିଧାୟକମାନଙ୍କ ସାର୍ଟିଫିକେଟକୁ ଚୂଡ଼ାନ୍ତ ଧରାଯାଉଥିଲା। ଏବେ ତାହା ହେଉ ନାହିଁ ବୋଲି ସେ କହିଥିଲେ। ଏହା ଉପରେ ମଧ୍ୟ ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri