୨୦୨୫ ଆରମ୍ଭ ବେଳକୁ ଆର୍‌ଆଇ, ଅମିନ ପଦବୀ ଖାଲି ନ ଥିବ: ମନ୍ତ୍ରୀ

ଭୁବନେଶ୍ୱର,୫ା୧୨(ସୁନିତ୍‌ ମିଶ୍ର):ବିଜେଡି ୨୪ ବର୍ଷ ଧରି ସରକାରରେ ଥିବାବେଳେ ଯଦି ସବୁ ସମସ୍ୟାର ସମାଧାନ କରିଦେଇଥାଆନ୍ତେ ତେବେ ଆଜି ଗୃହରେ ଏତେ ଗୁଡ଼ାଏ କଥା ସେମାନଙ୍କୁ କହିବାକୁ ପଡୁ ନ ଥାଆନ୍ତା। ଭାଜପା ରାଜ୍ୟରେ ୫ ମାସ ହେଲା ସରକାରକୁ ଆସିଛି। ଏହି ସମୟ ମଧ୍ୟରେ ରାଜ୍ୟରେ ଖାଲି ଥିବା ଆର୍‌ଆଇ, ଅମିନ ପଦବୀ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ୨୦୨୫ ବର୍ଷ ଆରମ୍ଭ ବେଳକୁ ରାଜ୍ୟରେ ଆର୍‌ଆଇ, ଅମିନ ପଦବୀ ଖାଲି ନ ଥିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
  ବିଧାନସଭାରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ଖର୍ଚ୍ଚଦାବି ଆଲୋଚନା ହୋଇଛି। ଏହି ଅତିରିକ୍ତ ଖର୍ଚ୍ଚଦାବିକୁ ଗୃହରେ ପାରିତ ମଧ୍ୟ କରାଯାଇଛି। ଉକ୍ତ ବିଭାଗର ଆଲୋଚନା ପରେ ମନ୍ତ୍ରୀ ପୂଜାରୀ ନିଜ ଉତ୍ତରରେ କହିଛନ୍ତି, ରାଜସ୍ବ ବିଭାଗ ସ୍ମାର୍ଟ ସର୍ଭିଲେନ୍ସ ସିଷ୍ଟମ ଆରମ୍ଭ କରିଛନ୍ତି। ୨୩୨ ଜିଲା ସବ୍‌ରେଜିଷ୍ଟ୍ରାର ଏବଂ ୩୦ଟି ଜିଲା ରେଜିଷ୍ଟ୍ରାର ଅଫିସ୍‌ରେ ସିସିଟିଭି ଲଗାଯାଇଛି। କଟକ ସ୍ଥିତ ଆଇଜିଆର୍‌ ଅଫିସ୍‌ରେ ସବୁଠାରେ କ’ଣ ଚାଲିଛି ତାହାକୁ ମିନିଟରିଂ କରାଯାଉଛି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କରିବାରେ ଓଡ଼ିଶାର ନାଁ ଅଛି। ହେଲେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଗରୁ ଏସ୍‌ଆର୍‌ସି ଅଫିସ୍‌ ଯାଇ କୌଣସି ମୁଖ୍ୟମନ୍ତ୍ରୀ କେବେ ସମୀକ୍ଷା କରିନାହାନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫ ଥର ଏସ୍‌ଆର୍‌ସି ଅଫିସ ଯାଇ ଜିଲାପାଳ ଏବଂ ବିଡିଓମାନଙ୍କ ସହ ବୈଠକ କରିଛନ୍ତି। ୨୪ ତାରିଖ ରାତି ଅଧରେ ବାତ୍ୟା ଦାନା ଲ୍ୟାଣ୍ଡଫଲ୍‌ କଲା। ଆମ ସରକାର ଦାନାକୁ ଦାନା ବାନ୍ଧିବାକୁ ଦେଲେ ନାହିଁ। ପ୍ରଥମ ଥର ଲାଗି ବାତ୍ୟା ଦାନା ସମୟରେ ରାଜନୈତିକ ବ୍ୟକ୍ତି ରାସ୍ତାକୁ ବାହାରିଲେ। ଗତ ୩୦ ବର୍ଷରେ ୧ ହଜାର ଗାଁକୁ ରାଜସ୍ବ ଗାଁ ମାନ୍ୟତା ମିଳିଲା।  ଧୈର୍ଯ୍ୟ ଧରନ୍ତୁ, ଆସନ୍ତା ୫ବର୍ଷ ଭିତରେ ରାଜସ୍ବ ଗାଁ ପାଇଁ ଯେତେସବୁ ପ୍ରସ୍ତାବ ରହିଛି ସେସବୁର ସମାଧାନ ହୋଇସାରିଥିବ ବୋଲି ସେ କହିଛନ୍ତି।
ଜବରଦଖଲ ସମସ୍ୟା ନେଇ ମନ୍ତ୍ରୀ ପୂଜାରୀ କହିଛନ୍ତି, ଆମ ସରକାର ଜବରଦଖଲକାରୀଙ୍କୁ ୨ ଭାଗରେ ବାଣ୍ଟି ଦେଇଛନ୍ତି। ଗୋଟିଏ ହେଉଛନ୍ତି ଗରିବ ଲୋକ, ଯେଉଁମାନେ ଜବରଦଖଲ କରିଛନ୍ତି। ସେମାନଙ୍କ କାର୍ଯ୍ୟକୁ ଆମ ସରକାର ଜବରଦଖଲ ବୋଲି ଭାବୁନାହାନ୍ତି। ସେମାନେ ଜବରଦଖଲ କରିଥିବା ଜମିକୁ ପଟ୍ଟାକରି ସେମାନଙ୍କ ନାଁରେ କରିଦିଆଯିବ। ସେଠାରେ ସେମାନଙ୍କୁ ଘର ମଧ୍ୟ ଯୋଗାଇଦିଆଯିବ। ରାଜ୍ୟର ବଡ଼ ଲୋକ ଯେଉଁମାନେ ଜବରଦଖଲ କରିଛନ୍ତି, ସେମାନଙ୍କ ବଡ଼ ବଡ଼ ଅଟ୍ଟାଳିକାକୁ ବୁଲ୍‌ଡୋଜର ଲଗାଇ ଗଳାଇଦେବୁ। ଭୂମିହୀନମାନଙ୍କ ସମସ୍ୟା ତୁରନ୍ତ ସମାଧାନ ଲାଗି ସରକାର କାର୍ଯ୍ୟ କରୁଛନ୍ତି। ପ୍ରତ୍ୟେକ ମାସର ଶେଷ ଶନିବାର ବିଡିଓ, ତହସିଲଦାରମାନେ ଏକାଠି ବୈଠକକରି ପ୍ରଧାନମନ୍ତ୍ରୀ ଆବାସ ଗରିବ ଲୋକଙ୍କୁ ଯୋଗାଇଦେବେ। ରାଜ୍ୟରେ ଯେଉଁ ସ୍ଥାନରେ ଆବଶ୍ୟକତା ଅଛି ସେଠାରେ ତହସିଲ ଅଫିସ କରାଯିବ। ଦୁଇଟି ଲେଖା ପଞ୍ଚାୟତରେ ଗୋଟିଏ ଲେଖା ଆର୍‌ଆଇ ଅଫିସ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ଜୟନାରାୟଣ ମିଶ୍ର ସ୍କୁଲ, କଲେଜ ଆଡ୍‌ମିଶନରେ ବିଧାୟକମାନଙ୍କ ସାର୍ଟିଫିକେଟକୁ ଚୂଡ଼ାନ୍ତ ଧରାଯାଉଥିଲା। ଏବେ ତାହା ହେଉ ନାହିଁ ବୋଲି ସେ କହିଥିଲେ। ଏହା ଉପରେ ମଧ୍ୟ ବିଚାର କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri