‘ଭିଡିଓ କ୍ଲିପ୍‌ ବିକ୍ରି ନେଇ ତଦନ୍ତ କରାଯିବ’

ପୁରୀ ଅଫିସ, ୨୧ା୧: ଶ୍ରୀମନ୍ଦିର ନୋ ଫ୍ଲାଇଂ ଜୋନ୍‌ରେ ଡ୍ରୋନ ଉଡ଼ାଇ ଭିତରବେଢ଼ାର ଭିଡିଓ ଭାଇରାଲ କରିବା ସହ ଏହି କ୍ଲିପ୍‌ ଦେବା ପାଇଁ ଟଙ୍କା ମାଗିବା ଘଟଣାରେ ଅଭିଯୁକ୍ତ ବଙ୍ଗୀୟ ୟୁଟ୍ୟୁବର ଅନିମେଷ ଚକ୍ରବର୍ତ୍ତୀଙ୍କୁ ଗତ ୧୮ ତାରିଖରେ ପୁରୀ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ପଶ୍ଚିମବଙ୍ଗର ନିମ୍‌ତା ଥାନା ଅଞ୍ଚଳରୁ ଗିରଫ କରି ବାରାକପୁର କୋର୍ଟରେ ହାଜର କରାଇଥିଲେ। ପରେ ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ପୁରୀ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଛି। ସେ ବ୍ୟବହାର କରିଥିବା ଡ୍ରୋନ୍‌ ଓ ଗୋଟିଏ ମୋବାଇଲ ଫୋନ୍‌ ଜବତ କରାଯାଇଛି। ସେ କେଉଁମାନଙ୍କୁ ଭିଡିଓ କ୍ଲିପ୍‌ ବିକ୍ରି ପାଇଁ ଯୋଗାଯୋଗ କରିଥିଲେ ସେ ନେଇ ତଦନ୍ତ କରାଯିବ ବୋଲି ଶୁକ୍ରବାର ଟାଉନ ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସିଟି ଡିଏସ୍‌ପି କେ.କେ. ହରିପ୍ରସାଦ ସୂଚନା ଦେଇଛନ୍ତି।
ସିଟି ଡିଏସ୍‌ପି ହରିପ୍ରସାଦ କହିଛନ୍ତି, ଗତବର୍ଷ ଡିସେମ୍ବରରେ ଶ୍ରୀମନ୍ଦିର ନିଷେଧାଞ୍ଚଳ ତଥା ନୋ ଫ୍ଲାଇଂ ଜୋନ୍‌ରେ ବିନାନୁମତିରେ ଅନିମେଷ ଡ୍ରୋନ ଉଡ଼ାଇ ଭିଡିଓ ଭାଇରାଲ କରିଥିବା ଜଣାପଡ଼ିଥିଲା। ଏଥିସହ ସେ ଓଡ଼ିଶା ପୋଲିସର ଲୋଗୋ ବ୍ୟବହାର କରିଥିଲେ। ସେ ପତିତପାବନ ବାନା ପରିବର୍ତ୍ତନ ଓ ଶ୍ରୀମନ୍ଦିର ଭିତରବେଢ଼ାର ଦୃଶ୍ୟକୁ କଏଦ୍‌ କରି ୟୁନିଫାଏଡ୍‌ ନାମକ ୟୁଟ୍ୟୁବ୍‌ ଚ୍ୟାନେଲରେ ଅପଲୋଡ଼ କରିଥିଲେ। ଏହାକୁ ସାରା ବିଶ୍ୱବାସୀ ଦେଖିଥିଲେ। ଉକ୍ତ ଚ୍ୟାନେଲରେ ଦିଆଯାଇଥିବା ଫୋନ୍‌ ନମ୍ବରରେ ଯୋଗଯୋଗ କରିବାରୁ ପ୍ରତି ଆଙ୍ଗେଲ୍‌ ପିଛା ଫୁଟେଜ୍‌ ନେବା ପାଇଁ ୨୦ ହଜାର ଟଙ୍କା ଦାବି କରାଯାଉଥିବା ଜଣାପଡ଼ିଥିଲା। ଏନେଇ ଡିସେମ୍ବର ୪ରେ ପୋଲିସ ପକ୍ଷରୁ ସିଂହଦ୍ୱାର ଥାନାରେ ଏକ ମାମଲା (ନଂ.୧୫୦/୨୨) ରୁଜୁ କରାଯାଇଥିଲା। ତଦନ୍ତ ଲାଗି ଅନିମେଷଙ୍କୁ ଥାନାରେ ହାଜର ହେବାକୁ ୧୬୦ ସିଆର୍‌ପିସିରେ ନୋଟିସ ପଠାଯାଇଥିଲା। ତେବେ ସେ ଥାନାରେ ହାଜର ନ ହୋଇ ଗିରଫଦାରି ଭୟରେ ସ୍ଥାନ ବଦଳାଇବା ସହ ଓଡ଼ିଶା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ହାଇକୋର୍ଟ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ପୁରୀ ଜେଏମ୍‌ଏଫ୍‌ସି କୋର୍ଟରେ ଏନ୍‌ବିଡବ୍ଲ୍ୟୁ ନେଇ ଆବେଦନ ପରେ ଏସ୍‌ପି କନଓ୍ବର ବିଶାଲ ସିଂଙ୍କ ନିର୍ଦ୍ଦେଶ କ୍ରମେ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରିଥିଲେ। ଶେଷରେ ଅନିମେଷଙ୍କୁ ପଶ୍ଚିମବଙ୍ଗର ନିମତା ଥାନା ଅଞ୍ଚଳରୁ ଗିରଫ କରାଯାଇଥିଲା। ଡିଜିସିଏ ନିୟମ ଅନୁଯାୟୀ, ଡ୍ରୋନ୍‌ ଲାଇସେନ୍ସ ପାଇଁ ଅନୁମତି ନେବା ସହ ଫ୍ଲାଇଂ ଲାଗି ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ରେଡ୍‌, ୟେଲୋ ଓ ଗ୍ରୀନ୍‌ ଜୋନରେ ବିଭକ୍ତ କରାଯାଇଥାଏ। ଶ୍ରୀମନ୍ଦିର ରେଡ୍‌ ଜୋନ୍‌ ଅନ୍ତର୍ଭୁକ୍ତ ହୋଇଥିବାବେଳେ ଅନିମେଷ ବେଆଇନ ଭାବେ ଡ୍ରୋନ୍‌ ଉଡ଼ାଇଥିବାରୁ ତାଙ୍କ ବିରୋଧରେ ଆଇପିସିର ଦଫା ୪୬୮, ୪୨୦, ୫୧୧, ୧୯୩୪ ଏୟାରକ୍ରାଫ୍ଟ ଆକ୍ଟ ୧୦(୨) ଏବଂ ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍‌ ୧୯୫୪ ଏବଂ ୩୦(ଏ), ୪ (ସି)ରେ ଆପରାଧିକ ମାମଲା ରୁଜୁ କରାଯାଇଛି। ଅନିମେଷଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri