ନୋଟିସ ଲଗାଇ ପାର୍‌

ଢେଙ୍କାନାଳ ଅଫିସ, ୨୩।୯: ‘ଇଏନ୍‌ଟି ଓପିଡି ଇଜ୍‌ କ୍ଲୋଜଡ୍‌। ଇଏନ୍‌ଟି ସ୍ପେଶାଲିଷ୍ଟ ଅନ୍‌ ଲିଭ୍‌ ଫ୍ରମ୍‌ 13।9।2022 ଟୁ 6।11।2022’। ଏଭଳି ଲେଖାଥିବା ଏକ ନୋଟିସ ଲଗାଇ କର୍ଣ୍ଣ, ନାସା, ଗଳା ବିଭାଗର ଓପିଡିରେ ତାଲା ଝୁଲାଇ ଦେଇଛନ୍ତି ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ। ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନା କୋଠାରୁ ଡେଇଁ ରୋଗୀ ଆତ୍ମହତ୍ୟା, ପ୍ରସୂତି ଏବଂ ଗର୍ଭବତୀଙ୍କୁ ଚିକିତ୍ସାରେ ଅବହେଳାକୁ ନେଇ ଦୁର୍ନାମ ମୁଣ୍ଡାଇଥିବା ଜିଲା ମୁଖ୍ୟ ଚିକିତ୍ସାଳୟରେ ବିକଳ୍ପ ବ୍ୟବସ୍ଥା ଗ୍ରହଣ ନ କରି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ତାଲା ପକାଇଦେବାକୁ ନେଇ ସୃଷ୍ଟି ହୋଇଛି ତୀବ୍ର ପ୍ରତିକ୍ରିୟା। ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ କେବଳ ନୋଟିସ ଲଗାଇ ଦାୟିତ୍ୱରୁ ଖସିଯିବାକୁ ଅପଚେଷ୍ଟା କରୁଥିବାବେଳେ ଏଭଳି ଦୂରଦୃଷ୍ଟିହୀନ କାର୍ଯ୍ୟକୁ ସବୁ ମହଲରେ ନିନ୍ଦା କରାଯାଇଛି।
ଢେଙ୍କାନାଳ ଜିଲାବାସୀଙ୍କୁ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ୫୦ କୋଟି ଟଙ୍କା ବ୍ୟୟରେ ଦକ୍ଷିଣକାଳୀ ରୋଡ୍‌ ଅଞ୍ଚଳରେ ନିର୍ମାଣ କରାଯାଇଛି ୭ ମହଲା ବିଶିଷ୍ଟ ଜିଲା ମୁଖ୍ୟ ଚିକିତ୍ସାଳୟ। ଏଭଳି ଏକ ସ୍ବାସ୍ଥ୍ୟ ଅନୁଷ୍ଠାନ ଉପରେ ଭରସା କରି ଜିଲା ତଥା ସୀମାନ୍ତ ଜିଲାର ରୋଗୀ ଆସୁଥିବାବେଳେ ସେମାନଙ୍କୁ ସର୍ବନିମ୍ନ ସୁବିଧା ମିଳୁ ନ ଥିବା ଅଭିଯୋଗ ହେଉଛି। କେତେବେଳେ ଅନାବଶ୍ୟକ ଭାବେ ରୋଗୀଙ୍କୁ ବେସରକାରୀ କ୍ଲିନିକ୍‌କୁ ରେଫର କରିଦିଆଯାଉଛି ତ ଆଉ କେତେବେଳେ ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ସୃଷ୍ଟି ହେଉଛି ଅଚଳାବସ୍ଥା। ତେବେ ଗୁରୁବାର ଅବ୍ୟବସ୍ଥା ସବୁ ସୀମା ପାର୍‌ କରିଯାଇଛି। କର୍ଣ୍ଣ, ନାସା, ଗଳା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ବିଶେଷଜ୍ଞଙ୍କୁ ୨ ମାସ ଛୁଟି ଦିଆଯିବା ପୂର୍ବରୁ ବିକଳ୍ପ ବ୍ୟବସ୍ଥା କରିବାକୁ ଭୁଲିଯାଇଛନ୍ତି କର୍ତ୍ତୃପକ୍ଷ। କେବଳ ଏତିକି ନୁହେଁ, ଦୋଷ ଛଡ଼ାଇବାକୁ ଯାଇ ଇଏନ୍‌ଟି ଓପିଡିକୁ ବାହାରୁ ତାଲା ପକାଇ ଦେବା ସହିତ କବାଟ କାଚରେ ଏକ ନୋଟିସ ଲଗାଇଛନ୍ତି, ଯେଉଁଥିରେ ବିଶେଷଜ୍ଞ ଦୁଇମାସ ଛୁଟିରେ ଥିବା ସ୍ପଷ୍ଟ ଉଲ୍ଲେଖ ରହିଛି। ଦୀର୍ଘ ୧୦ ଦିନ ହେଲା ଏଭଳି ଅଚଳାବସ୍ଥା ଯୋଗୁ ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନେ ନିରାଶରେ ଫେରୁଛନ୍ତି। ଏ ସମ୍ପର୍କରେ ପଚାରିଲେ ଉତ୍ତର ମିଳୁଛି ‘ଡାକ୍ତର ଛୁଟିରେ ଅଛନ୍ତି ା ବାହାରେ ଯାଇ ଦେଖାଅ’। ଶିଳ୍ପ ଜିଲା ଢେଙ୍କାନାଳର ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟାନୁଷ୍ଠାନରେ ଏଭଳି ଅବ୍ୟବସ୍ଥା ସ୍ବାସ୍ଥ୍ୟସେବାର ବିକଳ ଚିତ୍ରକୁ ପଦାରେ ପକାଇଛି। ରୋଗୀଙ୍କୁ ଯଦି ଠିକ୍‌ ସମୟରେ ସେବା ମିଳୁନାହିଁ, ତେବେ ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ମେଡିକାଲ କେଉଁ କାମର ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି।
ଅନ୍ୟପଟେ ଏଭଳି ତ୍ରୁଟିକୁ ସ୍ବୀକାର କରିଛନ୍ତି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ। ସେ କହିଛନ୍ତି, ସ୍ବାସ୍ଥ୍ୟଗତ କାରଣରୁ ଇଏନ୍‌ଟି ଡାକ୍ତର ଛୁଟିରେ ଯାଇଛନ୍ତି। କିନ୍ତୁ ଡାକ୍ତର ଛୁଟିରେ ଥିବା ସମ୍ପର୍କିତ ନୋଟିସ୍‌ ଓପିଡିରେ ଲଗାଇବା ଉଚିତ ନ ଥିଲା। ଭୁଲବଶତଃ ଲଗା ହୋଇଥିଲା। ବିକଳ୍ପ ଭାବେ ଠିକାରେ ଜଣେ ଇଏନ୍‌ଟି ଡାକ୍ତର ଆଣିବା ପାଇଁ ଆମେ ଦେଖୁଛୁ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri