ନୋଟିସ ଲଗାଇ ପାର୍‌

ଢେଙ୍କାନାଳ ଅଫିସ, ୨୩।୯: ‘ଇଏନ୍‌ଟି ଓପିଡି ଇଜ୍‌ କ୍ଲୋଜଡ୍‌। ଇଏନ୍‌ଟି ସ୍ପେଶାଲିଷ୍ଟ ଅନ୍‌ ଲିଭ୍‌ ଫ୍ରମ୍‌ 13।9।2022 ଟୁ 6।11।2022’। ଏଭଳି ଲେଖାଥିବା ଏକ ନୋଟିସ ଲଗାଇ କର୍ଣ୍ଣ, ନାସା, ଗଳା ବିଭାଗର ଓପିଡିରେ ତାଲା ଝୁଲାଇ ଦେଇଛନ୍ତି ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ। ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ, ଡାକ୍ତରଖାନା କୋଠାରୁ ଡେଇଁ ରୋଗୀ ଆତ୍ମହତ୍ୟା, ପ୍ରସୂତି ଏବଂ ଗର୍ଭବତୀଙ୍କୁ ଚିକିତ୍ସାରେ ଅବହେଳାକୁ ନେଇ ଦୁର୍ନାମ ମୁଣ୍ଡାଇଥିବା ଜିଲା ମୁଖ୍ୟ ଚିକିତ୍ସାଳୟରେ ବିକଳ୍ପ ବ୍ୟବସ୍ଥା ଗ୍ରହଣ ନ କରି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ତାଲା ପକାଇଦେବାକୁ ନେଇ ସୃଷ୍ଟି ହୋଇଛି ତୀବ୍ର ପ୍ରତିକ୍ରିୟା। ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ କେବଳ ନୋଟିସ ଲଗାଇ ଦାୟିତ୍ୱରୁ ଖସିଯିବାକୁ ଅପଚେଷ୍ଟା କରୁଥିବାବେଳେ ଏଭଳି ଦୂରଦୃଷ୍ଟିହୀନ କାର୍ଯ୍ୟକୁ ସବୁ ମହଲରେ ନିନ୍ଦା କରାଯାଇଛି।
ଢେଙ୍କାନାଳ ଜିଲାବାସୀଙ୍କୁ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟରେ ୫୦ କୋଟି ଟଙ୍କା ବ୍ୟୟରେ ଦକ୍ଷିଣକାଳୀ ରୋଡ୍‌ ଅଞ୍ଚଳରେ ନିର୍ମାଣ କରାଯାଇଛି ୭ ମହଲା ବିଶିଷ୍ଟ ଜିଲା ମୁଖ୍ୟ ଚିକିତ୍ସାଳୟ। ଏଭଳି ଏକ ସ୍ବାସ୍ଥ୍ୟ ଅନୁଷ୍ଠାନ ଉପରେ ଭରସା କରି ଜିଲା ତଥା ସୀମାନ୍ତ ଜିଲାର ରୋଗୀ ଆସୁଥିବାବେଳେ ସେମାନଙ୍କୁ ସର୍ବନିମ୍ନ ସୁବିଧା ମିଳୁ ନ ଥିବା ଅଭିଯୋଗ ହେଉଛି। କେତେବେଳେ ଅନାବଶ୍ୟକ ଭାବେ ରୋଗୀଙ୍କୁ ବେସରକାରୀ କ୍ଲିନିକ୍‌କୁ ରେଫର କରିଦିଆଯାଉଛି ତ ଆଉ କେତେବେଳେ ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ସୃଷ୍ଟି ହେଉଛି ଅଚଳାବସ୍ଥା। ତେବେ ଗୁରୁବାର ଅବ୍ୟବସ୍ଥା ସବୁ ସୀମା ପାର୍‌ କରିଯାଇଛି। କର୍ଣ୍ଣ, ନାସା, ଗଳା ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ବିଶେଷଜ୍ଞଙ୍କୁ ୨ ମାସ ଛୁଟି ଦିଆଯିବା ପୂର୍ବରୁ ବିକଳ୍ପ ବ୍ୟବସ୍ଥା କରିବାକୁ ଭୁଲିଯାଇଛନ୍ତି କର୍ତ୍ତୃପକ୍ଷ। କେବଳ ଏତିକି ନୁହେଁ, ଦୋଷ ଛଡ଼ାଇବାକୁ ଯାଇ ଇଏନ୍‌ଟି ଓପିଡିକୁ ବାହାରୁ ତାଲା ପକାଇ ଦେବା ସହିତ କବାଟ କାଚରେ ଏକ ନୋଟିସ ଲଗାଇଛନ୍ତି, ଯେଉଁଥିରେ ବିଶେଷଜ୍ଞ ଦୁଇମାସ ଛୁଟିରେ ଥିବା ସ୍ପଷ୍ଟ ଉଲ୍ଲେଖ ରହିଛି। ଦୀର୍ଘ ୧୦ ଦିନ ହେଲା ଏଭଳି ଅଚଳାବସ୍ଥା ଯୋଗୁ ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନେ ନିରାଶରେ ଫେରୁଛନ୍ତି। ଏ ସମ୍ପର୍କରେ ପଚାରିଲେ ଉତ୍ତର ମିଳୁଛି ‘ଡାକ୍ତର ଛୁଟିରେ ଅଛନ୍ତି ା ବାହାରେ ଯାଇ ଦେଖାଅ’। ଶିଳ୍ପ ଜିଲା ଢେଙ୍କାନାଳର ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟାନୁଷ୍ଠାନରେ ଏଭଳି ଅବ୍ୟବସ୍ଥା ସ୍ବାସ୍ଥ୍ୟସେବାର ବିକଳ ଚିତ୍ରକୁ ପଦାରେ ପକାଇଛି। ରୋଗୀଙ୍କୁ ଯଦି ଠିକ୍‌ ସମୟରେ ସେବା ମିଳୁନାହିଁ, ତେବେ ୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ମେଡିକାଲ କେଉଁ କାମର ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି।
ଅନ୍ୟପଟେ ଏଭଳି ତ୍ରୁଟିକୁ ସ୍ବୀକାର କରିଛନ୍ତି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ। ସେ କହିଛନ୍ତି, ସ୍ବାସ୍ଥ୍ୟଗତ କାରଣରୁ ଇଏନ୍‌ଟି ଡାକ୍ତର ଛୁଟିରେ ଯାଇଛନ୍ତି। କିନ୍ତୁ ଡାକ୍ତର ଛୁଟିରେ ଥିବା ସମ୍ପର୍କିତ ନୋଟିସ୍‌ ଓପିଡିରେ ଲଗାଇବା ଉଚିତ ନ ଥିଲା। ଭୁଲବଶତଃ ଲଗା ହୋଇଥିଲା। ବିକଳ୍ପ ଭାବେ ଠିକାରେ ଜଣେ ଇଏନ୍‌ଟି ଡାକ୍ତର ଆଣିବା ପାଇଁ ଆମେ ଦେଖୁଛୁ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PEOଙ୍କୁ ଗିରଫ କଲା ଭିଜିଲାନ୍ସ: ଆୟଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ହୋଇଥିଲା ଚଢାଉ

ବଞ୍ଚୋ,୩୧।୧୨ (ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ PEO(କାର୍ଯ୍ୟନିର୍ବାହୀ ଅଧିକାରୀ) ଜିତେନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ ଆଜି ତାଙ୍କୁ ଗିରଫ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

ବାଇକ୍‌ରେ ଗଲା ବେଳେ ପିଉସୀଅ-ପୁତୁରାଙ୍କ ବେକରେ ଲାଗିଲା ମାଞ୍ଜା ସୂତା: ପରେ…

 କଟକ ସଦର,୩୧।୧୨(ସୁଶାନ୍ତ କୁମାର ଜେନା): କଟକ ଜିଲା  ୪୨ ମୌଜା ଥାନା ଅନ୍ତର୍ଗତ  ବ୍ରହ୍ମପୁର ଗ୍ରାମରେ ବୁଧବାର ସକାଳେ ଅଭାବନୀୟ ଘଟଣା ଘଟିଛିି। ବାଇକରେ ପିଉସୀ...

ଚାଇନାକୁ ବଡ଼ ଝଟକା ଦେଲା ଭାରତ, ଏହି ଜିନିଷ ଉପରେ ଲାଗୁ କଲା ୩ ବର୍ଷର ଟାରିଫ୍‌, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ମଙ୍ଗଳବାର ଚାଇନା ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri