ମାର୍ଚ୍ଚ ୩୧ ସୁଦ୍ଧା ଗାଡିରେ ଲାଗିବ ଟ୍ରାକିଂ ଡିଭାଇସ

ଭୁବନେଶ୍ୱର,୨୨।୯(ବ୍ୟୁରୋ): ସବୁ ବଡ ଗାଡିରେ ଲୋକେସନ ଟ୍ରାକିଂ ଡିଭାଇସ ଏବଂ ପାନିକ ବଟନ ଲାଗିବ। ଏ ନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ୨୦୨୨ ଡିସେମ୍ବର ୩୧ ପୂର୍ବରୁ କିଣା ଯାଇଥିବା ଗାଡିଗୁଡିକ ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଗାଡିରେ ଏହି ଡିଭାଇସ ଲଗାଇବେ। ଯାହା ଦ୍ୱାରା ଗାଡି କେଉଁଠି ଅଛି ତାହା ଟ୍ରାକିଂ ଡିଭାଇସ ସୂଚନା ଦେବ। ଏଥିପାଇଁ ଭୁବନେଶ୍ୱରରେ ଏହାର କମାଣ୍ଡ କଣ୍ଟ୍ରୋଲ ରୁମ ରହିବ। କୌଣସି ଦୁର୍ଘଟଣା ଘଟିଲେ କିମ୍ବା ଯାତ୍ରୀଙ୍କର କୌଣସି ଅସୁବିଧା ହେଲେ, ଯାତ୍ରୀ ପାନିକ ବଟନ ଦବାଇବା ଦ୍ୱାରା ଏହା କଣ୍ଟ୍ରୋଲ ରୁମ୍‌କୁ ଜଣାପଡିଯିବ।