ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଶର୍ଟସର୍କିଟ ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ପ୍ରାରମ୍ଭିକ ଭାବେ କୁହାଯାଇଥିଲା। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଯେ, ଅଗ୍ନିକାଣ୍ଡ ଘଟିଥିବା ୟୁନିଟ୍‌ଠାରୁ ମାତ୍ର ୧୦୦ ମିଟର ଦୂରରେ ଅଗ୍ନିଶମ କାର୍ଯ୍ୟାଳୟ ରହିଛି। ଅଗ୍ନିଶମ କର୍ମଚାରୀ ସେଠାରେ ଅଧ ଘଣ୍ଟାଏ ପରେ ପହଞ୍ଚତ୍ଥିଲେ। ଶୁଣିବାକୁ ମିଳୁଛି ଯେ, ଅଗ୍ନିକାଣ୍ଡ ଘଟିବା ପରେ ତାହାକୁ ଲିଭାଇବା ପାଇଁ କର୍ମଚାରୀମାନେ ପ୍ରାରମ୍ଭିକ ପ୍ରଚେଷ୍ଟା କରି ବିଫଳ ହେବା ପରେ ଅଗ୍ନିଶମ କାର୍ଯ୍ୟାଳୟକୁ ଜଣାଇଥିଲେ। ଦୁର୍ଘଟଣା ଘଟିବା ପରେ ସାଇରନ ନ ବାଜିବା ଓ ସ୍ପ୍ରିଙ୍କ୍‌ଲର ବ୍ୟବସ୍ଥା ଅକାମି ଥିବା କୁହାଯାଉଛି। ଏସବୁ ଘଟଣାକୁ ଦେଖିଲେ ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର ଦିଗକୁ ମଧ୍ୟ ଅଣଦେଖା କରାଯାଇ ନ ପାରେ। ଏଥିସହିତ ସ୍ଥାନୀୟ ବିଦ୍ୟୁତ୍‌ କାର୍ଯ୍ୟାଳୟ ଏବଂ ଓଡ଼ିଶା ମେଡିକାଲ କର୍ପୋରେଶନ ଲିମିଟେଡ୍‌ (ଓଏମ୍‌ସିଏଲ୍‌) କର୍ମଚାରୀ ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବା ବିଷୟ ପଦାକୁ ଆସିଲାଣି। ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ଭେଣ୍ଟିଲେଟରରୁ ନିଆଁ ଲାଗିଥିବା କହୁଥିବା ବେଳେ ଓଏମ୍‌ସିଏଲ୍‌ ପକ୍ଷରୁ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରରେ ତ୍ରୁଟି ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏଠି କିଏ ସତ କହୁଛନ୍ତି ତାହା ଜାଣିବା କଷ୍ଟକର। କାରଣ ତଦନ୍ତ ରିପୋର୍ଟ ଅନେକ ସମୟରେ ପ୍ରକୃତ କାରଣଠାରୁ ଦୂରେଇ ଯାଇ ଅସତ୍ୟ ତଥ୍ୟ ଦେଉଥିବା ଅତୀତର ଅନେକ ଘଟଣାରୁ ଜଣାପଡ଼ିଛି।
ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲକୁ ବିଶ୍ୱସ୍ତରୀୟ କରିବା ନେଇ ପ୍ରାଥମିକ ପର୍ଯ୍ୟାୟରେ ଏଥିଲାଗି ୪,୪୭୪ କୋଟି ଟଙ୍କା ବ୍ୟୟବରାଦ କରାଯାଇ ଏହାର ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି। ହେଲେ ଅଗ୍ନି ନିର୍ବାପକ ଭଳି ଅତି ଜରୁରୀ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇପାରୁ ନ ଥିବାରୁ ଏପରି ଅସ୍ବାଭାବିକ ସ୍ଥିତିି ଉପୁଜୁଛି। ଯଦି ଟ୍ରମା କେୟାର ଆଇସିୟୁ କଥା ଦେଖାଯାଏ ସେଠାରେ ସାଧାରଣତଃ ଗୁରୁତର ରୋଗୀମାନେ ଚିକିତ୍ସିତ ହୋଇଥାଆନ୍ତି। ଆରୋଗ୍ୟ ପାଇଁ ରୋଗୀଙ୍କ ଶରୀରରେ ବିଭିନ୍ନ ଯନ୍ତ୍ରପାତି ଲାଗିଥାଏ। ସେହି ୟୁନିଟ୍‌ରେ ନିଆଁ ଲାଗିିଯିବା ମାତ୍ରେ ମୋଟା ଧୂଆଁ ତତ୍‌କ୍ଷଣାତ୍‌ କୋଠରିକୁ ବ୍ୟାପିଯାଇଥିଲା ।
ରୋଗୀଙ୍କୁ ଯେଉଁ ପରିସ୍ଥିତିରେ ରଖାଯାଇଥାଏ, ସେମାନେ ନିଜେ ବାହାରିବା ଅସମ୍ଭବ ବୋଲି କୁହାଯାଇପାରେ। ଟିକିଏ ଅତୀତକୁ ଦେଖିଲେ ଦେଶର ବିଭିନ୍ନ ହସ୍ପିଟାଲରେ ଅଗ୍ନିକାଣ୍ଡ ଯୋଗୁ ବହୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ଖବର ରହିଛି। ରାଜସ୍ଥାନ ଜୟପୁରର ସଓ୍ବାଇ ମାନସିଂ ହସ୍ପିଟାଲର ଟ୍ରମା କେୟାର ୟୁନିଟ୍‌ରେ ୬ ଅକ୍ଟୋବର ୨୦୨୫ରେ ଅଗ୍ନିକାଣ୍ଡ ଘଟିବାରୁ ଆଇସିୟୁରେ ଥିବା ୧୦ ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା। ଏହା ପୂର୍ବରୁ ୨୦୨୪ ନଭେମ୍ବର ୧୫ରେ ଉତ୍ତରପ୍ରଦେଶର ଝାନ୍‌ସୀସ୍ଥିତ ମହାରାଣୀ ଲକ୍ଷ୍ମୀବାଈ ମେଡିକାଲ କଲେଜରେ ନିୟୋନାଟାଲ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ (ଏନ୍‌ଆଇସିୟୁ)ରେ ଅଗ୍ନିକାଣ୍ଡ ଯୋଗୁ ୧୦ ନବଜାତକଙ୍କ ପ୍ରାଣ ଚାଲିଯାଇଥିଲା। ଗୁଜରାଟ ଭାରୁଚ୍‌ର ପଟେଲ ଓ୍ବେଲଫେୟାର ହସ୍ପିଟାଲରେ ୧ ମେ ୨୦୨୧ରେ ଘଟିଥିବା ଅଗ୍ନିକାଣ୍ଡରେ ୧୮ ଜଣଙ୍କ ପ୍ରାଣ ଯାଇଥିଲା।
କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ ସମେତ ଉପରଲିଖିତ ଡାକ୍ତରଖାନାଗୁଡ଼ିକ ଗୋଟିଏ ଶିକ୍ଷା ଦେଉଛି। ଘରୋଇ ହେଉ କିମ୍ବା ସରକାରୀ, ସମସ୍ତେ ନିଜର ପ୍ରସାର ଓ ପ୍ରଚାର ଦିଗରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହାଫଳରେ ସର୍ବନିମ୍ନ ରକ୍ଷଣାବେକ୍ଷଣ ଓ ସୁରକ୍ଷାଠାରୁ ଧ୍ୟାନ ଦୂରେଇ ଯାଉଛି। ଏହାର ମୁଖ୍ୟ କାରଣ ହେଲା, ସାମ୍ପ୍ରତିକ ଭାରତରେ ପ୍ରଚାରସର୍ବସ୍ବ କାର୍ଯ୍ୟ କଲେ ସମସ୍ତଙ୍କ ଦୃଷ୍ଟି ପଡ଼ିବ। ଉଦାହରଣ ସ୍ବରୂପ ବନ୍ଦେ ଭାରତ ଟ୍ରେନ୍‌ ଆରମ୍ଭ କରାଯାଉଥିବା ବେଳେ ସାଧାରଣ ଯାତ୍ରୀବାହୀ ଓ ଏକ୍ସପ୍ରେସ୍‌ ଟ୍ରେନ୍‌ ବିଳମ୍ବିତ ହେବା ସହିତ ଅସୁରକ୍ଷିତ ଏବଂ ଅପରିଷ୍କାର ହୋଇପଡୁଛି। କେବଳ ବଡ଼ ବଡ଼ କଥା ହୋଇପଡ଼ିଲାଣି ଭାରତୀୟମାନଙ୍କ ଚରିତ୍ର। ସମସ୍ତେ ନିଜର ଦାୟିତ୍ୱକୁ ପାସୋରି ଯାଇ କେବଳ ଅନ୍ୟ ଉପରେ ଦୋଷ ଲଦିବାରେ ବ୍ୟସ୍ତ। ଆଜି ଏହି ଦେଶରେ ସାଧାରଣ ନାଗରିକ ପ୍ରତିଟି ମୁହୂର୍ତ୍ତ ବଞ୍ଚିରହିଛି କେବଳ ତା’ର ଭାଗ୍ୟ ବଳରେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଉପଦ୍ରବରେ ପଡିଗଲା ଘରର କାନ୍ଥ, ଚାଲିଗଲା ଶିଶୁ ପୁତ୍ରର ଜୀବନ

ଜଳେଶ୍ଵର,୧୭।୩( ନବୀନ ସାହୁ): ଜଳେଶ୍ଵର ବ୍ଲକ୍ ରାଇବଣିଆ ଥାନା ଖୁଆଡ଼ ପଞ୍ଚାୟତ କେନ୍ଦୁଖୁଣ୍ଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗୋଠ ଛଡା ହାତୀ ପଶି ଉପଦ୍ରବ ମଚାଇଥିଲା…

ଲଢୁ ଲଢୁ ବିତିଗଲାଣି ୧୭ ଦିନ, ହେଲେ କିଛି ବି କରିପାରିଲେ ନାହିଁ ଟ୍ରମ୍ପ, ବିଶେଷଜ୍ଞ କହିଲେ ଇରାନ ପାଖରେ ବି ରହିଛି ବାଜି….

ଓ୍ବାଶିଂଟନ,୧୭।୩: ଯୁକ୍ତରାଷ୍ଟ୍ର ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ଯୁଦ୍ଧ ଆରମ୍ଭ କରିବାର ୧୭ ଦିନ ବିତିଗଲାଣି, ତଥାପି ଏକ ନର୍ଣ୍ଣାୟକ ଫଳାଫଳ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଏବେ…

ପୁଣି ବଢ଼ିଲା ଅଶୋଧିତ ତୈଳ ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ହେଲା ପେଟ୍ରୋଲ-ଡିଜେଲ ଦାମ୍

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ପୁଣି ଥରେ ବୃଦ୍ଧି ପାଇଛି। ୧୭ ମାର୍ଚ୍ଚ ମଙ୍ଗଳବାର ଦିନ, ଅଶୋଧିତ ତୈଳ…

IPL 2026 ପୂର୍ବରୁ ଧୋନିଙ୍କ ସହ ଫୋନରେ କଥା ହେଲେ ସଞ୍ଜୁ ସାମସନ, କହିଲେ କିଛି ଭିତିରି କଥା, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୭।୩: ଟି-୨୦ ବିଶ୍ୱକପ ବିଜୟୀ ଦଳର ନାୟକ ସଞ୍ଜୁ ସାମସନ ସୋମବାର କହିଛନ୍ତି ଯେ ଆଗାମୀ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପାଇଁ ଖେଳୁଥିବା ସମୟରେ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଯୁଦ୍ଧରେ ଏବେ ପର୍ଯ୍ୟନ୍ତ କେତେ ସେନାଙ୍କୁ ହରାଇଲାଣି ଆମେରିକା? ନିଜେ ଦେଲା ବଡ଼ ଅପଡେଟ

ଓ୍ବାଶିଂଟନ,୧୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବେ ପ୍ରାୟ ତିନି ସପ୍ତାହ ଧରି ଚାଲିଛି। ଏହି ସମୟ ମଧ୍ୟରେ, ଇରାନ ସହିତ ସଂଘର୍ଷରେ ଆହତ ହୋଇଥିବା ଆମେରିକୀୟ ସୈନ୍ୟଙ୍କ…

ଯୁଦ୍ଧ ମଧ୍ୟରେ ପରମାଣୁ ଅସ୍ତ୍ରକୁ ନେଇ ବଡ଼ ଚେତାବନୀ ଦେଲେଣି ଟ୍ରମ୍ପ, କହିଲେ ଯଦି ଇରାନକୁ ପରମାଣୁ ଅସ୍ତ୍ର ମିଳେ ତେବେ….

ଓ୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶ ବିରୁଦ୍ଧରେ ନିଆଯାଇଥିବା ସାମ୍ପ୍ରତିକ ସାମରିକ କାର୍ଯ୍ୟାନୁଷ୍ଠାନକୁ ରକ୍ଷା କରିଛନ୍ତି। ସେ ଚେତାବନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri