ଭଗବାନଙ୍କ କୃପାରୁ ସୁରକ୍ଷିତ ଫେରିଲୁ

ବ୍ରହ୍ମପୁର ଅଫିସ,୬ା୬: ବାହାନଗା ନିକଟରେ ଟ୍ରେନ ଦୁର୍ଘଟଣା କଥା ଭାବିବା ବେଳକୁ ଲୁହ ଆସିଯାଉଛି। ମୁ ଓ ମୋ ପରିବାର ଭଗବାନଙ୍କ କୃପାରୁ ସେଠାରୁ ସୁରକ୍ଷିତ ଫେରିଛୁ ବୋଲି ଦୁର୍ଘଟଣାରୁ ବର୍ତ୍ତିଥିତ୍ବା ବ୍ରହ୍ମପୁର ଗୋସାଇଁ ନୂଆଗାଁ ଅଞ୍ଚଳର ଇଜିକେୟଲ ଦାସ କହିଛନ୍ତି। ସେ ୨ ତାରିଖ ସନ୍ଧ୍ୟା ୫ଟାରେ ଖଡଗପୁରରୁ କରମଣ୍ଡଳ ଏକ୍ସପ୍ରେସରେ ଆସୁଥିଲେ। ତାଙ୍କର ଓ ତାଙ୍କ ସ୍ତ୍ରୀ ସୁମିତା ଦାସଙ୍କ କୋଚ ନଂ. ବି-୨ରେ ୪୨ ଓ ୪୩ ନଂ ସିଟ ରହିଥିବା ବେଳେ ପୁଅ ଜର୍ଜ ଜେକପ ଦାସଙ୍କ କୋଚ୍‌ ନଂ ବି-୮ରେ ସିଟ୍‌ ନଂ ୫୯ ଥିଲା। ହେଲେ ବି-୨ କୋଚ୍‌ରେ ହିଁ ପୁଅ ତାଙ୍କ ସହ ବସିଲା। କିଛି ସମୟ ପରେ ଟିଟି ଆସିବାରୁ କୋଚ୍‌ ବି-୮ର ସିଟ ପରିବର୍ତ୍ତନ କରିବାକୁ ଚାହୁଁଛି ବୋଲି ଇଜିକେୟଲ କହିଥିଲେ। ଟିଟି ବି-୮ରେ ଥିବା ଟିଟିଙ୍କୁ କହିବାକୁ କହିଥିଲେ। ସନ୍ଧ୍ୟା ୭ଟାରେ ବଗିକୁ ଏକ ଶକ୍ତ ଧକ୍କା ହେବା ସହ ଭୀଷଣ ଶବ୍ଦ ଶୁଭିଥିଲା। ରେଳ ଲାଇନ ଉପରେ ବଗିଟି ଘୋଷାଡି ହେଲା ଭଳି ଲାଗିଲା। ସେ ସମୟରେ ମୁଁ ଓ ମୋ ପରିବାର ସଦସ୍ୟ ଆଗ ସିଟକୁ ଧରି ବସିଗଲୁ ବୋଲି ଇଜିକେୟଲ କହିଛନ୍ତି। ସେତବେଳକୁ ବାହାରୁ ଚିତ୍କାର ଶୁଭିଲାଣି। ଆମ ବଗି ସାମାନ୍ୟ ଭାରସାମ୍ୟ ହରାଇଥିଲେ ମଧ୍ୟ ସୁରକ୍ଷିତ ଥିଲା। ସାହସ ଜୁଟାଇ ମୁଁ ଓ ମୋ ପରିବାର ବଗି ବାହାରକୁ ଆସିଲୁ। ଚାରିଆଡ଼େ ଅନ୍ଧାର। ଅନେକ ବଗିର ଚକ ଓଲଟି ପଡିଥିବା ଓ ଉପରେ ତାର ଝୁଲୁଥିଲା। ବଗି ତଳେ ଲୋକେ ଚାପି ହୋଇ ଚିତ୍କାର କରୁଥିଲେ। କିଛି ସମୟ ମଧ୍ୟରେ ନିକଟରେ ଥିବା ଗ୍ରାମବାସୀ ଆସି ବହୁତ ସାହାର୍ଯ୍ୟ କରିଥିଲେ। ଦୁର୍ଘଟଣାଗ୍ରସ୍ତ ଯାତ୍ରୀଙ୍କୁ ପାଣି ମଧ୍ୟ ଦେଇଥିଲେ। କିଛି ଦୂର ଚାଲିକି ଆସିବା ପରେ ଆମେ ଜାତୀୟ ରାଜପଥରେ ପହଞ୍ଚିଥିଲୁ। ଏହାପରେ ବାଲେଶ୍ୱରରେ ରହୁଥିବା ଜଣେ ସଂପର୍କୀୟଙ୍କୁ ଫୋନ କଲି। ସପରିବାର ତାଙ୍କ ଘରେ ରହି ବ୍ରହ୍ମପୁରକୁ କାର ଯୋଗେ ଫେରିଲୁ ବୋଲି ଇଜିକେୟଲ କହିଛନ୍ତି। ଭଗବାନଙ୍କ କୃପାରୁ ଅନେକ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଦୁର୍ଘଟଣାରେ ମୃତକଙ୍କ ପରିବାର ବର୍ଗଙ୍କୁ ସେ ଗଭୀର ସମବେଦନା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri