Categories: ବାଣିଜ୍ୟ

ଫେବୃୟାରୀ ଯାଏ ୬୦% କ୍ଷମତାରେ ବିମାନ ସେବା

ନୂଆଦିଲ୍ଲୀ: ଆସନ୍ତା ଫେବୃୟାରୀ ମାସ ଯାଏ ଦେଶ ମଧ୍ୟରେ ବିମାନ ସେବା ୬୦% କ୍ଷମତାରେ ଚାଲିବ। କରୋନାକୁ ନଜରରେ ରଖି ୬୦%ସୀମା ମଧ୍ୟରେ ସେବା ଯୋଗାଇଦେବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଫେବୃୟାରୀ ପରେ ଅଧିକ ବିମାନ ଚଳାଚଳ ନେଇ ସରକାର ନିଷ୍ପତ୍ତି ନେବା ଦିଗରେ ଚିନ୍ତା କରିବେ। ପୂର୍ବରୁ ଏହି ନିୟମ ନଭେମ୍ବର ଶେଷ ଯାଏ ରହିଥିଲା। ଯାହକୁ ପୁଣି ଥରେ ୩ ମାସ ବଢାଯାଇଛି। ସେହିଭଳି ବିମାନ ଭଡା ଉପରେ ଲାଗୁ ହେଉଥିବା ସୀମା ମଧ୍ୟ ଫେବୃୟାରୀ ଯାଏ କାର୍ଯ୍ୟକାରୀ ହେବ। ଏ ସଂକ୍ରାନ୍ତରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଲକ୍‌ଡାଉନ ଯୋଗୁ ଚଳିତ ବର୍ଷ ମାର୍ଚ୍ଚ ଶେଷରୁ ଘରୋଇ ବିମାନ ସେବା ୨ ମାସ ବାତିଲ ରହିଥିଲା। ଏହା ମେ ମାସ ୨୫ଠାରୁ ପୁଣି ଥରେ ଉପଲବ୍ଧ ହେଉଛି। ୨୫ ମେରେ ୩୦ ହଜାର ଲୋକ ବିମାନରେ ଯାତ୍ରା କରିଥିବା ବେଳେ ଏହା ୨ ନଭେମ୍ବର ସୁଦ୍ଧା ୨ ଲକ୍ଷକୁ ବଢିଛି।

Share