ଫେବୃୟାରୀ ଯାଏ ୬୦% କ୍ଷମତାରେ ବିମାନ ସେବା

ନୂଆଦିଲ୍ଲୀ: ଆସନ୍ତା ଫେବୃୟାରୀ ମାସ ଯାଏ ଦେଶ ମଧ୍ୟରେ ବିମାନ ସେବା ୬୦% କ୍ଷମତାରେ ଚାଲିବ। କରୋନାକୁ ନଜରରେ ରଖି ୬୦%ସୀମା ମଧ୍ୟରେ ସେବା ଯୋଗାଇଦେବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଫେବୃୟାରୀ ପରେ ଅଧିକ ବିମାନ ଚଳାଚଳ ନେଇ ସରକାର ନିଷ୍ପତ୍ତି ନେବା ଦିଗରେ ଚିନ୍ତା କରିବେ। ପୂର୍ବରୁ ଏହି ନିୟମ ନଭେମ୍ବର ଶେଷ ଯାଏ ରହିଥିଲା। ଯାହକୁ ପୁଣି ଥରେ ୩ ମାସ ବଢାଯାଇଛି। ସେହିଭଳି ବିମାନ ଭଡା ଉପରେ ଲାଗୁ ହେଉଥିବା ସୀମା ମଧ୍ୟ ଫେବୃୟାରୀ ଯାଏ କାର୍ଯ୍ୟକାରୀ ହେବ। ଏ ସଂକ୍ରାନ୍ତରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଲକ୍‌ଡାଉନ ଯୋଗୁ ଚଳିତ ବର୍ଷ ମାର୍ଚ୍ଚ ଶେଷରୁ ଘରୋଇ ବିମାନ ସେବା ୨ ମାସ ବାତିଲ ରହିଥିଲା। ଏହା ମେ ମାସ ୨୫ଠାରୁ ପୁଣି ଥରେ ଉପଲବ୍ଧ ହେଉଛି। ୨୫ ମେରେ ୩୦ ହଜାର ଲୋକ ବିମାନରେ ଯାତ୍ରା କରିଥିବା ବେଳେ ଏହା ୨ ନଭେମ୍ବର ସୁଦ୍ଧା ୨ ଲକ୍ଷକୁ ବଢିଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଲଓ୍ବେର ହେବନି ଘରୋଇ କରଣ

ନୂଆଦିଲ୍ଲୀ,୧୧-୭: ଭାରତୀୟ ରେଲଓ୍ବେର ଘରୋଇକରଣ ହେବ ନାହିଁ। ଏ ନେଇ କୌଣସି ପ୍ରସ୍ତାବ ନାହିଁ। ଘରୋଇ ଅପରେଟରଙ୍କ ହାତରେ ଦୁଇ ଟ୍ରେନ ଦେବା ଲାଗି ରହିଥିବା...

ଲକ୍ସ କୋଜି ବଏଜ୍‌ର ସମ୍ପ୍ରସାରଣ

ଭୁବନେଶ୍ୱର,୧୬ା୧୧: ଦେଶର ପ୍ରମୁଖ ପୋଷାକ ଉଦ୍ୟୋଗ ଲକ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଏଲ୍‌ଆଇଏଲ୍‌)ର କିଡ୍ସ ଇନର ଓ୍ବେୟର ରେଞ୍ଜ ଲକ୍ସ କୋଜି ବଏଜ୍‌ର ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା...

ମୋରାଟୋରିୟମ ସୁବିଧା ଦେଲା ବଜାଜ ଫାଇନାନ୍ସ

ଭୁବନେଶ୍ୱର,୨୪।୪: ବଜାଜ ଫାଇନାନ୍ସ ପକ୍ଷରୁ ଏହାର ଗ୍ରାହକଙ୍କ ଲାଗି କୋଭିଡ୍‌-୧୯ ମୋରାଟୋରିୟମ ସୁବିଧା ପ୍ରଦାନ ସମ୍ପର୍କରେ ଘୋଷଣା କରାଯାଇଛି। ଭଲ ଟ୍ରାକ୍‌ ରେକର୍ଡ ଥିବା ଗ୍ରାହକଙ୍କୁ...

ନିବେଶକଙ୍କ ଉପରେ ଚଡ଼କ;ଏଫ୍‌ପିଆଇ ଉଠାଇ ନେଲେ ୧୫ ଲକ୍ଷ କୋଟି

ମୁମ୍ବାଇ,୬-୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଜୁଲାଇ ୫ରେ ବଜେଟ ଓ ଫାଇନାନ୍ସିଆଲ ବିଲ୍‌ ଉପସ୍ଥାପନ କରିଥିଲେ। ଏଥିରେ ଅତି ଧନୀ ଓ ବିଦେଶୀ ପୋର୍ଟଫୋଲିଓ...

ବିଏସ୍‌ଏନ୍‌ଏଲ୍‌ ଉପରେ ଭେଣ୍ଡରଙ୍କ ୨୦ ହଜାର କୋଟି ବାକି

ନୂଆଦିଲ୍ଲୀ,୬-୧୧: ରାଷ୍ଟ୍ରାୟତ୍ତ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌)କୁ ବିଭିନ୍ନ ସାମଗ୍ରୀ ଓ ସେବା ଯୋଗାଣ କରୁଥିବା ଭେଣ୍ଡରମାନେ ଏବେ ଅଡୁଆ ସ୍ଥିତିରେ ପଡି ଯାଇଛନ୍ତି। ବିଏସ୍‌ଏନ୍‌ଏଲ୍‌...

ଷ୍ଟୋର ପୁନଃ ଶୁଭାରମ୍ଭ କଲା ତନିସ୍କ

ନୂଆଦିଲ୍ଲୀ,୧୦।୫: ପ୍ରମୁଖ ଜୁଏଲେରି ବ୍ରାଣ୍ଡ ତନିସ୍କ ପକ୍ଷରୁ ସାରା ଦେଶରେ ଥିବା ୩୨୮ ଷ୍ଟୋରକୁ ପୁନଃ ଶୁଭାରମ୍ଭ ଘୋଷଣା କରାଯାଇଛି। ଏଗୁଡିକ ପର୍ଯ୍ୟାୟ ଭିତ୍ତିରେ ଖୋଲିବ...

ଅମିତାଭ ବଚ୍ଚନ ନେକ୍ସସ୍‌ ମଲ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର

ଭୁବନେଶ୍ୱର,୩ା୧୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ବ୍ଲାକ୍‌ଷ୍ଟୋନ୍‌ ଗ୍ରୁପ୍‌ର ସହଯୋଗୀ କମ୍ପାନୀ ବ୍ଲାକ୍‌ଷ୍ଟୋନ୍‌ ରିୟଲ ଇଷ୍ଟେଟ ଦ୍ୱାରା ପରିଚାଳିତ ଏବଂ ମାଲିକାନାଧୀନ ‘ନେକ୍ସସ୍‌ ମଲ୍‌’...

ସେନ୍‌ସେକ୍ସ ଆକାଶଛୁଆଁ

ମୁମ୍ବାଇ: ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନ୍‌ସେକ୍ସ ପ୍ରଥମ ଥର ଲାଗି ୫୦ ହଜାର ପଏଣ୍ଟ ସ୍ତର ଛୁଇଁଛି। କାରବାର ଶେଷ ବେଳକୁ ଏଥିରେ ୧୬୭...

Advertisement
Archives

Model This Week