ପୋଖରୀ ଖୋଳାକୁ ନେଇ ଗୁଳିମାଡ଼: ଗଲା ଜଣଙ୍କ ଜୀବନ

ଢେଙ୍କାନାଳ ଅଫିସ, ୧୭।୪: ଢେଙ୍କାନାଳ ଜିଲା ସଦର ଥାନା ଗେଙ୍ଗୁଟିଆ ପଞ୍ଚାୟତ କନ୍ଦପାଳ ଗାଁରେ ରବିବାର ସକାଳେ ଗୁଳିମାଡ଼ ହୋଇଛି। ଏଥିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସେ ହେଲେ ୧୪ ନଂ ଓ୍ବାର୍ଡମେମ୍ବର ପଙ୍କଜିନୀ ନାୟକଙ୍କ ଶ୍ୱଶୁର ଦଳେଇ ନାୟକ (୫୬)। ଗ୍ରାମରେ ପୋଖରୀ ଖୋଳା ବିବାଦକୁ ନେଇ ଏହି ଅଘଟଣ ଘଟିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ସଦର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।