୨୦୨୩ ଡିସେମ୍ବର ସୁଦ୍ଧା ୧୭ ସହରାଞ୍ଚଳରେ ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’

ଭୁବନେଶ୍ୱର,୫।୫(ବ୍ୟୁରୋ): ୨୦୨୩ ଡିସେମ୍ବର ସୁଦ୍ଧା ୧୭ ପ୍ରମୁଖ ସହରରେ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ମିଶନ୍‌ ପାଇଁ ଲକ୍ଷ୍ୟ ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ସରକାର ସହରାଞ୍ଚଳରେ ଆରମ୍ଭ କରିଥିବା ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ମିଶନକୁ ବେଶ୍‌ ସଫଳତା ମିଳିଛି। ଏହା ଏବେ ଜାତୀୟ ମଡେଲରେ ପରିଣତ ହୋଇଛି। ଦେଶର ବିଭିନ୍ନ ଭାଗରେ ଏହାକୁ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଓଡ଼ିଶା ଜଳ ଏକାଡେମୀକୁ ଜାତୀୟ ସ୍ତରରେ ଏକ ଅଗ୍ରଣୀ କାପାସିଟି ବିଲ୍ଡିଂ ଇନ୍‌ଷ୍ଟିଚ୍ୟୁଟ୍‌ ଭାବେ ଏମ୍‌ପ୍ୟାନେଲ୍‌ଡ୍‌ କରାଯାଇଛି। ୱାଟ୍‌କୋର ମୁଖ୍ୟ ନିର୍ବାହୀ ଜାତୀୟ ଟାସ୍କଫୋର୍ସ ସଦସ୍ୟ ଭାବେ ସାମିଲ ହୋଇଛନ୍ତି। ବୁଧବାର କନର୍ର୍ାଟକର ଉଚ୍ଚସ୍ତରୀୟ ପ୍ରଶାସନିକ ଟିମ୍‌ ଏବଂ ଓଡ଼ିଶା ସରକାରଙ୍କ ଅଧିକାରୀଙ୍କ ସହ ଅନୁଷ୍ଠିତ ବୈଠକରୁ ଏହା ଜଣାପଡ଼ିଛି। କର୍ନାଟକର ନଗର ଉନ୍ନୟନ ସଚିବ ଅଜୟ ନାଗଭୂଷଣଙ୍କ ନେତୃତ୍ୱରେ ଏକ ୨୦ ଜଣିଆ ଟିମ୍‌ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ପ୍ରମୁଖ ସଚିବ ଜି. ମାଥିଭାଥାନନ୍‌ଙ୍କ ସମେତ ଓଡ଼ିଶା ୱାଟର ଏକାଡେମୀର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ଏହି ମିଶନର ବିଭିନ୍ନ ଦିଗ ସମ୍ପର୍କରେ କର୍ନାଟକର ଟିମ୍‌କୁ ଅବଗତ କରାଯାଇଛି। ଏହି ଟିମ୍‌ ପୁରୀ ଏବଂ ଭୁବନେଶ୍ୱରରେ କ୍ଷେତ୍ର ପରିଦର୍ଶନ କରିବା ସହ ଏହାର କାର୍ଯ୍ୟକାରିତା ଦେଖିଛନ୍ତି। ଏହି ଟିମ୍‌ ସଦସ୍ୟ ସିଧାସଳଖ ଟ୍ୟାପ୍‌ରୁ ପାଣି ପିଇଥିଲେ। ଏହାପରେ ସେମାନେ ଏହି ମିଶନ ଉପରେ ସନ୍ତୋଷ ପ୍ରକାଶ କରିଥିବା ଜଣାପଡିଛି। ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଏହି ମିଶନ ଜରିଆରେ ପୁରୀର ପ୍ରାୟ ୨.୫ ଲକ୍ଷ ଲୋକ ଟ୍ୟାପ୍‌ରୁ ସିଧାସଳଖ ପାଣି ପିଇବା ସହ ବିନା ବିଶୁଦ୍ଧୀକରଣରେ ରୋଷେଇରେ ବ୍ୟବହାର କରୁଛନ୍ତି। ଭୁବନେଶ୍ୱର ଏବଂ କଟକ ସହରରେ ମଧ୍ୟ ଏହା ଆରମ୍ଭ ହୋଇଛି। ୯୮ ଜୋନ୍‌ରେ ବିଭକ୍ତ ହୋଇଥିବା ଭୁବନେଶ୍ୱରର ୧୦ଟି ଜୋନ୍‌ରେ ୨୪ ଘଣ୍ଟିଆ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ମିଶନ ଆରମ୍ଭ ହୋଇଛି। ୨୦୨୩ ଡିସେମ୍ବର ସୁଦ୍ଧା ଭୁବନେଶ୍ୱରର ପ୍ରାୟ ୧୧ ଲକ୍ଷ ଲୋକଙ୍କୁ ଏହି ମିଶନରେ ପାନୀୟ ଜଳ ଯୋଗାଇବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେହିପରି କଟକର ୨ଟି ଜୋନ୍‌ରେ ଏହି କାର୍ଯ୍ୟ ସମାପ୍ତ ହୋଇଛି। ୨୦୨୩ ଅଗଷ୍ଟ ସୁଦ୍ଧା ବ୍ରହ୍ମପୁରରେ ପ୍ରକଳ୍ପ ଶେଷ କରିବାକୁ କାର୍ଯ୍ୟ ଜାରି ରହିଛି। ଏହାଛଡ଼ା ସୁନ୍ଦରଗଡ଼, ମୟୂରଭଞ୍ଜ ଏବଂ ଯାଜପୁର ଜିଲାରେ ଏହି ପ୍ରକଳ୍ପ ଆରମ୍ଭ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri