Categories: ଜାତୀୟ

କାମଦେଲା ‘ଇମୋଶନାଲ ଟଚ’, ଭାରତ ଯୋଡୋ ଯାତ୍ରାରେ ରାହୁଲଙ୍କ ହାବଭାବ ଉପରେ ମୋହର ଲଗାଇଲେ କର୍ନାଟକ ଜନତା

ନୂଆଦିଲ୍ଲୀ,୧୩।୫: କର୍ଣ୍ଣାଟକ ବିଧାନସଭା ର୍ନିବାଚନର ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି। ଏଥିରେ କଂଗ୍ରେସ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା)କୁ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ସହ ପରାସ୍ତ କରୁଥିବା ଦେଖାଯାଉଛି। କଂଗ୍ରେସର ଏହି ବିଜୟକୁ ଦେଖି ଉତ୍ସବର ପରିବେଶ ଆରମ୍ଭ ହୋଇଛି। ବର୍ତ୍ତମାନ ସୁଦ୍ଧା ଆସିଥିବା ଫଳାଫଳରେ କଂଗ୍ରେସ ୧୧୮ଟି ଆସନରେ ଆଗୁଆ ଥିବାବେଳେ ଭାଜପା ୭୫ଟି ଏବଂ ଜନତା ଦଳ ସେକୁଲାର ବା ଜେଡିଏସ ୨୪ଟି ଆସନରେ ଆଗୁଆ ରହିଛି। କର୍ଣ୍ଣାଟକ ର୍ନିବାଚନରେ କଂଗ୍ରେସର ସଫଳତାକୁ ଭାରତ ଯୋଡାର ଏକ ସକରାତ୍ମକ ଫଳାଫଳ ଭାବରେ ଦେଖାଯାଉଛି। ରାଜ୍ୟରେ କଂଗ୍ରେସ ନେତୃତ୍ୱର ଖବର ଜଣାପଡିବା ପରେ କଂଗ୍ରେସ ନିଜ ଟୁଇଟର ହ୍ୟାଣ୍ଡେଲରେ ଏହି ଗସ୍ତ ସମୟର ଏକ ଭିଡିଓ ଶେୟାର କରି ଲେଖିଛି ଯେ ମୁଁ ଅବିସ୍ମରଣୀୟ, ମୁଁ ନିଶ୍ଚିତ ଯେ ଆଜି ମୋତେ ଅଟକାଇବାକୁ କେହି ନାହାଁନ୍ତି। କର୍ଣ୍ଣାଟକ ବିଧାନସଭା ର୍ନିବାଚନର ଫଳାଫଳ କହୁଛି ଯେ ରାହୁଲ ଗାନ୍ଧୀ ଭାରତ ଯୋଡା ଯାତ୍ରା ମାଧ୍ୟମରେ କର୍ଣ୍ଣାଟକରେ ଦୀର୍ଘ ଦିନ ଧରି ଜନସାଧାରଣଙ୍କ ସହ ଯୋଡି ହୋଇପାରିଛନ୍ତି। ନିଜେ ଯାତ୍ରା ସମ୍ବନ୍ଧୀୟ ଭିଡିଓ ଶେୟାର କରି ଦଳ ଏହା ମଧ୍ୟ ନିଶ୍ଚିତ କରିଛି।
ସୂଚନାଯୋଗ୍ୟ, ସୋନିଆ ଗାନ୍ଧୀ ମଧ୍ୟ କର୍ଣ୍ଣାଟକର ଭାରତ ଯୋଡା ଯାତ୍ରାରେ ଭାଗ ନେଇଥିଲେ। ଏହି ସମୟରେ କିଛି ଭାବପ୍ରବଣ ମୁହୂର୍ତ୍ତ ମଧ୍ୟ ଦେଖାଯାଇଥିଲା। ଏହି ଗସ୍ତ ସମୟରେ ରାହୁଲ ଗାନ୍ଧୀ ତାଙ୍କ ମା’ଙ୍କ ଜୋତା ବାନ୍ଧିଥିବାର ନଜର ଆସିଥିଲା। ଭାରତ ଯୋଡା ଯାତ୍ରା ସମୟରେ ଭୋଟରଙ୍କୁ ଏକ ଭାବପ୍ରବଣ ସ୍ପର୍ଶ ବା ଇମୋଶନାଲ ଟଚ ଦେବାକୁ କଂଗ୍ରେସ ଚେଷ୍ଟା କରିଥିଲା, ଯାହା ଉପରେ ଭୋଟରମାନେ ମୋହର ଲଗାଇଛନ୍ତି ବୋଲି କୁହାଯାଉଛି।

Share